ଅଗ୍ନିବୀରଙ୍କ ପାଇଁ ଏସ୍‌ଏସ୍‌ବିରେ ୫୦% କନ୍‌ଷ୍ଟେବଲ ପଦବୀ ସଂରକ୍ଷିତ

Jul 30, 2026 - 07:58
ଅଗ୍ନିବୀରଙ୍କ ପାଇଁ ଏସ୍‌ଏସ୍‌ବିରେ ୫୦% କନ୍‌ଷ୍ଟେବଲ ପଦବୀ ସଂରକ୍ଷିତ

ନୂଆଦିଲ୍ଲୀ,୩୦ା୭: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) (ଯୁଦ୍ଧ ପାଇଁ ପ୍ରସ୍ତୁତ ସାଧାରଣ ଡ୍ୟୁଟି) ଗ୍ରୁପ୍‌ ‘ସି’ ପଦବୀ ନିଯୁକ୍ତି ନିୟମାବଳୀ, ୨୦୨୬ ଉପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତି ନିଯୁକ୍ତି ବର୍ଷରେ କନ୍‌ଷ୍ଟେବଲ୍‌ (ସାଧାରଣ ଡ୍ୟୁଟି) ଖାଲି ପଦବୀର ୫୦ ପ୍ରତିଶତ ପୂର୍ବତନ ଅଗ୍ନିବୀରମାନଙ୍କ ପାଇଁ ସଂରକ୍ଷିତ ରହିବ। ଚୟନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ବୟସ ସୀମା କୋହଳ କରାଯିବ ଓ ଛାଡ଼ କରାଯିବ। ଏସ୍‌ଏସ୍‌ବି ଜେନେରାଲ ଡ୍ୟୁଟି ଗ୍ରୁପ୍‌ ‘ସି’ ପଦବୀ ପାଇଁ ୨୦୧୧ର ନିୟମାବଳୀରେ ସଂଶୋଧନ କରାଯାଇ ଉକ୍ତ ବିଜ୍ଞପ୍ତି ଜାରି କରାଯାଇଛି। ଏସ୍‌ଏସ୍‌ବି ନେପାଳ ସହିତ ୧,୭୫୧ କି.ମି. ଏବଂ ଭୁଟାନ ସହିତ ୬୯୯ କି.ମି. ସୀମାକୁ ଜଗିଥାଏ।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।