Yadagiri Gutta: ନଦୀ-ବନ-ପର୍ବତ-ସରୋବର: ଯଦାଗିରି ଗୁଟ୍ଟା

Aug 28, 2026 - 04:52
Yadagiri Gutta: ନଦୀ-ବନ-ପର୍ବତ-ସରୋବର: ଯଦାଗିରି ଗୁଟ୍ଟା

"ଭାରତର ନଦୀ, ବନ ଓ ପର୍ବତ ଆଦି ଆପାତତଃ ଧର୍ମକ୍ଷେତ୍ର, ତୀର୍ଥକ୍ଷେତ୍ର, ତପସ୍ୟାକ୍ଷେତ୍ର ଆଦି ଭାବରେ ସର୍ବଦା ପୂଜନୀୟା।

ଏହି ପର୍ଯ୍ୟାୟରେ ଆସେ ଯଦାଗିରି ଗୁଟ୍ଟା।

ତେଲେଙ୍ଗାନା ରାଜ୍ୟର ଭୁବନଗିରି ଜିଲ୍ଲାରେ ପ୍ରାୟ ତିନିଶହ ଫୁଟ ଉଚ୍ଚର ଏହି କ୍ଷୁଦ୍ର ପାହାଡ଼ ରହିଛି।

ତାହା ଉପରେ ରହିଛି ଲକ୍ଷ୍ମୀନୃସିଂହ ସ୍ବାମୀଙ୍କ ମନ୍ଦିର।ଭାରତର ବିଭିନ୍ନ ସ୍ଥାନରେ ପ୍ରାୟ ଆଠଶହରୁ ଅଧିକ ନୃସିଂହ ମନ୍ଦିର ରହିଛି।

ସେସବୁ ମଧ୍ୟରେ, ଏହି ମନ୍ଦିର ଓ ଏହି ପର୍ବତର ବିଶେଷତ୍ବ ହେଉଛି- ଏହାକୁ ଏକାଧାରରେ ଯଦାଗିରି ଦେବସ୍ଥାନମ୍‌, ଋଷି ଆରାଧନା କ୍ଷେତ୍ର ଏବଂ ପଞ୍ଚନୃସିଂହ କ୍ଷେତ୍ର କୁହାଯାଏ।

ଏହା ପଞ୍ଚନୃସିଂହ କ୍ଷେତ୍ର ଏଇଥିପାଇଁ, ଯେ ଏହି ପାହାଡ଼ରେ ଏକତ୍ର ଭଗବାନ ବିଷ୍ଣୁଙ୍କର ଚତୁର୍ଥ ଅବତାର ଶ୍ରୀନୃସିଂହଙ୍କର ପାଞ୍ଚଟି ମୂର୍ତ୍ତି ରହିଛି।Advertisment Horoscope 2026 August 28: ଜାଣନ୍ତୁ ଆଜିର ରାଶିଫଳ...

ପୁରାଣର ବର୍ଣ୍ଣନା ଅନୁଯାୟୀ, ବିଭାଣ୍ଡକ ଋଷିଙ୍କର ପୁତ୍ର ମହର୍ଷି ଋଷ୍ୟଶୃଙ୍ଗଙ୍କର ପୁତ୍ର ଥିଲେ ଯଦାଋଷି।

ସେ ଏକଦା ଏହି ପାହାଡ଼କୁ ଆସି ଏଠା‌ର ଏକ ଗୁମ୍ଫାରେ ବସି ଭଗବାନ ନୃସିଂହଙ୍କୁ ତପସ୍ୟା କରିବାକୁ ଲାଗିଲେ।

ଭଗବାନ ନୃସିଂହ ଯଦାଋଷିଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ପାଞ୍ଚଟି ରୂପରେ ତାଙ୍କୁ ଦର୍ଶନ ଦେଲେ।

ସେଗୁଡ଼ିକ ହେଲା- ଜ୍ବାଳାନୃସିଂହ, ଗଣ୍ଡଭେରୁଣ୍ଡ ନୃସିଂହ, ଯୋଗାନନ୍ଦ ନୃସିଂହ, ଉଗ୍ରନୃସିଂହ ଓ ଲକ୍ଷ୍ମୀନୃସିଂହ।

ଫଳରେ ଏହି ସମସ୍ତ ରୂପ ଯଦାଗିରିଗୁଟ୍ଟା ପାହାଡ଼ର ଗୁମ୍ଫା ମଧ୍ୟରେ ଅବସ୍ଥିତ।

ପରବର୍ତ୍ତୀ କାଳରେ ଏହି ଗୁମ୍ଫା ଉପରେ ଏକ ମନ୍ଦିର ନିର୍ମିତ ହୋଇଥିଲା।

୨୦୧୬ରୁ ୨୦୨୨ ମଧ୍ୟରେ ଏହି ମନ୍ଦିର ପୁନଃନିର୍ମିତ ହୋଇ ଏକ ବିଶାଳ ମନ୍ଦିରରେ ପରିଣତ ହୋଇଛି ଏବଂ "ତେଲେଙ୍ଗାନାର ତିରୁପତି" ଭାବରେ ବିଖ୍ୟାତ ହୋଇଛି।

ଏହି ମନ୍ଦିରର ସାତଟି ସୁଉଚ୍ଚ କଳାକୃତି ସଂପନ୍ନ ଗୋପୁରମ୍‌, ଶହେଫୁଟ ଉଚ୍ଚର ମୁଖ୍ୟ ମନ୍ଦିର, ମନ୍ଦିରର ଚୂଡ଼ାରେ ସୁବର୍ଣ୍ଣ ନିର୍ମିତ ସୁଦର୍ଶନ ଚକ୍ର ଆଦି ମନ୍ଦିରର ବ୍ୟାପ୍ତି ଓ ଐଶ୍ବର୍ଯ୍ୟର ପ୍ରତୀକ ହୋଇଛି।

ମନ୍ଦିରର ମୁଖ୍ୟ ପ୍ରବେଶ ପଥକୁ ବୈକୁଣ୍ଟ ଦ୍ବାର କୁହାଯାଏ।

ମନ୍ଦିର ମଧ୍ୟରେ ଏକ ସ୍ବର୍ଣ୍ଣ ଖଚିତ ବେଦୀ ଉପରେ ଜ୍ବାଳାନୃସିଂହ ବିଦ୍ୟମାନ।

ତାଙ୍କର ପୃଷ୍ଠଦେଶରେ ରହିଛନ୍ତି ଆଦିଶେଷ।

ତାହାପରେ ଯୋଗନୃସିଂହ ଯୋଗମୁଦ୍ରାରେ ବିରାଜମାନ।

ଯୋଗ ସାଧକମାନେ ତାଙ୍କର ଆରାଧନା କରନ୍ତି।

ଏହାଙ୍କ ପରେ ମୁଖ୍ୟ ବେଦିକା ଉପରେ ଲକ୍ଷ୍ମୀନୃସିଂହ ବିଦ୍ୟମାନ।

ଗୁମ୍ଫାର ଶେଷ ପାହାଚରେ ଗଣ୍ଡଭେରୁଣ୍ଡ ନୃସିଂହ ବିଦ୍ୟମାନ।

Rourkela circuit house: ପ୍ରକାଶ ପାଶୱାନଙ୍କୁ କୋର୍ଟଚାଲାଣ; ବିହାରର ରେଳ ଷ୍ଟେସନ୍‌ରୁ ଧରାପଡ଼ିଥିଲେ ଅଭିଯୁକ୍ତ ଯଦାମୁନିଙ୍କର ପ୍ରାର୍ଥନାରେ ପ୍ରଥମେ ପ୍ରକଟ ହୋଇଥିଲେ ଉଗ୍ରନୃସିଂହ; ତେଣୁ ସମଗ୍ର ଯଦାଗିରିଗୁଟ୍ଟାକୁ ଉଗ୍ରନୃସିଂହ କୁହାଯାଏ।

ନୃସିଂହଙ୍କର ଏକ ରୁପା ତିଆରି ଉତ୍ସବମୂର୍ତ୍ତି ରହିଛି।

ପାଖରେ ଭୂଦେବୀ ଓ ଶ୍ରୀଦେବୀ ରହିଛନ୍ତି।

ଯଦାଗିରିର ଉପରିଭାଗରେ ଏକ ପୁଷ୍କରିଣୀ ଅଛି।

କୁହାଯାଏ, ଉପବାସ ଓ କେତେକ ଧର୍ମୀୟ ନୀତି ପାଳନ କରି ସେହି ପୁଷ୍କରିଣୀରେ ସ୍ନାନ କଲେ, ଯେତେବଡ଼ ଦୁରାରୋଗ୍ୟ ରୋଗ ହେଉ ନା କାହିଁକି ତାହା ଅନ୍ତର୍ହିତ ହୋଇଯାଏ।

ତେଲେଙ୍ଗାନାର ଏହା ଏକ ବିଶେଷ ଧର୍ମସ୍ଥଳ ଓ ପର୍ଯ୍ୟଟନକ୍ଷେତ୍ର ମଧ୍ୟ।

ଆନ୍ଧ୍ରପ୍ରଦେଶର ତିରୁପତି ପରି ଏଠାକୁ ମଧ୍ୟ ପ୍ରତ୍ୟହ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଆସିଥାନ୍ତି।

କ୍ରମଶଃ ଯଦାଗିରି ନାମକ ଏହି ପାହାଡ଼ ତଳର ଛୋଟ ଗାଁ"ଟି ଏକ ବିଶାଳ ସହରରେ ପରିଣତ ହୋଇଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)