Xi Jinping's visit: ବ୍ରିକ୍ସ ସମ୍ମିଳନୀସ୍ଥଳ ନିକଟରେ ତିବ୍ବତୀୟଙ୍କ ଆନ୍ଦୋଳନ, ୫ ଅଟକ

Sep 11, 2026 - 21:54
Xi Jinping's visit: ବ୍ରିକ୍ସ ସମ୍ମିଳନୀସ୍ଥଳ ନିକଟରେ ତିବ୍ବତୀୟଙ୍କ ଆନ୍ଦୋଳନ, ୫ ଅଟକ

"ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀସ୍ଥଳ ଭାରତ ମଣ୍ଡପମ୍ ନିକଟରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ ଗସ୍ତକୁ ବିରୋଧ କରି ଆନ୍ଦୋଳନ କରିବା ଅଭିଯୋଗରେ ଶୁକ୍ରବାର ଅତି କମ୍‌ରେ ୫ ଜଣ ତିବ୍ବତୀୟ ନାଗରିକଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଛି।

ପ୍ରଗତି ମୈଦାନ ନିକଟ ଟନେଲ୍‌ ଅଞ୍ଚଳରେ ସେମାନେ ଚୀନ୍‌ ବିରୋଧୀ ପ୍ରତିବାଦ କରୁଥିଲେ।Advertisment ଆହୁରି ପଢନ୍ତୁ :missing man's dead body ଦୁଇ ଦିନ ପୂର୍ବେ ନିଖୋଜ ହୋଇଥିଲେ, ଜଙ୍ଗଲରୁ ମିଳିଲା ଗଳିତ ଶବ ପୁଲିସ ସୂତ୍ର ଅନୁସାରେ, ଆନ୍ଦୋଳନକାରୀମାନେ ଏକ ପୋଲ୍‌ ଉପରକୁ ଚଢ଼ି ତିବ୍ବତର ପତାକା ଓ ବ୍ୟାନର ପ୍ରଦର୍ଶନ କରିଥିଲେ।

ଚୀନ୍‌ ରାଷ୍ଟ୍ରପତିଙ୍କ ଗସ୍ତକୁ ବିରୋଧକରିବା ସହ ତିବ୍ବତର ସ୍ୱାଧୀନତା ଦାବି ଉଠାଇଥିଲେ।

ଏହାପରେ ପୁଲିସ ସେମାନଙ୍କୁ ଅଟକ କରିଥିଲା।

ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ପ୍ରସାରିତ ହୋଇଛି।

ଆହୁରି ପଢନ୍ତୁ :BRICS: ଭାରତର ବଦଳିଲା ଛବି: "ସବୁଠାରୁ ଦୁର୍ବଳ"ରୁ ବ୍ରିକ୍ସର ଭରସାଯୋଗ୍ୟ ସଦସ୍ୟ  ଏହାବ୍ୟତୀତ ଉତ୍ତର ଦିଲ୍ଲୀର ମଞ୍ଜୁ କା ଟିଲା ଅଞ୍ଚଳରେ ମଧ୍ୟ ତିବ୍ବତୀୟ ଯୁବ କଂଗ୍ରେସ ଓ ତିବ୍ବତୀୟ ସମ୍ପ୍ରଦାୟର ସଦସ୍ୟମାନେ ଏକଜୁଟ୍‌ ହୋଇ ପ୍ରତିବାଦ ମାର୍ଚ୍ଚ କରିଛନ୍ତି।

ସେମାନେ ଜିନପିଙ୍ଗଙ୍କ ଗସ୍ତକୁ ବିରୋଧ କରିବା ସହ ତିବ୍ବତର ସ୍ୱାଧୀନତା, ରାଜନୈତିକ ବନ୍ଦୀଙ୍କ ମୁକ୍ତି ଏବଂ ଚୀନ୍‌ର "ଏଥନିକ୍‌ ୟୁନିଟି ଲ" ପ୍ରତ୍ୟାହାର ଦାବି କରିଛନ୍ତି।

ମଞ୍ଜୁ କା ଟିଲାରେ କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ଏହି ପ୍ରତିବାଦ ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)