ଅକ୍ଟୋବରରେ ଭାରତ ଆସିବ ପାକିସ୍ତାନ ହକି ଟିମ୍, ମୋହାଲି-ଜଳନ୍ଧରରେ ମୁକାବିଲା

Sep 15, 2026 - 08:54
ଅକ୍ଟୋବରରେ ଭାରତ ଆସିବ ପାକିସ୍ତାନ ହକି ଟିମ୍, ମୋହାଲି-ଜଳନ୍ଧରରେ ମୁକାବିଲା

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ମାସରେ ଭାରତ ଆସିବ ପାକିସ୍ତାନ ହକି ଟିମ୍। ଗତକାଲି ଏନେଇ ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ। ଅକ୍ଟୋବର ୨୭ରୁ ନଭେମ୍ବର ୫ ପର୍ଯ୍ୟନ୍ତ ପଞ୍ଜାବ ହକି ବୋର୍ଡ ଦ୍ୱାରା ଆୟୋଜିତ ହେବ ୨୦୨୬ ପୁରୁଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଅଂଶଗ୍ରହଣ କରିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ। ମୋହାଲିରେ AHF ପୁରୁଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୬ର ତାରିଖ ଆନୁଷ୍ଠାନିକ ଭାବରେ ସେ ଘୋଷଣା କରିଛନ୍ତି। ମୋହାଲି ଏବଂ ଜଳନ୍ଧରରେ ଅନୁଷ୍ଠିତ ହେବ ୨୦୨୬ ପୁରୁଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ। ଏହି ଅବସରରେ ହକି ଇଣ୍ଡିଆର ମହାସଚିବ ଭୋଳା ନାଥ ସିଂହ, ମହାନିର୍ଦ୍ଦେଶକ କମାଣ୍ଡର ଆରକେ ଶ୍ରୀବାସ୍ତବ, କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟ ଆରପି ସିଂହ ଏବଂ ହକି ପଞ୍ଜାବ ସଭାପତି ନୀତିନ କୋହଲି ମଧ୍ୟ ଉପସ୍ଥିତ ଥିଲେ।

ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ମୋହାଲି ଏବଂ ଜଳନ୍ଧରକୁ ଦୁଇଟି ସହର ଭାବରେ ଚୟନ କରାଯାଇଛି। ଉଦଘାଟନୀ ଉତ୍ସବ ଏବଂ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଜଳନ୍ଧରରେ ଅନୁଷ୍ଠିତ ହେବ, ଯେତେବେଳେ ସେମିଫାଇନାଲ ଏବଂ ଫାଇନାଲ୍ ମୋହାଲିରେ ଅନୁଷ୍ଠିତ ହେବ। ଭାରତ, ପାକିସ୍ତାନ, ଚୀନ୍, ଜାପାନ, କୋରିଆ ଏବଂ ମାଲେସିଆର ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)