ଅଶାନ୍ତ କ୍ୟାମ୍ପସ୍: କାଲି ହୋଇପାରିବ ତ ଭୋଟ୍ !

Oct 14, 2026 - 21:46
ଅଶାନ୍ତ କ୍ୟାମ୍ପସ୍: କାଲି ହୋଇପାରିବ ତ ଭୋଟ୍ !

ନନ୍ଦିଘୋଷ ବ୍ୟୁରୋ: ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂରେ ଅଶାନ୍ତ ବାଣୀବିହାର କ୍ୟାମ୍ପସ । ବାହାରୁ ଶାନ୍ତିରେ ଆସି ଭିତରେ ଛାତ୍ର ନେତାଙ୍କ ଉତ୍ପାତ । ସଭା ସ୍ଥଳରେ ଉଡ଼ିଲା ଚେୟାର  । ଘଟଣାରେ ହସ୍ତକ୍ଷେପ କଲେ ସିପି ଓ ଡିସିପି  । ନ୍ୟାୟ ଦାବିରେ ମଞ୍ଚ ତଳେ ଧାରଣା ଦେଲେ ଛାତ୍ର ବିଜେଡି । ଶେଷ ଦିନରେ ଅଶାନ୍ତ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର।‌ ସାଧାରଣ ନିର୍ବାଚନଠୁ ବଳି ପଡ଼ିଲା ଛାତ୍ର ସଂସଦ ନିର୍ବାଚନ। ପ୍ରଚାର, ହାତାହାତି ଓ ଶୋଭାଯାତ୍ରା ସବୁଠି ଦେଖିବାକୁ ମିଳିଥିଲା ସାଧାରଣ ନିର୍ବାଚନ ଭଳି ବାତାବରଣ। ଆଜି ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପୂର୍ବରୁ ରଣକ୍ଷେତ୍ରରେ ପରିଣତ ହେଲା ବାଣୀବିହାର କନଭୋକେସନ ସେଣ୍ଟର।

ସମୟ ସକାଳ ପ୍ରାୟ ୧୦ ଟା, ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବିଭିନ୍ନ ଛାତ୍ର ସଂଗଠନର ସମରରଥକ ମାନେ ବିଶ୍ବବିଦ୍ୟାଳୟ ପରିସରରେ ଶୋଭାଯାତ୍ରା କରିଥିଲେ। ଅତି ଶୃଙ୍ଖଳାର ସହ ତିନି ପ୍ରମୁଖ ସଂଗଠନ ଓ ସ୍ଵାଧିନ ପ୍ରାର୍ଥୀ ମାନେ ଶୋଭାଯାତ୍ରାରେ ଆସିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପ୍ରାର୍ଥୀ ମାନେ ଏଭଳି ଭାବେ ଶୋଭାଯାତ୍ରାରେ ଆସିଥିଲେ ସତେ ଯେପରି ବିଧାୟକ କିମ୍ବା ସାଂସଦଙ୍କ ଶୋଭାଯାତ୍ରା ଚାଲିଛି। ଏପରିକି ଅସୁସ୍ଥ ଥିବା କିଛି ପ୍ରାର୍ଥୀ ମଧ୍ୟ ଶୋଭାଯାତ୍ରାରେ ନିଜ ଶରୀରକୁ ଖାତିର ନକରି  ହାତରେ ଭେନ୍ ଥେନ୍ ଲଗାଇ ଆସିଥିଲେ।

ତେବେ ଏହାର ଠିକ୍ ଅଧଘଣ୍ଟା ପରେ ଆରମ୍ଭ ହୋଇଥିଲା ଅସଲ ଡ୍ରାମା। ‌ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଇଁ ଧାର୍ଯ୍ୟ କରାଯାଇଥିବା କନଭୋକେସନ ସେଣ୍ଟରରେ ପ୍ରାର୍ଥୀ ମାନେ ପ୍ରବେଶ କରିବା ପରେ ହାତାହାତି ହୋଇଥିଲେ ଦୁଇ ଛାତ୍ର ସଂଗଠନର ସମର୍ଥକ। ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭରୁ ଶେଷରେ ଅଣାୟତ ହୋଇଥିଲା ପରିସ୍ଥିତି। ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍ ରେ ଏକାଧିକ ଛାତ୍ର ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଏବିଭିପିର କିଛି ଛାତ୍ର ସମର୍ଥକ ମାନେ ପ୍ରଥମେ ବିସିଜେଡ଼ିର ପ୍ରାର୍ଥୀ ମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଆଣି ଘଟଣାରେ ଭିସିଙ୍କ ହସ୍ତକ୍ଷେପ ଦାବି କରିଥିଲେ଼। ଏପରିକି ମଞ୍ଚ ତଳେ ସମର୍ଥକଙ୍କ ହାଇଡ୍ରାମା ଯୋଗୁଁ ପ୍ରାର୍ଥୀ ମାନେ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ମଞ୍ଚରେ ଛିଡ଼ା ହୋଇ ରହିଲେ। ଶେଷରେ ମଞ୍ଚତଳେ ଉଭୟ ଗୋଷ୍ଠୀର ସମର୍ଥକ ଧାରଣା ଦେବା ସହ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ମାନେ ମଞ୍ଚ ତ୍ୟାଗ କରିଥିଲେ। ଏପରିକି ଘଟଣାର ଉଭୟ ଗୋଷ୍ଠୀକୁ ଦାୟୀ ମଧ୍ୟ କରିଥିଲେ ଛାତ୍ରନେତା‌।

ଶେଷରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ କନଭୋକେସନ ସେଣ୍ଟର ସମେତ ଆଖପାଖ ଅଞ୍ଚଳରେ ପୋଲିସ ମୁତୟନ ହୋଇଥିଲେ। ଘଟଣାସ୍ଥଳରେ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ଙ୍କ ସମେତ ଭୁବନେଶ୍ବର ଡିସିପି ସର୍ବଣା ବିବେକ ପହଞ୍ଚି ଛାତ୍ର ମାନଙ୍କୁ ଶୃଙ୍ଖଳା ରକ୍ଷା କରିବାକୁ ଅନୁରୋଧ କରିଥିଲେ। ଏହା ସହ ଉଭୟ ପକ୍ଷର ଛାତ୍ରଙ୍କ ସହ ଆଲୋଚନା ପରେ ପ୍ରାୟ ଅଢ଼େଇ ଘଣ୍ଟା ପରଜ ଆରମ୍ଭ ହୋଇଥିଲା ମିଟିଂ। ଏବେ ହାତରେ ଆଉ ମାତ୍ର ଅଳ୍ପ ସମୟ । ଏତେ ତୁମୁଳକାଣ୍ଡ ପରେ କ୍ୟାମ୍ପସରେ କାହାର ହେବ ଜିତାପଟ ତାହା ଉପରେ ସମସ୍ତଙ୍କ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)