ଆଦିବାସୀ ନୃତ୍ୟରେ ଦୁଲୁକିଲା ଜନଜାତି ବୈଠକ, ସମ୍ୱର୍ଦ୍ଧିତ ହେଲେ ଛାତ୍ରୀ

Jun 25, 2026 - 15:29
ଆଦିବାସୀ ନୃତ୍ୟରେ ଦୁଲୁକିଲା ଜନଜାତି ବୈଠକ, ସମ୍ୱର୍ଦ୍ଧିତ ହେଲେ ଛାତ୍ରୀ

ପାଟଣା,୨୫ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପରିସରରେ ଗୁରୁବାର ବ୍ଲକ ସ୍ତରୀୟ ଜନ ଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଥିଲା ।ଓଡିଶା ସରକାରଙ୍କ ୨ବର୍ଷ ପୂର୍ତ୍ତି ଅବସରରେ ଏହା ପାଳନ କରାଯାଇଛି ।ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର ଜନଜାତି ବର୍ଗ ସଂସ୍କୃତି, କଳା, ଭାଷା, ଗୀତ, ନୃତ୍ୟ, ଉପାସନା ପୀଠ, କର୍ମ ନିଯୁକ୍ତି ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।
ଆୟୋଜିତ ସଭା ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଏମପି ଅନନ୍ତ ନାୟକ, ସମ୍ମାନୀତ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଜିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକ, ବ୍ଲକ୍ ଅଧ୍ୟକ୍ଷା ବୀଣା ପାଣି ନାୟକ, ଏମଙ୍କ ବ୍ଲକ୍ ପ୍ରତିନିଧି ପ୍ରହଲ୍ଲାଦ ପଲେଇ, ପୂର୍ବତନ ପାଟଣା ବ୍ଲକ୍ ଅଧ୍ୟକ୍ଷବିଶ୍ୱନାଥ ନାୟକ, ପାଟଣା ତହସିଲଦାର ଅଶ୍ୱିନୀ କୁମାର ନାଏକ, ଜିଲା ଭାଜପା ଆଦିବାସୀ ସଭାପତି ପ୍ରବୀର ନାଏକ ପ୍ରମୁଖ ଯୋଗ ଦେଇ ଜନଜାତିଙ୍କ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ।

ମୁଖ୍ୟ ଅତିଥି ପ୍ରବୀର ନାଏକ ଜନଜାତିଙ୍କୁ ସେମାନଙ୍କୁ ସମ୍ବିଧାନ ଦେଇଥିବା ଅଧିକାରକୁ ଜାହିର କରିବା ସହ ସରକାରଙ୍କ ପକ୍ଷରୁ ଜନଜାତିଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଜୀବିକା ଓ ଆର୍ଥିକ ସହାୟତା ସମ୍ପର୍କିତ ସୁବିଧା ବିଷୟରେ ଅବଗତ କରାଇଥିଲା। ଜନଜାତି ନିଜ ପାଇଁ ରହିଥିବା ଆଇନର ସାହାରା ସଭା କାର୍ଯ୍ୟକୁ ଭାଷ୍ୟ ପାର୍ଥ ସାରଥୀ ବେଜ ସଂଯୋଜନା କରିଥିଲେ। ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ପାଇଥିବା ଛାତ୍ରୀ ଛାତ୍ର ଓ ସ୍ଵଂୟ ସହାୟିକା ଗୋଷ୍ଠୀଙ୍କୁ ଏହି ଅବସର ରେ ସମ୍ୱର୍ଦ୍ଧିତ କରାଯାଇଥିଲା।

 

Dharitri – Odisha’s No.1 Odia Daily