ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ବିରାଟଙ୍କ ପ୍ରସ୍ତୁତି, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ଖେଳୁଛି ଭାରତ । ପ୍ରଥମ ମ୍ୟାଚ ବର୍ଷା ପାଇଁ କୌଣସି ଫଳାଫଳ ଆସିନଥିବାବେଳେ ଉଭୟ ଦଳ ସିରିଜ୍ ବିଜୟ ଲକ୍ଷ୍ୟରେ ରହିଛନ୍ତି । ହେଲେ ଟି-୨୦ ସିରିଜ୍ ପରେ ଭାରତୀୟ ଦଳ ଦିନିକିଆ ଶୃଙ୍ଖଳା ଖେଳିବ । ଆଇପିଏଲ ସମୟରେ ଆହତ ହୋଇଥିବା ବିରାଟ କୋହଲି ଫିଟ୍ ହୋଇଛନ୍ତି । ଫିଟନେସ ପରୀକ୍ଷାରେ ପାସ୍ କରିଥିବାବେଳେ ଅଭ୍ୟାସ ଆରମ୍ଭ କରିଛନ୍ତି ବିରାଟ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ଫ୍ୟାନ୍ସଙ୍କ ଭଲ ପାଇବା କୋହଲିଙ୍କ ପ୍ରତି ଦେଖିବାକୁ ମିଳିଛି ।
KING KOHLI IS COMING TO RULE. 🐐
— Tanuj (@ImTanujSingh) July 2, 2026
- Virat Kohli practices with Sanjay Banger at Alibaug ahead of ODI series against England.pic.twitter.com/DE79R2FsZc
ଗୁରୁବାର ଆଲିବାଗ ଗ୍ରାଉଣ୍ଡରେ ଅଭ୍ୟାସ କରିଛନ୍ତି ବିରାଟ କୋହଲି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିରାଟଙ୍କୁ ଅଭ୍ୟାସ ସମୟରେ ସାହାଯ୍ୟ କରିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର । ସିରିଜ୍ ପୂର୍ବରୁ ନିଜର ଲୟ ଫେରାଇ ଆଣିବାକୁ ଝାଳ ବୁହାଉଛନ୍ତି ବିରାଟ । ବାଙ୍ଗରଙ୍କ ତତ୍ବାବଧାନରେ ବିରାଟ ନିଜର କୌଶଳରେ ଉନ୍ନତି ଆଣୁଥିବାବେଳେ ଇଂଲଣ୍ଡ ଫିଲ୍ଡର ଅଭିଜ୍ଞତା ମଧ୍ୟ ବଖାଣିଛନ୍ତି ବାଙ୍ଗର ।
କହି ରଖୁଛୁ କି, ଆଇପିଏଲ ସମୟରେ ଆହତ ହୋଇଥିଲେ ବିରାଟ କୋହଲି । ଯେଉଁ କାରଣରୁ ସେ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡ଼ିଥିଲେ । ଆଉ ଏବେ ଫିଟନେସ ପରୀକ୍ଷାରେ ପାସ୍ କରିଛନ୍ତି ବିରାଟ । ଆଉ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । କିଛିଦିନର ବିରତି ପରେ ପୁଣି ଟିମ୍ ଇଣ୍ଡିଆ କ୍ୟାମ୍ପରେ ସାମିଲ ହେବେ । ଜୁଲାଇ ୧୪ରୁ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବାକୁ ଥିବାବେଳେ ଅଭିଜ୍ଞ ବିରାଟ କୋହଲିଙ୍କ ପ୍ରଦର୍ଶନ କିଭଳି ରହିବ ଏହା ଉପରେ ରହିଛି ସମସ୍ତଙ୍କ ନଜର ।
ଏହାସହ ପଢ଼ନ୍ତୁ : ଶ୍ରେୟସ ଆୟାରଙ୍କ ଅଧିନାକତ୍ବକୁ ନେଇ ପ୍ରଶ୍ନ ଉଠାଇଲେ କାର୍ତ୍ତିକ