ଅର୍ଥନୀତିରେ ନୋବେଲ୍ ପୁରସ୍କାର ଘୋଷଣା

Oct 12, 2026 - 17:10
ଅର୍ଥନୀତିରେ ନୋବେଲ୍ ପୁରସ୍କାର ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ଅର୍ଥନୀତି ପାଇଁ ଘୋଷଣା ହେଲା ନୋବେଲ୍ ପୁରସ୍କାର । ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ୍ ଏବଂ ମାଇକେଲ ଉଡଫୋର୍ଡ ପାଇବେ ୨୦୨୬ ମସିହା ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର । ଇକୋନୋମିକ୍ସକୁ ସ୍ଥିର ରଖୁଥିବା ପଲିସିଗୁଡିକୁ ବୁଝିବାରେ ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ଉଭୟଙ୍କୁ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ କରାଯାଇଛି ।  ଏନେଇ ନୋବେଲ୍ ପ୍ରାଇଜ୍ ଏକ୍ସ ହ୍ୟାଣ୍ଡେଲରେ ଏ ବିଷୟରେ ସୂଚନା ଦେଇ କହିଛି ଯେ, ରୟାଲ ସ୍ବିଡିସ ଏକାଡେମୀ ଅଫ୍ ସାଇନ୍ସେଜ୍ ମାଇକ୍ରୋଇକୋନୋମିକ୍ ସ୍ଥିରୀକରଣ ମାଇକ୍ରୋଇକୋନୋମିକ୍ ଫାଉଣ୍ଡେସନ୍ ପାଇଁ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ୨୦୨୬ ସ୍ବେରିଗେସ୍ ରିକ୍ସବ୍ୟାଙ୍କ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ।

ହଲ୍ କାର୍ଲିଫର୍ନିଆର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ ସହ ଏବଂ ଉଡଫୋର୍ଡ ନ୍ୟୁୟର୍କର କଲମ୍ବିଆ ବିଶ୍ବବିଦ୍ୟାଳୟ ସହ ଜୋଡି ହୋଇ ଅଛନ୍ତି । ଅର୍ଥନୀତି ବିଜ୍ଞାନର ପୁରସ୍କାର ପାଇଁ କମିଟିର ଅଧ୍ୟକ୍ଷ ଏକ ପ୍ରେସ୍ ରିଲିଜରେ କହିଛନ୍ତି ଯେ, ଏହି ଅର୍ଥନୀତିଜ୍ଞମାନଙ୍କ କାର୍ଯ୍ୟ ଆମକୁ ସେହି ମଡେଲଗୁଡିକ ପାଇଁ ଏକ ଦୃଢ ଭିତ୍ତିଭୂମି ପ୍ରଦାନ କରିଛି ଯାହାର ବ୍ୟବହାର ଆଜି ସରକାର ଏବଂ ସାରା ବିଶ୍ବରେ ସେଣ୍ଟ୍ରାଲ ବ୍ୟାଙ୍କ ଦ୍ବାରା  କରାଯାଉଛି ।

ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ବ୍ୟାଙ୍କ ଅଫ୍ ସ୍ବିଡେନ ପ୍ରାଇଜ୍ ଇନ୍ ଇକୋନୋମିକ୍ସ ସାଇନ୍ସେଜ୍ ନାମରେ ମଧ୍ୟ ଜଣାଶୁଣା । ଗତ ବର୍ଷ ବିଜନେସ୍ ଇନୋଭେସନ୍ ଉପରେ ରିସର୍ଚ କରୁଥିବା ୩ ଜଣ ରିସର୍ଚରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।  ସେ ଜଣାଇଥିଲେ କିଭଳି ନୂଆ ପ୍ରଡକ୍ଟ ଏବଂ ଇନୋଭେସନ୍ ଇକୋନୋମିକ୍ ଡେଭଲୋପମେଣ୍ଟ ଏବଂ ହ୍ୟୁମାନ ଓ୍ବେଲଫେୟାରକୁ ପ୍ରୋତ୍ସାହିତ କରିଥାଏ ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)