ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

Jul 06, 2026 - 23:00
ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ ମଧ୍ୟ ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଗତ ୨ ଦିନ ହେଲା ଜିଲାରେ ଲଗାଣ ବର୍ଷା ଯୋଗୁଁ ଜଳ ଭଣ୍ଡାରକୁ ନୂତନ ବର୍ଷା ଜଳ ପ୍ରବେଶ କରିଛି। ଫଳରେ ସ୍ଥାନୀୟ ମାଛ ଧରାଲି ମାନେ ଏବେ ଜଳ ଭଣ୍ଡାରରୁ ବଡ଼ ବଡ଼ ମାଛ ଧରୁଥିବା ଦେଖିବାକୁ ମିଳିଛି। ସୋମବାର ଏଠାରୁ ଏକ ୨୭ କେଜିଆ ଭାକୁର ମାଛ ଧରିଛନ୍ତି ସ୍ଥାନୀୟ ମାଛ ଧରାଳି। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବର୍ଷା ସମୟରେ ଏଠାରେ ବଡ଼ ବଡ଼ ମାଛ ଜାଲରେ ପଡୁଥିବା ମଧ୍ୟ ନଜିର ରହିଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।