ଅର୍ଥ ଅଭାବରୁ ଅଟକିଛି ୯ ମାସର ଶିବର ଚିକିତ୍ସା, ସରକାରଙ୍କୁ ସହାୟତା ନିବେଦନ
ନନ୍ଦିଘୋଷ ବ୍ୟୁରୋ: ଯନ୍ତ୍ରଣାରେ ୯ ମାସର ନିଷ୍ପାପ ଶିଶୁ । ଅସ୍ଵାଭାବିକ ଭାବେ ବଢ଼ି ଚାଲିଛି ଶିଶୁର ମୁଣ୍ଡ । ନା ସେ କିଛି ଦେଖିପାରୁଛି ନା ସ୍ୱାଭାବିକ ଭାବେ ଜିଇଁ ପାରୁଛି । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ରୋଗାଗ୍ରସ୍ତ ପୁଅକୁ ଦେଖି ବାପା ଓ ମାଆଙ୍କ ଆଖିରୁ ଲୁହ ଶୁଖୁନି । ଶିବ ଜନ୍ମ ହେବା ପରେ ତାଙ୍କ ମୁଣ୍ଡ ପଛରେ ଛୋଟିଆ ବଥ ଭଳି ବାହାରିଥିଲା । କଟକ ଶିଶୁଭବନରେ ବଥର ଅପରେସନ ହୋଇଥିଲା । ଜେଜେ ବାପା ଗାଈଗୋରୁ ବିକି, ବିଲ ବନ୍ଧକ ରଖି ନାତିର ଚିକିତ୍ସା କରିଥିଲେ । ଡାକ୍ତର କହିଥିଲେ ଆଉ ଥରେ ଅପରେସନ ହେବ । ହେଲେ ଆର୍ଥିକ ଅବସ୍ଥା ଭଲ ନଥିବାରୁ ପରିବାର ଲୋକେ ଅପରେସନ କରିପାରିନାହାନ୍ତି ।
ଦିନ ଗଡୁଛି । ଶିବର ମୁଣ୍ଡ ଅସ୍ଵାଭାବିକ ଭାବେ ବଢି ଚାଲିଛି । ପାଖରେ ଟଙ୍କା ନ ଥିବାରୁ ପୁଅକୁ ମେଡିକାଲ ନେଇପାରୁନାହାନ୍ତି ଅସମର୍ଥ ବାପା ମାଆ । ସମସ୍ତଙ୍କ ମୁହଁରୁ ହଜିଯାଇଛି ହସ । ପୁଅର ଚିକିତ୍ସା ପାଇଁ ସରକାରଙ୍କ ନିକଟରେ ଆର୍ଥିକ ସହାୟତା ଲୋଡ଼ିଛନ୍ତି ପୂରା ପରିବାର ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
