ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟର ନାମ ପରିବର୍ତ୍ତନ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଆଞ୍ଚଳିକ ଶିକ୍ଷା ବ୍ୟବସ୍ଥାରେ ଏକ ପ୍ରଶାସନିକ ପରିବର୍ତ୍ତନ କରାଯାଇଛି। ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ‘ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ (Regional Directorate of Education)’ର ନାମ ପରିବର୍ତ୍ତନ କରି ‘ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ (Regional Directorate of School Education)’ ଭାବେ ନାମକରଣ କରାଯାଇଛି। ଏହା ସହ ‘ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ (Regional Director of Education)’ ପଦବୀର ନାମ ମଧ୍ୟ ପରିବର୍ତ୍ତନ କରାଯାଇ ‘ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶକ (Regional Director of School Education)’ କରାଯାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ଏହା କେବଳ ନାମରେ ପରିବର୍ତ୍ତନ । ବିଭାଗର କାର୍ଯ୍ୟ ପରିଧି, ପ୍ରଶାସନିକ କ୍ଷମତା, ଦାୟିତ୍ୱ କିମ୍ବା କର୍ମଚାରୀଙ୍କ ସେବା ସର୍ତ୍ତରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ ।
ଏହି ପରିବର୍ତ୍ତନ ମାଧ୍ୟମରେ ସ୍କୁଲ ଶିକ୍ଷା ସହ ନିର୍ଦ୍ଦେଶାଳୟର ପରିଚୟକୁ ଅଧିକ ସ୍ପଷ୍ଟ ଓ ସୁସଙ୍ଗତ କରିବାକୁ ସରକାର ଉଦ୍ଦେଶ୍ୟ ରଖିଥିବା କୁହାଯାଉଛି । ତେବେ ନାମ ବଦଳିଥିଲେ ମଧ୍ୟ ପୂର୍ବଭଳି ସମସ୍ତ ପ୍ରଶାସନିକ କାର୍ଯ୍ୟ, ସେବା ଓ ଦାୟିତ୍ୱ ଅପରିବର୍ତ୍ତିତ ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।