Young Man Dead: ଘରେ ଖାଇସାରି ବଗିଚାକୁ ଯାଇଥିଲେ, ପିପ୍ପଳ ଗଛରେ ଝୁଲିପଡ଼ିଲେ ଯୁବକ
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ରାଇକଲା ପଞ୍ଚାୟତର କୀଲାକିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ମାଧବ ପ୍ରଧାନ (୨୭)।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ସମୟରେ ମାଧବ ଘରୁ ଖାଇସାରି ନିକଟସ୍ଥ ବାଡ଼ି ବଗିଚାକୁ ଯାଇଥିଲେ। ସେଠାରେ ପରିବାରର କଦଳୀ ଓ ଅନ୍ୟାନ୍ୟ ଫସଲ ଚାଷ ହୋଇଥାଏ। ଚାଷ କାମ ସହିତ ସେ ବିଭିନ୍ନ ସ୍ଥାନରେ ଟେଣ୍ଟ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ହଠାତ୍ ଶ୍ରିକଲା ବଗିଚା ନିକଟରେ ଥିବା ଏକ ପିପ୍ପଲ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପରିବାର ସଦସ୍ୟଙ୍କୁ ଖବର ଦେଇଥିଲେ।
Maoist Dump କନ୍ଧମାଳରେ ଠାବ ହେଲା ମାଓଡମ୍ପ୍, ବିପୁଳ ଅସ୍ତ୍ରଶସ୍ତ୍ର ଜବତ
ଖବର ପାଇ ମୃତକଙ୍କ ସ୍ତ୍ରୀ ସୁଜାତା ପ୍ରଧାନ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନେଇ ସୁଜାତା ପ୍ରଧାନ ଘୁ.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୬/୨୬ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଘଟଣାର ଯାଞ୍ଚ କରି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ, ପୁଲିସ ଅନୁସନ୍ଧାନ ଅଧିକାରୀ ବଣ୍ଟି ଦଣ୍ଡିଆଙ୍କ ନେତୃତ୍ୱରେ ଘଟଣାର ଅଧିକ ତଦନ୍ତ ଚାଲିଥିବା ସୂଚନା ମିଳିଛି।