ମିର୍ଜାପୁରର ନୂଆ ପୋଷ୍ଟର ରିଲିଜ୍, ଜାଣନ୍ତୁ କେବେ ଆସିବ ଫିଲ୍ମର ଟିଜର
ମୁମ୍ବାଇ,୨୪/୬ : ଓ୍ବେବ ସିରିଜ ପରେ ଏବେ ମିର୍ଜାପୁର ଫିଲ୍ମ ଭାବରେ ବଡ଼ ପରଦାକୁ ଆସିବାକୁ ଯାଉଛି । ଫିଲ୍ମକୁ ନେଇ ଦର୍ଶକ ବହୁ ଉତ୍ସାହିତ ଅଛନ୍ତି । ଏବେ ମିର୍ଜାପୁର ଦ ମୁଭିକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଏହାସହ ଏହା ବି କୁହାଯାଇଛି କି ଏହି ଫିଲ୍ମର ଟିଜର କେବେ ରିଲିଜ ହେବ । ପ୍ରକାଶ ଯେ, ଫିଲ୍ମର ମେକର୍ସ ଏକ ଶାନଦାର୍ ନୂଆ ପୋଷ୍ଟର ଜାରି କରିଛନ୍ତି । ଯାହା ଫ୍ୟାନ୍ସଙ୍କୁ ପୁଣି ଥରେ ମିର୍ଜାପୁର ଦୁନିଆର ଏକ ଝଲକ ଦେଖାଇଛି । ମୋଷ୍ଟ ଆଓ୍ବେଟେଡ୍ ଫିଲ୍ମରୁ ଏହା ଗୋଟିଏ ହେବାରୁ ଏହି ଫ୍ରାଞ୍ଚାଇଜକୁ ନେଇ ଉତ୍ସାହ ଧିରେ ଧିରେ ବଢିବାରେ ଲାଗିଛି । ଟିଜରର ଘୋଷଣା ଏହି ଚର୍ଚ୍ଚାକୁ ଆହୁରି ଅଧିକ ବଢାଇ ଦେଇଛି ।
ଏହି ପୋଷ୍ଟରର ସେଣ୍ଟରରେ ସେହି ଆଇକନିକ ଗଦ୍ଦି ଦେଖାଯାଉଛି ଯାହାର ଉଭୟ ପକ୍ଷରେ ବନ୍ଧୁକ ରଖାଯାଇଛି । ଫଳରେ ତୁରନ୍ତ ସେହି ପାଓ୍ବର ଷ୍ଟଗଲ, ଶତ୍ରୁତା ଏବଂ ଡ୍ରାମାର ସ୍ମୃତିକୁ ତାଜା କରି ଦେଉଛି ଯାହା ମିର୍ଜାପୁରକୁ ଏକ ରହସ୍ୟ କରି ଦେଇଥିଲା। ହୁଏତ ଏହି ପୋଷ୍ଟର ଫିଲ୍ମର କାହାଣୀକୁ ଲୁଚାଇ ରଖୁଛି, କିନ୍ତୁ ଏହା ମନେ ପକାଉଛି କି ମିର୍ଜାପୁରର ଦୁନିଆ ଏକ ବହୁ ବଡ଼ ଧରଣ ଫେରିବା ଲାଗି ପ୍ରସ୍ତୁତି ଜାରି ରଖିଛି । ଆସନ୍ତାକାଲି ଆସିବାକୁ ଥିବା ଟିଜର ସହ ଫ୍ୟାନ୍ସଙ୍କୁ ଏକ ଖାସ୍ ଟ୍ରିଟ୍ ମିଳିବାକୁ ଯାଉଛି କାରଣ ତାଙ୍କୁ ଫିଲ୍ମର ପ୍ରଥମ ଝଲକ ଦେଖିବାକୁ ମିଳିବ ।
ଆମାଜନ ଏମଜିଏମ୍ ଷ୍ଟୁଡିୟୋଜ ଏବଂ ଏକ୍ସେଲ ଏଣ୍ଟରଟେନମେଣ୍ଟ ଦ୍ବାରା ପ୍ରେଜେଣ୍ଟେଡ, ‘ମିର୍ଜାପୁର : ଦ ମୁଭି’ ଗୁରମୀତ ସିଂହଙ୍କ ଦ୍ବାରା ନିର୍ଦ୍ଦେଶନା, ପୁନୀତ କୃଷ୍ଣା ଲେଖକ ଏବଂ ଏକ୍ସେଲ ଏଣ୍ଟରଟେନମେଣ୍ଟ ବ୍ୟାନରରେ ରିତେଶ ମିଧଓ୍ବାନୀ ଏବଂ ଫରହାନ ଅଖତାର ଦ୍ବାରା ପ୍ରଯୋଜିତ ହୋଇଛି । ଏହି ଫିଲ୍ମ କାସିମ ଜଗମାଗିୟା ଏବଂ ବିଶାଳ ରାମଚନ୍ଦ୍ରାନୀ ଦ୍ବରା କୋ-ପ୍ରଡ୍ୟୁସ୍ଡ ଅଟେ ଏବଂ ୪ ସେପ୍ଟେମ୍ବର ୨୦୨୬ରେ ଓ୍ବାର୍ଲ୍ଡ ଓ୍ବାଇଡ୍ ଫିଲ୍ମ ହଲରେ ରିଲିଜ ହେବାକୁ ପ୍ରସ୍ତୁତି ହେଉଛି ।