Youth Stabbed: ଛୁରାମାଡ଼ରେ ଯୁବକ ଗୁରୁତର, ଭୁବନେଶ୍ୱର ସ୍ଥାନାନ୍ତରିତ
"କଣାସ: ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତର ନୂଆପଡ଼ା ଗ୍ରାମର ତାପସ ରାଉତ (୧୮)ଙ୍କୁ ଛୁରାମାଡ଼ ହୋଇଛି।
କଣାସ ଡେଲାଙ୍ଗ ରାସ୍ତାରେ ଯାଉଥିବା ବେଳେ ସ୍ଥାନୀୟ କାତପଡ଼ା ଗ୍ରାମର ୩ ଜଣ ଯୁବକ ତାଙ୍କୁ ଛୁରାମାଡ଼ କରିବାରୁ ସେ ଗୁରୁତର ଭାବେ ଆହତ ହୋଇ ପ୍ରଥମେ କଣାସ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ।
ପରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
Advertisment କଣାସ ଥାନାରେ ଲିଖିତ ଅଭିଯୋଗ ତାପସଙ୍କ ମା' ଏ ନେଇ କଣାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିବା ବେଳେ କଣାସ ଥାନା ଅଧିକାରୀ ସେମାନଙ୍କ ବାଇକ ଜବତ କରିଛନ୍ତି।
Encounter: ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି, ଜବାବରେ ଅପରାଧୀ ଉପରେ ୨ ରାଉଣ୍ଡ ଫାୟାରିଂ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
