Youth's Mutilated : ଡିଗୀ ମୁହାଣ ନିକଟରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର
"କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମନୁପାଲି ପଞ୍ଚାୟତ ଡିଗୀ ମୁହାଣ ନିକଟ ଗୋଟିଏଫାଷ୍ଟ ଫୁଡଦୋକାନ ଆଗରେ ଋଷିବନ୍ଧ ଗ୍ରାମର ଜନୈକ ଯୁବକଙ୍କ କ୍ଷବିକ୍ଷତ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଆଜି ସକାଳେ ଦେଖିବାକୁ ପାଇଥିଲେ।Advertisment ପରିବାର ଲୋକେ ଆସି ଚିହ୍ନଟ କରିଛନ୍ତି ମୃତକ ଜଣକ ଋଶିବନ୍ଧ ଗ୍ରାମର କପିଳ ନାଏକ ବୋଲି ପରିବାର ଲୋକେ ଆସି ଚିହ୍ନଟ କରିଛନ୍ତି।
ମୃତଦେହ ନିକଟରେ ମୃତକ ବ୍ୟବହାର କରିଥିବା ଗୋଟିଏ ବାଇକ ମଧ୍ୟ ରହିଛି ଓ ଆଖ ପାଖରେ ଭଙ୍ଗା ବିୟର ବୋତଲ ଓ କାଠ ଖଣ୍ଡ ପଡିଛି।
ଏ ସମ୍ପର୍କରେ ଖବର ପାଇ ମନମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
କାଠ ଫାଳିଆ ଓ ମଦ ବୋତଲରେ କପିଲକୁ ଆକ୍ରମଣ କରି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ସୁଚନା ଦେଇଛି।
ଏକ ବାଇକ, କାଠ ଫାଳିଆ ଓ ଭଙ୍ଗା ମଦ ବୋତଲକୁ ଜବତ କରି ତଦନ୍ତ ଜାରି ରହିଛି।
କିଏ ଓ କାହିଁକି କପିଳଙ୍କୁ ହତ୍ୟା କଲା ଏବେ ଅଞ୍ଚଳବାସୀଙ୍କ ପାଇଁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।
Death: ସଡ଼କ ଦୁର୍ଘଟଣା: ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ, ବାଇକ୍ ଚାଳକ ଗୁରୁତର "