ଅଗଷ୍ଟ ୧୫ ସୁଦ୍ଧା ଜେଲ ରୁ ମୁକୁଳିବେ ଦାରା ସିଂ - ସୁପ୍ରିମକୋର୍ଟ

Jul 14, 2026 - 14:09
ଅଗଷ୍ଟ ୧୫ ସୁଦ୍ଧା ଜେଲ ରୁ ମୁକୁଳିବେ ଦାରା ସିଂ - ସୁପ୍ରିମକୋର୍ଟ

ଭୁବନେଶ୍ୱର : ସୁପ୍ରିମକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ । ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଆସିଲା ବଡ଼ ରାୟ । ଅଗଷ୍ଟ ୧୫ ତାରିଖ ସୁଦ୍ଧା ଜେଲ ରୁ ମୁକୁଳିବେ ରବୀନ୍ଦ୍ର ପାଲ ଓରଫ ଦାରା ସିଂ । ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କ ୨  ନାବାଳକ ପୁଅକୁ ଜିଅନ୍ତା ଜାଳି ହତ୍ୟା ମାମଲାରେ ଦୀର୍ଘ ୨୬ ବର୍ଷ ହେବ ଜେଲ ରେ ଅଛନ୍ତି ଦାରା ସିଂ । ଓଡିଶା ଷ୍ଟେଟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ (SSRB )ଦାରା ସିଂ ଙ୍କ ମୁକ୍ତି ପାଇଁ ସୁପ୍ରିମ କର୍ଙ୍କୁ ଅବଗତ କରାଇଥିଲେ । ଏନେଇ ସୂଚନା ଦେଇଛନ୍ତି ଦ୍ୱାରା ସିଂ ନଳା ଓକିଲ ଏ.ପି.ସିଂ । ଅଗଷ୍ଟ ୧୫ ତାରିଖ ସୁଦ୍ଧା ମୁକ୍ତ ନହେଲେ ଅଗଷ୍ଟ ୧୯ ରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ସୁପ୍ରିମ୍କୋର ନିର୍ଦେଶ ଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।