World Youth Skills Day: ବିଶ୍ବ ଯୁବ କୌଶଳ ଦିବସ

Jul 15, 2026 - 08:19
World Youth Skills Day: ବିଶ୍ବ ଯୁବ କୌଶଳ ଦିବସ

"ଆଜି ବିଶ୍ବ ଯୁବ କୌଶଳ ଦିବସ।

ଯୁବକମାନଙ୍କୁ ନିଯୁକ୍ତି, ଉତ୍ତମ କାର୍ଯ୍ୟ ଓ ଉଦ୍ୟମିତା ପାଇଁ ଦକ୍ଷତା ପ୍ରଦାନ କରିବାର ରଣନୈତିକ ଗୁରୁତ୍ବକୁ ହୃଦୟଙ୍ଗମ କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ସାଧାରଣ ପରିଷଦ ୨୦୧୪ ମସିହାରୁ ଜୁଲାଇ ୧୫କୁ "ବିଶ୍ବ ଯୁବ କୌଶଳ ଦିବସ" ରୂପେ ପାଳନ କରିବାକୁ ଘୋଷଣା କରିଥିଲା।

ଯୁବବର୍ଗର ସାମର୍ଥ୍ୟକୁ ପରିବର୍ତ୍ତନର ଉତ୍‌ପ୍ରେରକ ଭାବେ ଚିହ୍ନଟ କରିବା ଏବଂ ସମସ୍ତଙ୍କୁ ଏକ ସମୃଦ୍ଧ ତଥା ସ୍ଥାୟୀ ବିଶ୍ବ ନିର୍ମାଣ କରିବା ପାଇଁ ଆବଶ୍ୟକ ଦକ୍ଷତା ଓ ସୁଯୋଗ ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ହେବା ଲାଗି ଏହି ଦିବସ ପାଳନ ଉଦ୍ଦିଷ୍ଟ।

ଲକ୍ଷ୍ୟ ହେଉଛି, ଯୁବବର୍ଗଙ୍କ ପାଇଁ ବୈଷୟିକ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣର ବିଶ୍ବସ୍ତରୀୟ ଆହ୍ବାନର ମୁକାବିଲା ନିମନ୍ତେ ସରକାର, ନିଯୁକ୍ତିଦାତା, ଶିଳ୍ପ, ପ୍ରଶିକ୍ଷଣ ପ୍ରଦାନକାରୀ ଓ ଅନ୍ୟ ଅଂଶୀଦାରମାନଙ୍କୁ ପ୍ରୋତ୍ସାହିତ କରିବା।

Advertisment Rath Yatra: ମହାପ୍ରଭୁଙ୍କ ନବଯୌବନ ଦର୍ଶନ ସହ ନେତ ଉତ୍ସବ ଅନୁଷ୍ଠିତ ବିଶେଷ କରି ଏପରି ଏକ ଉଜ୍ଜ୍ବଳ ଭବିଷ୍ୟତର ପରିକଳ୍ପନା କରିବା ଯେଉଁଠି କୌଣସି ଯୁବକଯୁବତୀ ବାଦ୍‌ ପଡ଼ିବେ ନାହିଁ।

ସୁତରାଂ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ପାଇଁ ଅଧିକ ସୁଯୋଗ ସୃଷ୍ଟି ସମ୍ପର୍କରେ ଆଲୋଚନା ଆରମ୍ଭ କରିବା ପାଇଁ ଆଜିର ଦିନଟି ହେଉଛି ଉପଯୁକ୍ତ ଅବସର।

ଚଳିତବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ହେଉଛି "ମିଳିତ ଭବିଷ୍ୟତ ପାଇଁ ଦକ୍ଷତାସମୂହ"।

ଆଜିର ନିଯୁକ୍ତିର ଦୁନିଆ ତୀବ୍ର ଗତିରେ ବଦଳିବାରେ ଲାଗିଛି।

ତେଣୁ ଏହି ପରିବର୍ତ୍ତିତ ସ୍ଥିତି ସହ ନିଜକୁ ଖାପ ଖୁଆଇବା ପାଇଁ ଯୁବପିଢ଼ି କେବଳ ଗୋଟିଏ କୌଶଳ ଆହରଣ କରିବା ଯଥେଷ୍ଟ ନୁହେଁ।

ସେମାନେ ବୈଷୟିକ କୌଶଳ ସାଙ୍ଗକୁ ଡିଜିଟାଲ୍‌, ଏଆଇ, ସବୁଜ ଶକ୍ତି, ସାମାଜିକ-ଆବେଗିକ ଦକ୍ଷତା ଆହରଣ କରିବା ଅତ୍ୟାବଶ୍ୟକ।

Trade: ଭାରତ-ବ୍ରିଟେନ ସିଇଟିଏ ଆଜିଠୁ; ମୋଦୀଙ୍କ ଅମଳରେ ଷଷ୍ଠ ଏଫ୍‌ଟିଏ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।