ଆସାମର ଜୋରହାଟରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୫ ଯବାନ ସହିଦ

ଜୋରହାଟ: ଆସାମର ଜୋରହାଟରେ ଥିବା ଭାରତୀୟ ବାୟୁସେନା ଘାଟିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାୟୁସେନା ଘାଟିରେ ଅବତରଣ କରିବା ସମୟରେ ଏକ ଏଏନ-୩୨ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଦୁଇ ଖଣ୍ଡ ହୋଇଯାଇଛି। ଏହି ଘଟଣାରେ ୫ ଯବାନ ସହିଦ ହୋଇଥିବା ବାୟୁସେନା ପକ୍ଷରୁ କୁହାଯାଇଛି। ତେବେ ସୌଭାଗ୍ୟବଶତଃ କୋ-ପାଇଲଟ ବଞ୍ଚିଯାଇଛନ୍ତି। ତାଙ୍କର ଚିକିତ୍ସା ଜାରି ରହିଛି। ବିମାନଟି ଅରୁଣାଚଳ ପ୍ରଦେଶରୁ ଜୋରହାଟ ଆସୁଥିଲା। ଦୁର୍ଘଟଣା ପରେ ବାୟୁସେନା ଘାଟିରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଭାରତୀୟ ବାୟୁସେନା ପକ୍ଷରୁ ବିମାନ ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରହିଛି। କୋର୍ଟ ଅଫ ଇନକ୍ବାରୀ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।