Child Trafficking Network : ରାଜ୍ୟଗୋଷ୍ଠୀ କ୍ରୀଡ଼ା ସହରରେ ଭିକ୍ଷା ବୃତ୍ତି କରାଉଛନ୍ତି ରାଜସ୍ଥାନ-ମଧ୍ୟ ପ୍ରଦେଶର ସରପଞ୍ଚ , ଅହମ୍ମଦାବାଦ ପୁଲିସର ବଡ଼ ଖୁଲାସ
ଅହମ୍ମଦାବାଦ : ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡାର ଆୟୋଜନ ପାଇଁ ଗୁଜରାଟର ଅହମ୍ମଦାବାଦକୁ ମନୋନୀତ କରାଯାଇଛି। ଅହମ୍ମଦାବାଦ ଖେଳର ଆୟୋଜନ ଅଧିକାର ପାଇବା ପରେ ଏହି ସହରରେ ଅପରାଧ ଉପରେ ଅଙ୍କୁଶ ଲଗାଇବା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଜୋରସୋରରେ କାର୍ଯ୍ୟ ଚାଲିଛି। ଏସବୁ ମଧ୍ୟରେ, ଅହମ୍ମଦାବାଦ ସହର ପୁଲିସର କ୍ରାଇମ୍ ବ୍ରାଞ୍ଚ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନ ଏବଂ ଅହମ୍ମଦାବାଦ ସହର ପୁଲିସର ମିଳିତ ଅଭିଯାନରୁ ଜଣାପଡିଛି ଯେ, ସହରର ଟ୍ରାଫିକ୍ ସିଗନାଲରେ ଭିକ୍ଷା ବୃଦ୍ଧି କରାଉ ଥିବା ବ୍ୟକ୍ତି ଭାବେ ରାଜସ୍ଥାନ ଓ ମଧ୍ୟପ୍ରଦେଶର ସରପଞ୍ଚଙ୍କ ସହ ସମ୍ପର୍କ ଅଛି।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଅହମ୍ମଦାବାଦ କ୍ରାଇମ ବ୍ରାଞ୍ଚ ଏଏମସି ସହ ମିଶି ସହରର ରାସ୍ତାରୁ ଶିଶୁ ଭିକାରୀମାନଙ୍କୁ ହଟାଇବା ପାଇଁ ଏକ ଅଭିଯାନ ଚଳାଇ ଥିଲା, କାରଣ ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ହେବାକୁ ଯାଉଛି। ଏହି ସମୟରେ ଜଣାପଡି ଥିଲା ଯେ, ରାଜସ୍ଥାନ -ମଧ୍ୟପ୍ରଦେଶର କିଛି ସରପଞ୍ଚ କିମ୍ବା ଗ୍ରାମର ମୁଖିଆ ଦଲାଲ କାର୍ଯ୍ୟ କରୁ ଥିଲେ। ସେମାନେ ଗରିବ ପରିବାରରୁ ପିଲାମାନଙ୍କୁ ସଂଗ୍ରହ କରି ସେମାନଙ୍କୁ ଭିକ୍ଷା ମାଗିବାକୁ ଗୁଜୁରାଟକୁ ପଠାଉ ଥିଲେ। ବର୍ତ୍ତମାନ ପୁଲିସ ଏପର୍ଯ୍ୟନ୍ତ ୨୭୬ ଜଣ ପିଲାଙ୍କୁ ଚିହ୍ନଟ କରିଛି, ଯେଉଁମାନଙ୍କୁ ଏହି ରାକେଟ ମାଧ୍ୟମରେ ସହରକୁ ତସ୍କରୀ କରି ଅଣାଯାଇ ଥିବା ଅଭିଯୋଗ ହୋଇଛି। ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ , ଅହମ୍ମଦାବାଦର ଟ୍ରାଫିକ ସିଗନାଲ, ମନ୍ଦିର, ମଲ୍ ଏବଂ ହସ୍ପିଟାଲରେ ପିଲାମାନେ ଭିକ୍ଷା ମାଗୁଥିବାର ଯେଉଁ ଘଟଣା ଦେଖିବାକୁ ମିଳୁ ଥିଲା , ତାହା ବାସ୍ତବରେ ଶିଶୁ ତସ୍କରୀର ଏକ ସଙ୍ଗଠିତ ନେଟୱର୍କର ଅଂଶ ଥିଲା।
ଅହମ୍ମଦାବାଦ ପୁଲିସ ଓ ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନ ଏହି ପିଲାଙ୍କୁ ସରକାରୀ ପ୍ରାଇମେରୀ ସ୍କୁଲ ଗୁଡ଼ିକରେ ଭର୍ତ୍ତି କରାଇବାକୁ ନିଷ୍ପତ୍ତି ନେଇଛି। ସେଠାରେ ସେମାନଙ୍କୁ ଖାଇବା , ରହିବାର ସ୍ଥାନ ଓ ପୁନର୍ବାସର ସୁବିଧା ଦିଆଯିବ। ଏହାସହ ତଦନ୍ତକାରୀମାନେ ଟଙ୍କା ପାଇଁ ନିର୍ଦ୍ଦୋଷ ଶିଶୁମାନଙ୍କୁ ଶୋଷଣ କରୁଥିବା ଲୋକଙ୍କ ବିରୁଦ୍ଧରେ ମଧ୍ୟ ଫୌଜଦାରୀ ମାମଲା ପ୍ରସ୍ତୁତ କରୁଛନ୍ତି। କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି - ସମସ୍ତ ଭିକାରୀ ସାଧାରଣ ଭିକାରୀ ନୁହଁନ୍ତି। ସେମାନେ ରାଜ୍ୟ ସୀମା ପାର ହୋଇ କାର୍ଯ୍ୟ କରୁଥିବା ଏକ ସଂଗଠିତ ନେଟୱର୍କର ଅଂଶ। ଏହି ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ବହୁତ ଗରିବ ପରିବାରରୁ ଆସିଥାନ୍ତି ଏବଂ ସେମାନଙ୍କୁ ସେମାନଙ୍କ ନିଜ ବାପାମାଆ ପଠାଇଥାନ୍ତି, ଯେଉଁମାନେ ବଡ଼ ସହରରେ ଭିକ୍ଷା ମାଗି ଟଙ୍କା ରୋଜଗାର କରିବାର ଏକ ଉପାୟ ବୋଲି ଭାବୁ ଥିଲେ।
ଆହୁରି ମଧ୍ୟ ପଢନ୍ତୁ : RSS କାର୍ଯ୍ୟାଳୟ ଉପରେ ପେଟ୍ରୋଲ ବୋମା ଫିଙ୍ଗିବା ଘଟଣା : ଆକ୍ରମଣକାରୀଙ୍କ ୪ ରାଜ୍ୟ ସହ ରହିଛି ଲିଙ୍କ୍ ! ତଦନ୍ତ ଜୋରଦାର
କ୍ରାଇମ୍ ବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ରାକେଟ୍ ଗାଁ ଗାଁରୁ ଆରମ୍ଭ ହୋଇଥାଏ। ଯେଉଁଠି ଡିଣ୍ଡିକେଟ୍ ଚଲାଉ ଥିବା ଲୋକେ ଗରିବ ପରିବାର ଗୁଡ଼ିକୁ ଚିହ୍ନଟ କରିବା ପାଇଁ ସରପଞ୍ଚଙ୍କ ସହ ଯୋଗାଯୋଗ କରିଥାନ୍ତି। ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗୁଜରାଟରେ ଭିକ୍ଷାବୃତ୍ତି କରୁଥିବା ସିଣ୍ଡିକେଟ୍ ପିଲାଙ୍କୁ ଆଣିବା ପାଇଁ ରାଜସ୍ଥାନ ଓ ମଧ୍ୟପ୍ରଦେଶର ଗାଁର ସରପଙ୍କୁ ଟଙ୍କା ଦିଅନ୍ତି। ସରପଞ୍ଚ ସେହି ଟଙ୍କାର କିଛି ଅଂଶ ସଂପୃକ୍ତ ପିଲାର ପିତାମାତାଙ୍କୁ ଦିଅନ୍ତି ଏବଂ ବାକି ଟଙ୍କା ନିଜେ ରଖନ୍ତି। ପରେ, ସେମାନେ ପିଲାମାନଙ୍କର ଦୈନିକ ରୋଜଗାରର ୨୦ ପ୍ରତିଶତ ନିଜ ପକେଟରେ ରଖି ଦିଅନ୍ତି।