ଆସନ୍ତାକାଲି ବିଜେଡିରେ ମିଶିପାରନ୍ତି ସୁଜାତା ପାଣ୍ଡିଆନ୍‌

Jun 24, 2026 - 15:04
ଆସନ୍ତାକାଲି ବିଜେଡିରେ ମିଶିପାରନ୍ତି ସୁଜାତା ପାଣ୍ଡିଆନ୍‌

​​​​​​​ଭୁବନେଶ୍ବର,୨୪/୦୬: କାଲି ବଡ଼ ଘୋଷଣା କରିପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡିରେ ମିଶିପାରନ୍ତି ପୂର୍ବତନ ଆଇଏଏସ ଅଧିକାରୀ ତଥା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା।  ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପରିପ୍ରେକ୍ଷିରେ ଆଜି ନବୀନ ନିବାସରେ ବିଜେଡିର କିଛି ପ୍ରମୁଖ ନେତାଙ୍କୁ ନେଇ ଏକ ବଡ଼ ବୈଠକ ହୋଇଛି।  ନବୀନ ବଡ଼ ଘୋଷଣା କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି

ଶଙ୍ଖ ଭବନରେ ଆସନ୍ତାକାଲି ଦିନ ସାଢ଼େ ୧୨ଟାରେ ନବୀନ ବଡ଼ ବୈଠକ ଡାକିଛନ୍ତି। ଏଥିରେ ଉପସ୍ଥିତ ରହିବାକୁ ଦଳର ସମସ୍ତ ବିଧାୟକ ଓ ନେତା ମାନଙ୍କୁ କୁହାଯାଇଛି। ଏହି ପରିପ୍ରେକ୍ଷିରେ ସୁଜାତା ନିଜେ ଶଙ୍ଖ ଭବନରେ ଉପସ୍ଥିତ ରହି ବିଜେଡି ସଦସ୍ୟତା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି।