ଅତିଥି ଅଧ୍ୟାପକ ଭରସାରେ ଐତିହାସିକ SKCG କଲେଜ ; ନାହାନ୍ତି ଆବଶ୍ୟକୀୟ ଅଧ୍ୟାପକ

Oct 05, 2026 - 18:38
ଅତିଥି ଅଧ୍ୟାପକ ଭରସାରେ ଐତିହାସିକ SKCG କଲେଜ ; ନାହାନ୍ତି ଆବଶ୍ୟକୀୟ ଅଧ୍ୟାପକ

ନନ୍ଦିଘୋଷ ବ୍ୟୁରୋ: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଐତିହାସିକ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଦିନେ ଉଚ୍ଚ ଶିକ୍ଷାର ମାନ ଓ ଶ୍ରେଷ୍ଠତା ପାଇଁ ସାରା ରାଜ୍ୟରେ ଖ୍ୟାତି ଅର୍ଜନ କରିଥିଲା। ମାତ୍ର ଆଜି ଏହି  ଶିକ୍ଷାନୁଷ୍ଠାନ ଷ୍ଟାଫ୍ ସଙ୍କଟ ଦେଇ ଗତି କରୁଛି। କଲେଜରେ ଆବଶ୍ୟକୀୟ ଅଧ୍ୟାପକ ଓ କର୍ମଚାରୀ ନଥିବାରୁ ଅତିଥି ଅଧ୍ୟାପକଙ୍କ ଭରସାରେ ପାଠପଢ଼ା ଚାଲିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ, କଲେଜରେ ମୋଟ ୭୩ଟି ଅନୁମୋଦିତ ଅଧ୍ୟାପକ ପଦବୀରୁ ୨୮ଟି ଖାଲି ପଡ଼ିଥିବା ବେଳେ, ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଥିବା ୬୫ଟି ପଦବୀରୁ ୪୬ଟି ପଦବୀ ଫାଙ୍କା ପଡ଼ିଛି। ଇଂରାଜୀ, ଅର୍ଥନୀତି, ଜୀବବିଜ୍ଞାନ, ଗଣିତ ଏବଂ ଓଡ଼ିଆ ଭଳି ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନଥିବାରୁ ପାଠପଢ଼ା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି।

କେବଳ ଷ୍ଟାଫ୍ ସଙ୍କଟ ନୁହେଁ, ମହାବିଦ୍ୟାଳୟର ଭିତ୍ତିଭୂମିଗତ ସମସ୍ୟା ମଧ୍ୟ ସୀମା ପାର୍ କରିସାରିଲାଣି। କଲେଜ ପରିସରରେ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନାହିଁ କି ପ୍ରଶସ୍ତ ଶୌଚାଳୟ ନାହିଁ, ଯାହାଫଳରେ ବିଶେଷକରି ଛାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ସହିତ କ୍ରୀଡ଼ା ଭିତ୍ତିଭୂମି ଓ ଆବଶ୍ୟକୀୟ ଖେଳ ଉପକରଣର ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶରେ ବାଧା ଉପୁଜୁଛି। ଅନ୍ୟପଟେ, ଅଧ୍ୟାପକ ଓ କର୍ମଚାରୀ ଅଭାବ ଯୋଗୁଁ ଶିକ୍ଷାଦାନ ସହିତ ଦୈନନ୍ଦିନ କଲେଜ ପରିଚାଳନାରେ ଅନେକ ଅସୁବିଧା ସୃଷ୍ଟି ହେଉଥିବା କଥା ମହାବିଦ୍ୟାଳୟର ଅଧ୍ୟକ୍ଷ ସ୍ୱୀକାର କରିଛନ୍ତି। ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗକୁ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ ବାେଳି ଅଭିଯାେଗ ହାେଇଛି।

ତେବେ ଦକ୍ଷିଣ ଓଡ଼ିଶାର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନର ପ୍ରଶାସନିକ ଉଦାସୀନତାକୁ ନେଇ ଏବେ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଠାରେ ପ୍ରଶ୍ନ ଉଠୁଛି କେବେ SKCG କଲେଜରେ ଖାଲି ପଡ଼ିଥିବା ଅଧ୍ୟାପକ ଓ କର୍ମଚାରୀ ପଦବୀ ପୂରଣ ହେବ? କେବେ ଏହି ଐତିହାସିକ ମହାବିଦ୍ୟାଳୟର ଭିତ୍ତିଭୂମିର ସୁଧାର ପ୍ରତି ସରକାର ଓ ଉଚ୍ଚଶିକ୍ଷା ବିଭାଗ ଦୃଷ୍ଟି ଦେବେ?

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)