World's top country in innovation: ନବସୃଜନରେ ବିଶ୍ୱର ଶୀର୍ଷ ଦେଶ

Oct 17, 2026 - 08:40
World's top country in innovation: ନବସୃଜନରେ ବିଶ୍ୱର ଶୀର୍ଷ ଦେଶ

"ଦେଶର ପ୍ରଗତି ଲାଗି ନୂଆ ଧାରଣା, ଚିନ୍ତନ ଓ ଗବେଷଣା କ୍ଷେତ୍ରରେ ନୂତନତ୍ବ ବା ନବସୃଜନ ଗୁରୁତ୍ବପୂର୍ଣ୍ଣ।

ଏହି ସଫଳତା ମଧ୍ୟ ଗୋଟିଏ ଦେଶକୁ ସ୍ବତନ୍ତ୍ର କରିଥାଏ।

ଆସନ୍ତୁ ଦେଖିବା, ୨୦୨୬ରେ ନବସୃଜନର ଦୌଡ଼ରେ କେଉଁ ଦେଶଗୁଡ଼ିକ ଆଗୁଆ ଅଛନ୍ତି ଓ ଆମ ଦେଶର ସ୍ଥାନ କେଉଁଠି?

ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଙ୍ଗଠନ (ଡବ୍ଲ୍ୟୁଆଇପିଓ) ୧୩୯ଟି ଦେଶର ପ୍ରଦର୍ଶନକୁ ନେଇ ବିଶ୍ବ ନବସୃଜନ ସୂଚକାଙ୍କ (ଗ୍ଲୋବାଲ୍‌ ଇନୋଭେସନ୍‌ ଇଣ୍ଡେକ୍ସ) ପ୍ରକାଶ କରିଛି।Advertisment College union election: ସୁକିନ୍ଦା କଲେଜ ନିର୍ବାଚନ ବନ୍ଦ୍ ପଛରେ ଛାତ୍ରନେତାଙ୍କ ଉଦାସୀନତା ଗ୍ଲୋବାଲ୍‌ ଇନୋଭେସନ୍‌ ଇଣ୍ଡେକ୍ସ-୨୦୨୬ରେ ସ୍ୱିଜର୍‌ଲାଣ୍ଡ ୬୬.୭ ପଏଣ୍ଟ ହାସଲ କରି ସବୁଠାରୁ ଉପରେ ରହିଛି।

ଏହି ଦେଶ ଲଗାତାର ୧୬ ବର୍ଷ ଧରି ଏହି ସ୍ଥାନ ବଜାୟ ରଖିଛି।

ଏହି ଦେଶ ତା"ର କାର୍ଯ୍ୟଦକ୍ଷତା, ଗବେଷଣା କ୍ଷମତା ଓ ବ୍ୟାବସାୟିକ ଦୃଢ଼ତାକୁ ମୂଲ୍ୟବାନ ଉତ୍ପାଦ ଆଉ ସେବାରେ ପରିଣତ କରିବାର ଆସାଧାରଣ କ୍ଷମତା ରଖିଛି।

୬୩.୨ ପଏଣ୍ଟ ସହ ସ୍ୱିଡେନ୍‌ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି।

ତାଲିକାର ତୃତୀୟ ସ୍ଥାନରେ ଥିବା ଯୁକ୍ତରାଷ୍ଟ୍ର ଆମେରିକା ୬୨.୩ ପଏଣ୍ଟ ପାଇଥିବାବେଳେ ଗବେଷଣା, ପ୍ରଯୁକ୍ତିବିଦ୍ୟା ବ୍ୟବସାୟ ତଥା ଶିଳ୍ପରେ ନିବେଶ ଦୃଷ୍ଟିରୁ ଦେଖିଲେ ଏହି ଦେଶ ବେଶ୍ ନାଁ କରିଛି।

ଅନ୍ୟପଟେ ୬୧.୪ ପଏଣ୍ଟ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଦକ୍ଷିଣ କୋରିଆ।

ସେହିପରି ଚୀନ୍‌ ଓ ଜାପାନ୍‌ ଭଳି ଦେଶଠାରୁ ସିଙ୍ଗାପୁର ମଧ୍ୟ ଆଗରେ ରହି ପଞ୍ଚମ ସ୍ଥାନ ହାସଲ କରିଛି।

ତା" ତଳକୁ ଅଛନ୍ତି ଇଂଲଣ୍ଡ ଓ ନେଦର୍‌ଲାଣ୍ଡ।

Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍‌କୋର୍ଟ ଭାରତ ୪୦.୧ ପଏଣ୍ଟ ସହ ୩୮ତମ ସ୍ଥାନରେ ରହିଛି।

ଏହା ଶ୍ରେଷ୍ଠ ସାତଟି ଦେଶ ଭିତରେ ସ୍ଥାନ ପାଇ ନଥିଲେ ମଧ୍ୟ "ଡବ୍ଲ୍ୟୁଆଇପିଓ" ଭାରତକୁ ମଧ୍ୟମ ଆୟ ଅର୍ଥନୀତି ମଧ୍ୟରୁ ଅଗ୍ରଣୀ ଭାବେ ଚିହ୍ନଟ କରିଛି।

ସେହିପରି ଭାରତର ବିକାଶ ସ୍ତର ଆଶାଠାରୁ ଅଧିକ ଥିବା ଦର୍ଶାଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)