Yuzvendra Chahal: ନିଶା ନିବାରଣ କେନ୍ଦ୍ରରେ ୨୬ ଦିନ ରହିଥିଲେ ଚହଲ

Oct 16, 2026 - 11:57
Yuzvendra Chahal: ନିଶା ନିବାରଣ କେନ୍ଦ୍ରରେ ୨୬ ଦିନ ରହିଥିଲେ ଚହଲ

"ନୂଆଦିଲ୍ଲୀ: ଆଇପିଏଲ୍‌ର ସର୍ବାଧିକ ୱିକେଟ୍‌ ହାସଲକାରୀ ଭାରତୀୟ ସ୍ପିନର ୟୁଝବେନ୍ଦ୍ର ଚହଲ ନିଶା ନିବାରଣ କେନ୍ଦ୍ରରେ ୨୬ ଦିନ ରହିଥିଲେ।

ଏହି କଥା ପୂର୍ବତନ ଭାରତୀୟ ଓପନର୍‌ ଆକାଶ ଚୋପ୍ରାଙ୍କୁ ଏକ ପଡକାଷ୍ଟରେ ଚହଲ କହିଛନ୍ତି।

ବ୍ୟକ୍ତିଗତ ଜୀବନରେ ଝଡ଼ ଏବଂ ଛାଡ଼ପତ୍ର ପରେ ମାନସିକ ଚାପ ଯୋଗୁଁ ମଦ୍ୟପାନକୁ ଆଦରି ଥିଲେ ଚହଲ।

ଏହି ଖରାପ ଅଭ୍ୟାସ ସବୁ ସୀମା ପାର୍‌ କରିବା ପରେ ଚହଲ ନିଶା ନିବାରଣ କେନ୍ଦ୍ରରେ ରହିବାକୁ ନିଷ୍ପତ୍ତି ନେଇଥି‌ଲେ।Advertisment ୨୬ ଦିନ ନିଶା ନିବାରଣ କେନ୍ଦ୍ରରେ ରହିବା ପରେ ତାଙ୍କର ଏହି ବଦଅଭ୍ୟାସ ଛାଡ଼ିଥିଲା ବୋଲି ସେ କହିଛନ୍ତି।

ସର୍ବଦା ସମସ୍ତଙ୍କୁ ହସାଉଥିବା ଏବଂ ଖେଳ ପଡ଼ିଆରେ ଚଳଚଞ୍ଚଳ ଥିବା ଚହଲଙ୍କ ବ୍ୟକ୍ତିଗତ ଜୀବନରେ ‌ଯେତେବେଳେ ବଡ଼ ଝଡ଼ ଆସିଥିଲା, ସେତେବେଳେ ପରିବାର ତାଙ୍କ ସହ ହିଁ ଥିଲା।

ହେଲେ ମାନସିକ ଚାପ ବଢ଼ିବାରୁ ମଦ୍ୟପାନ ଆରମ୍ଭ କରିଥିଲେ ଚହଲ।

୩୬ ବର୍ଷୀୟ ଚହଲ କହିଛନ୍ତି ଯେ ""ଛାଡ଼ପତ୍ର ପରେ ‌ମୋର ମାନସିକ ଚାପ ବଢ଼ି ଯାଇଥିଲା।

ଅଶାନ୍ତି ରହୁଥିବାରୁ ମଦ୍ୟପାନ କରୁଥିଲି ଏହି ସମୟରେ ମୋ ସହ କେବଳ ପରିବାର ଥିଲା।

ତଥାପି ମୋ ମନ ଅଶାନ୍ତି ରହୁଥିବାରୁ ମଦ୍ୟପାନ କରୁଥିଲି।

ଗତ ବର୍ଷ କାଉଣ୍ଟି ବେଳେ ମଦ୍ୟପାନ ସବୁ ସୀମା ପାର୍‌ କରି ଯାଇଥିଲା।

ଭାବିଲି ଯଦି ଏପରି ଚାଲିବ ମୋ ଜୀବନ ପୂରା ନଷ୍ଟ ହୋଇଯିବ।

ମୋ ପ୍ରିୟ ଖେଳ କ୍ରିକେଟ୍‌ ବି ଦୁରେଇ ଯିବ।

ତେଣୁ ଏଥିରୁ ମୁକୁଳିବା ଲାଗି ପୁନର୍ବାସ କେନ୍ଦ୍ର ଖୋଜିଲି।

୨୬ ଦିନ ନିଶା ନିବାରଣ କେନ୍ଦ୍ରରେ ରହିବା ପରେ ଏହାକୁ ନିୟନ୍ତ୍ରଣ କରିବାର ବାଟ ପାଇଥିଲି।

ଏହି ନିଷ୍ପତ୍ତି ମୋର ବ୍ୟକ୍ତିଗତ ଜୀବନରେ ବଡ଼ ପରିବର୍ତ୍ତନ ଆଣିଥିଲା।

ମୋ ଭାବନା ଏବେ ସନ୍ତୁଳିତ ରହିଛି।

ପଡକାଷ୍ଟରେ କହିଛନ୍ତି ଚହଲ ଗତ ଆଇପିଏଲ୍‌ରେ ୩୦ ବର୍ଷର ଯୁବକ ଭଳି ଅନୁଭବ କରିବା ସହ ଜିମ୍‌ ଯିବା ଏବଂ ଫିଲ୍ଡି ଓ ପ୍ରଶିକ୍ଷଣ ସବୁ ଠିକ୍‌ ଭାବେ କରିପାରିଥିଲି।

ଏବେ ମୁଁ ବହୁତ ଖୁସି ଓ ଶାନ୍ତିରେ ରହିଛି।"" ତାଙ୍କ ଅସମୟରେ ବିସିସିଆଇ ମଧ୍ୟ ବହୁତ ସହଯୋଗ କରିଥିଲା ବୋଲି ଚହଲ ପଡକାଷ୍ଟରେ କହିଛନ୍ତି।

ଚହଲ ୧୮୮ ଆଇପିଏଲ୍‌ ମ୍ୟାଚ୍‌ ଖେଳି ୨୩୩ ୱିକେଟ୍‌ ଅକ୍ତିଆର କରିଛନ୍ତି।

୨୦୨୫ ଆଇପିଏଲ୍‌ରେ ସେ ୧୬ ଏବଂ ଗତ ଋତୁରେ ୧୨ ୱିକେଟ୍‌ ନେଇଥିଲେ।

ଗତ ମାସରେ ଲର୍ଡସ୍‌ରେ ନର୍ଥାମ୍ପଟନ୍‌ସାୟର ପକ୍ଷରୁ ମିଡଲସେକ୍ସ ବିପକ୍ଷରେ ନିଜର ଶେଷ ଇଂଲିସ କାଉଣ୍ଟି ମ୍ୟାଚ୍‌ ଖେଳିବା ପରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ଅବସର ନେଇଥିଲେ।

Suspend: ନିଲମ୍ବିତ ହେବ ଭାରତୀୟ ଅଶ୍ବଚାଳନା ମହାସଂଘ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)