World's Youngest Professor: ୧୮ ବର୍ଷରେ ୩୦୬ ବର୍ଷର ରେକର୍ଡ ଭାଙ୍ଗିଲେ ଏହି ଯୁବକ

Aug 04, 2026 - 19:12
World's Youngest Professor: ୧୮ ବର୍ଷରେ ୩୦୬ ବର୍ଷର ରେକର୍ଡ ଭାଙ୍ଗିଲେ ଏହି ଯୁବକ

ସାଧାରଣତଃ ୧୮ ବର୍ଷ ବୟସରେ ଛାତ୍ରଛାତ୍ରୀ କଲେଜ ଜୀବନ ଆରମ୍ଭ କରୁଥିବା ବେଳେ, ଫ୍ଲୋରିଡାର ନାଥନ୍ ଥୋମାସ୍ ଶ୍ରେଣୀଗୃହରେ ଠିଆ ହୋଇ ଇଞ୍ଜିନିୟରିଂ ଛାତ୍ରଙ୍କୁ ପାଠ ପଢ଼ାଉଛନ୍ତି। ୧୮ ବର୍ଷ ୩୪୬ ଦିନ ବୟସରେ ସେ ବିଶ୍ୱର ସବୁଠୁ କମ୍ ବୟସର ପୁରୁଷ ପ୍ରଫେସର ଭାବେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି।

ନାଥନ୍ ମିଆମି ଡେଡ୍ କଲେଜରେ ଇଞ୍ଜିନିୟରିଂ ଇନ୍‌ଷ୍ଟ୍ରକ୍ଟର ଭାବେ ଯୋଗଦେଇଛନ୍ତି। ସେ ୧୭୧୭ ମସିହାରେ ୧୯ ବର୍ଷ ବୟସରେ ପ୍ରଫେସର ହୋଇଥିବା ସ୍କଟିସ୍ ଗଣିତଜ୍ଞ କଲିନ୍ ମ୍ୟାକଲରିନଙ୍କ ୩୦୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି।

ନାଥନଙ୍କ ଅସାଧାରଣ ଶିକ୍ଷା ଯାତ୍ରା ମାତ୍ର ୧୦ ବର୍ଷ ବୟସରୁ ଆରମ୍ଭ ହୋଇଥିଲା। ସେ ସ୍କୁଲ ପଢ଼ିବା ସହ ଡୁଆଲ୍ ଏନ୍‌ରୋଲମେଣ୍ଟ କାର୍ଯ୍ୟକ୍ରମରେ କଲେଜରେ ଭର୍ତ୍ତି ହୋଇଥିଲେ। ୧୪ ବର୍ଷ ବୟସରେ ଫ୍ଲୋରିଡା ଇଣ୍ଟରନ୍ୟାସନାଲ ୟୁନିଭର୍ସିଟିରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ।

ଏବେ ସେ ଇଞ୍ଜିନିୟରିଂ ସହ ଆଇନ ପାଠ ମଧ୍ୟ ଜାରି ରଖିଛନ୍ତି। ୨୦୨୮ରେ ଡିଗ୍ରୀ ସମାପ୍ତ କରିବା ପରେ ବୌଦ୍ଧିକ ସମ୍ପତ୍ତି ଆଇନ କ୍ଷେତ୍ରରେ କାମ କରିବା ତାଙ୍କ ଲକ୍ଷ୍ୟ। ନାଥନଙ୍କ କହିବା ଅନୁସାରେ, ଶିକ୍ଷା ପାଇଁ ବୟସ ନୁହେଁ, ବରଂ ଉତ୍ସୁକତା ଓ ପରିଶ୍ରମ ହିଁ ମୁଖ୍ୟ। ତାଙ୍କ ଏହି ଯାତ୍ରା ଦେଖାଇଛି ଯେ, ଶିଖିବାର ଇଚ୍ଛା ଥିଲେ ବୟସ କେବଳ ଏକ ସଂଖ୍ୟା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।