ଆଜି ପବିତ୍ର ଶରତ ପୂର୍ଣ୍ଣିମା, ଜାଣନ୍ତୁ ଏହି ଦିନ କାହିଁକି ଲାଗେ କ୍ଷୀରି ଭୋଗ?
ନନ୍ଦିଘୋଷ ବ୍ୟୁରୋ: ଆଜି ହେଉଛି ପବିତ୍ର ଶରତ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା। ଶରତ ଋତୁରେ ଏହା ପଡୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣମା ବୋଲି କୁହାଯାଏ। ଏହି ଦିନ ସମସ୍ତ ମନ୍ଦିରମାନଙ୍କରେ ବିଶେଷ ପୂଜାର୍ଚ୍ଚନା କରାଯାଏ। ମାନ୍ୟତା ଅନୁଯାୟୀ, ଏହି ଦିନ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥାଏ ଓ ଦେବତାଙ୍କ ବିଶେଷ କୃପା ମିଳିବା ସହ ସ୍ୱର୍ଗରୁ ଅମୃତ ବର୍ଷା ହୋଇଥାଏ। ମା’ ଲକ୍ଷ୍ମୀଙ୍କ ମଧ୍ୟ କୃପା ଓ ଆଶୀର୍ବାଦ ମିଳିଥାଏ।
ଶରତ ପୂର୍ଣ୍ଣିମାର ମହତ୍ତ୍ବ…
ଶରତ ପୂର୍ଣ୍ଣିମା ଦିନ ସକାଳୁ ସ୍ନାନ ସାରି ଦେବାଦେବୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ବତ୍ର ରଖାଯାଇଥାଏ । ଏହି ଦିନ ଚନ୍ଦ୍ରମା ପୃଥିବୀର ଖୁବ ନିକଟତର ହୋଇଥାଆନ୍ତି । ଶାସ୍ତ୍ର ଅନୁଯାୟୀ, ଏହି ଦିନ ମଣିଷ ଶରୀରରେ ଚନ୍ଦ୍ରମାଙ୍କ କିରଣ ପଡ଼ିଲେ ଏହାକୁ ଶୁଭ ମନାଯାଇଥାଏ । ଏହି ଦିନ ଗାଈ କ୍ଷୀରରେ ଚିନି ମଶାଇ ଖିରୀ ପ୍ରସ୍ତୁତ କରନ୍ତୁ । ଘରେ ଭଗବାନଙ୍କ ନିକଟରେ ଭୋଗ ଲଗାନ୍ତୁ । ଏହାପରେ ଆକାଶରେ ଚନ୍ଦ୍ରମା ମଧ୍ୟ ସ୍ଥାନରେ ଥିବା ବେଳେ ଖିରୀକୁ ଏକ ଚାନ୍ଦି ପାତ୍ରରେ ନେଇ ଚନ୍ଦ୍ରମାଙ୍କୁ ଅର୍ପଣ କରନ୍ତୁ । ଅର୍ପଣ କରିବା ପରେ ସେହି ଖିରୀକୁ ଚନ୍ଦ୍ର କିରଣରେ ରଖନ୍ତୁ। ପର ଦିନ ସକାଳେ ଏହି ଖିରୀକୁ ଖାଆନ୍ତୁ । ଏହି ଶରତ ପୂର୍ଣ୍ଣିମା ଦିନ ବିଶେଷ କରି ଭଗବାନ ଶିବ ଶଙ୍କର, ମା’ ପାର୍ବତୀ, କାର୍ତ୍ତିକେୟ, ମାଆ ତୁଳସୀ, ମା’ ଗଜଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
