Youth Attack: ଯୁବକଙ୍କ ହାତ ପାପୁଲିକୁ ହାଣିଦେଲା ଅନ୍ୟଜଣେ ଯୁବକ

Jul 06, 2026 - 13:37
Youth Attack: ଯୁବକଙ୍କ ହାତ ପାପୁଲିକୁ ହାଣିଦେଲା ଅନ୍ୟଜଣେ ଯୁବକ

"ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବରୁଣାଡ଼ିଆ ଗାଁରେ ଅଭାବନୀୟ ଘଟଣା।

ମାମୁ ଘରକୁ ବୁଲି ଆସିଥିବା ବେଳେ ଜଣେ ଯୁବକଙ୍କ ହାତ ପାପୁଲିକୁ ହାଣିଦେଲା ଅନ୍ୟଜଣେ ଯୁବକ।

ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକକୁ ସ୍ଥାନାନ୍ତରିତ କରାଯାଇଛି।

ଯୁବକ ଜଣଙ୍କ ହେଉଛନ୍ତି ରାଜକନିକା ଆରସା ଗାଁର ସୌରଭ ଥାଟୋଇ।

ସେ ଆଜି ମାମୁ ଘର ବରୁଣା ଡିଆ ବୁଲିବାକୁ ଆସିଥିଲେ।Advertisment ପାପୁଲିର ୭୦ପ୍ରତିଶତ କଟିଯାଇଛି ସୌରଭ ମାମୁ ଘର ପାଖରେ ଠିଆ ହୋଇଥିବା ବେଳେ ଜଣେ ଯୁବକ ଅତର୍କିକ ଭାବେ ଆସି ଭୁଜାଲି ସାହାଯ୍ୟରେ ଆକ୍ରମଣ କରିଥିଲା।ଫଳରେ ସୌରଭଙ୍କ ହାତ ପାପୁଲିର ୭୦ପ୍ରତିଶତ କଟିଯାଇଛି।

ଏ ସମ୍ପର୍କରେ ରାଜକନିକା ପୁଲିସକୁ ଜଣାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି।

Snake Bite: ବିଷାକ୍ତ ସାପ କାମୁଡ଼ାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।