Yash's Tandava Dance: ୟଶ୍ଙ୍କ ତାଣ୍ଡବ ନୃତ୍ୟ
ପ୍ରଥମ ଥର ପାଇଁ 'ରାମାୟଣ'ରେ ରାମଚନ୍ଦ୍ରଙ୍କ ଭୂମିକାକୁ ନେଇ ଦର୍ଶକ ଙ୍କ ମଧ୍ୟରେ ଯେତିକି ଉତ୍ସୁକତା ରହିଛି, ଲଙ୍କେଶ ରାବଣଙ୍କ ଭୂମିକାକୁ ନେଇ ମଧ୍ୟ ସମ ପରିମାଣର ଉତ୍ସାହ ଦେଖିବାକୁ ମିଳିଛି।
ସାଉଥ୍ ସୁପରଷ୍ଟାର୍ ୟଶ୍ଙ୍କ ରାବଣ ଅବତାର ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି ଓ ୟଶ୍ଙ୍କୁ ପରଦାରେ ଦେଖିବା ପାଇଁ ଦର୍ଶକଙ୍କ ଉତ୍ସାହ ବଢ଼ି ବଢ଼ି ଚାଲିଛି।
Advertisment Medal winners: ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା କିଟ୍ ଓ କିସ୍ କ୍ରୀଡ଼ାବିତ୍ ସମ୍ବର୍ଦ୍ଧିତ ନିକଟରେ ଦଶହରା ଅବସରରେ ନିର୍ମାତାଙ୍କ ପକ୍ଷରୁ ଫିଲ୍ମର ଏକ ସ୍ୱତନ୍ତ୍ର ମ୍ୟୁଜିକାଲ୍ ଭିଡିଓ ଜାରି କରାଯାଇଛି।
ଏଥିରେ ଲଙ୍କାଧିପତି ରାବଣ ଶିବତାଣ୍ଡବ ନୃତ୍ୟ କରୁଥିବାର ଦୃଶ୍ୟ ରହିଛି।
ୟଶ୍ ଏହି ଦୃଶ୍ୟକୁ ଖୁବ୍ ସୁନ୍ଦର ଭାବେ ଉପସ୍ଥାପନ କରିଛନ୍ତି।
ଭଗବାନ ଶିବଙ୍କର ଏକ ବିଶାଳ ପ୍ରତିମା ସମ୍ମୁଖରେ ୟଶ୍ଙ୍କର ତାଣ୍ଡବ ସ୍ତୋତ୍ର ସହ ନୃତ୍ୟ ମନଛୁଆଁ ହୋଇଛି।
ସିନେମାର ହିନ୍ଦୀ ସଂସ୍କରଣରେ ବିଶାଳ ଦଦଲାନି ସ୍ତୋତ୍ର ଲାଗି କଣ୍ଠଦାନ କରିଥିବାବେଳେ ଡ.
କୁମାର ବିଶ୍ୱାସ ଗୀତ ରଚନା କରିଛନ୍ତି।
Judgement: ଗୁରୁତର ଅପରାଧୀଙ୍କୁ ପ୍ରୋବେସନ୍ରେ ଛାଡ଼ିବା ନେଇ ସୁପ୍ରିମ୍କୋର୍ଟଙ୍କ ଭର୍ତ୍ସନା ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଦୁଇ ଭାଗ ବିଶିଷ୍ଟ 'ରାମାୟଣ'ରେ ରଣବୀର କପୁର, ସାଇ ପଲ୍ଲବୀ, ୟଶ୍, ସନ୍ନି ଦେଓଲ ଓ ରବି ଦୁବେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।
ନମିତ ମଲହୋତ୍ରାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ର ର ପ୍ରଥମ ଭାଗ ୨୦୨୬ ନଭେମ୍ବର ୫ରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବାର ଯୋଜନା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
