Zonal Council Meeting: ଆଞ୍ଚଳିକ ପ୍ରତିନିଧିତ୍ୱ ସୁରକ୍ଷା ଓ ଆର୍ଥିକ ସ୍ୱାୟତ୍ତତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

Aug 21, 2026 - 00:27
Zonal Council Meeting: ଆଞ୍ଚଳିକ ପ୍ରତିନିଧିତ୍ୱ ସୁରକ୍ଷା ଓ ଆର୍ଥିକ ସ୍ୱାୟତ୍ତତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

"ମହାବଳୀପୁରମ: ତାମିଲନାଡୁରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ଦକ୍ଷିଣାଞ୍ଚଳ ପରିଷଦ ବୈଠକରେ ଲୋକସଭା ଆସନ ସୀମା ନିର୍ଦ୍ଧାରଣ, ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ରାଜନୈତିକ ପ୍ରତିନିଧିତ୍ୱର ସୁରକ୍ଷା, ନିଟ୍‌ ପରୀକ୍ଷା, କାବେରୀ ନଦୀ ଜଳ ବଣ୍ଟନ ଏବଂ ଅଧିକ ଆର୍ଥିକ ସ୍ୱାୟତ୍ତତା ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ମୁଖ୍ୟମନ୍ତ୍ରୀମାନେ ଜୋର ଦେଇଛନ୍ତି।

Advertisment ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ପରେ ଦକ୍ଷିଣାଞ୍ଚଳର ରାଜନୈତିକ ସ୍ୱର ଯେପରି ଦୁର୍ବଳ ନ ହୁଏ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ଦାବି କରିଛନ୍ତି।

ଅପରପକ୍ଷରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ.

ଶିବକୁମାର ଦକ୍ଷିଣ ଭାରତର ସଂସଦୀୟ ଶକ୍ତିକୁ ସୁରକ୍ଷିତ ରଖିବା ପାଇଁ ବୈଠକରେ ଏକ ଆନୁଷ୍ଠାନିକ ସଂକଳ୍ପ ପାରିତ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଏହି ବୈଠକରେ ନଦୀ ଜଳ ପରିଚାଳନା, ପରିବହନ, ଉପକୂଳ ସୁରକ୍ଷା ଏବଂ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ପରସ୍ପର ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ସମସ୍ତ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି ଯେ, ଯେଉଁ ରାଜ୍ୟଗୁଡ଼ିକ ସଫଳତାର ସହ ଜନସଂଖ୍ୟା ନିୟନ୍ତ୍ରଣ ନୀତି କାର୍ଯ୍ୟକାରୀ କରିଛନ୍ତି, ସେମାନଙ୍କୁ ସଂସଦୀୟ ପ୍ରତିନିଧିତ୍ୱ କ୍ଷେତ୍ରରେ ଦଣ୍ଡିତ କରାଯିବା ଉଚିତ ନୁହେଁ।

ସେଥିପାଇଁ ୧୯୭୧ ଜନଗଣନା ଆଧାରରେ ହିଁ ସଂସଦୀୟ ଆସନ ସଂଖ୍ୟା ବଜାୟ ରଖିବାକୁ ସେ କେନ୍ଦ୍ର ସରକାରଙ୍କଠାରୁ ଆଇନଗତ ପ୍ରତିଶ୍ରୁତି ଚାହିଛନ୍ତି।

ଏହା ସହିତ ନିଟ୍‌ ପରୀକ୍ଷା ଦ୍ୱାରା ଗ୍ରାମାଞ୍ଚଳ ଏବଂ ସାମାଜିକ ତଥା ଆର୍ଥିକ ସ୍ତରରେ ପଛୁଆ ଥିବା ଛାତ୍ରମାନେ କ୍ଷତିସହୁଥିବାରୁ ତାମିଲନାଡୁକୁ ଏଥିରୁ ବାଦ୍‌ ଦେବା ପାଇଁ ସେ ଦାବି ଦୋହରାଇଛନ୍ତି।

ଦ୍ୱାଦଶ ଶ୍ରେଣୀ ମାର୍କ ଆଧାରରେ ହିଁ ରାଜ୍ୟ କୋଟାରେ ଏମ୍‌ବିବିଏସ୍‌ ଏବଂ ବିଡିଏସ ପାଠ୍ୟକ୍ରମରେ ନାମଲେଖା ହେବା ଉଚିତ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶିବକୁମାର ପ୍ରସ୍ତାବ ଦେଇଛନ୍ତି ଯେ, ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଲୋକସଭାର ଆସନ ସଂଖ୍ୟା ୫୪୩ ରେ ସୀମିତ ରଖାଯାଉ ଏବଂ ନୂତନ ସୀମା ନିର୍ଦ୍ଧାରଣକୁ ଅପେକ୍ଷା ନକରି ଏହି ଆସନ ମଧ୍ୟରେ ହିଁ ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରାଯାଉ।

ଏହା ବ୍ୟତୀତ ୧୫ତମ ଅର୍ଥ କମିସନଙ୍କ ସୁପାରିସ ଅନୁଯାୟୀ କର୍ଣ୍ଣାଟକର ଟିକସ ଅଂଶଧନ ହ୍ରାସ ପାଇଥିବାରୁ ରାଜ୍ୟ ପ୍ରାୟ ୬୫,୦୦୦ କୋଟି ଟଙ୍କାର କ୍ଷତି ସହିଛି, ଯାହାକୁ ସଂଶୋଧନ କରିବା ସହ ବାକି ଥିବା ସ୍ୱତନ୍ତ୍ର ଅନୁଦାନ ରାଶି ମଞ୍ଜୁର କରିବାକୁ ସେ ଦାବି କରିଛନ୍ତି।

ମେକେଦାତୁ ପ୍ରକଳ୍ପ ସମ୍ପର୍କରେ ସେ କହିଛନ୍ତି ଯେ ଏହା ଦ୍ୱାରା ତାମିଲନାଡୁର ଚାଷୀମାନେ ହିଁ ଉପକୃତ ହେବେ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌.

ଚନ୍ଦ୍ରବାବୁ ନାଇଡୁ ଗୋଦାବରୀ-କାବେରୀ ନଦୀ ସଂଯୋଗୀକରଣ ପ୍ରକଳ୍ପ ମାଧ୍ୟମରେ ୫୦୦ ଟିଏସ୍‌ସିରୁ ଅଧିକ ଜଳ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦେଇଛନ୍ତି।

Amit Shah: ସୋନିଆଙ୍କ ପାପକୁ ଦେଶବାସୀ କ୍ଷମା କରିବେନି: ଅମିତ ଶାହ ନାଇଡୁ କହିଛନ୍ତି ଯେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଦେଶର ମୋଟ ଜିଡିପିରେ ୩୧ ପ୍ରତିଶତ ଯୋଗଦାନ ଦେଉଛନ୍ତି ଏବଂ ୨୦୪୭ ସୁଦ୍ଧା ଏହି ଅଞ୍ଚଳ ୧୦ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପରିଣତ ହେବାର କ୍ଷମତା ରଖିଛି।

ସେଥିପାଇଁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତାମିଲନାଡୁକୁ ସଂଯୋଗ କରୁଥିବା ଏକ ବୁଲେଟ ଟ୍ରେନ କରିଡର ନିର୍ମାଣ ସହ ଅମରାବତୀ, ବେଙ୍ଗାଲୁରୁ ଏବଂ ଚେନ୍ନାଇ ମଧ୍ୟରେ ସମନ୍ୱିତ ପରିବହନ ବ୍ୟବସ୍ଥା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି।

କେରଳ ମୁଖ୍ୟମନ୍ତ୍ରୀ ଭି.ଡି.

ସତୀଶନ ମୁଲ୍ଲାପେରିୟାର ଡ୍ୟାମ ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ନୂତନ ବନ୍ଧ ନିର୍ମାଣ ପାଇଁ ତାମିଲନାଡୁ ସମ୍ମତି ଦେଲେ କେରଳ ସମସ୍ତ ଜଳ ଯୋଗାଇଦେବ ଏବଂ ପ୍ରକଳ୍ପର ସମସ୍ତ ଖର୍ଚ୍ଚ ନିଜେ ବହନ କରିବ।

ଏହି ବୈଠକରେ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ଭଟ୍ଟି ବିକ୍ରମାର୍କ ମଲ୍ଲୁ ମଧ୍ୟ ଯୋଗଦେଇ ଆଞ୍ଚଳିକ ବିକାଶ ପାଇଁ ଦକ୍ଷିଣ ଭାରତର ସମସ୍ତ ରାଜ୍ୟ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)