ବିଜେଡିରେ ମିଶିବା ପରେ ସୁଜାତାଙ୍କର ଆସିଲା ପ୍ରଥମ ବୟାନ: କହିଦେଲେ ଏତେ ବଡ଼ କଥା, ରାଜନୀତିରେ ହଇଚଇ

Jun 25, 2026 - 13:13
ବିଜେଡିରେ ମିଶିବା ପରେ ସୁଜାତାଙ୍କର ଆସିଲା ପ୍ରଥମ ବୟାନ: କହିଦେଲେ ଏତେ ବଡ଼ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର, ୨୫।୬: ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସେ ଦଳରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ବିଜେଡିରେ ମିଶିଛନ୍ତି। ଏହି ଯୋଗଦାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ମିଶିବା ପରେ ସେ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି, ନବୀନଙ୍କ ନେତୃତ୍ୱରେ ମୁଁ ରାଜ୍ୟବାସୀଙ୍କ ପାଇଁ କାମ କରିବି। ଓଡ଼ିଶାବାସୀଙ୍କ ସେବା ପାଇଁ ପୁଣି ସୁଯୋଗ ମିଳିଛି। ବିଜେଡି ନେତା ଓ ଅଗଣିତ କର୍ମୀଙ୍କ ଆଶୀର୍ବାଦରେ ମୁଁ ସାମିଲ ହୋଇଛି।

ସେପଟେ ସୁଜାତା ବିଜେଡିରେ ମିଶିବା ପରେ ଦଳର ସୁପ୍ରିମୋ ନବୀନ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ସୁଜାତା ଜଣେ ସାଧାରଣ କର୍ମୀ ଭାବେ ଦଳରେ ମିଶିଛନ୍ତି। ଆସନ୍ତା ନିର୍ବାଚନ ରେ ମୁଁ ହିଁ ବିଜେଡିର ନେତୃତ୍ୱ ନେବି।

Odisha’s No.1 Odia Daily