World Tiger Day: ଆଜି ବିଶ୍ୱ ବ୍ୟାଘ୍ର ଦିବସ: ନନ୍ଦନକାନନକୁ ‘ବାଘ’ ଚିନ୍ତା
"ଆଜି ବିଶ୍ୱ ବ୍ୟାଘ୍ର ଦିବସ।
ଓଡ଼ିଶାର ଜଙ୍ଗଲ ଅପେକ୍ଷା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘଙ୍କ ପ୍ରଜନନ ଓ ବଂଶବୃଦ୍ଧି ବେଶ୍ ଭଲ ରହିଥିବାରୁ ବନ୍ୟପ୍ରାଣୀ ପ୍ରେମୀମାନେ ନନ୍ଦନକାନନକୁ ବାଘଙ୍କ ଅନ୍ତୁଡିଶାଳ ବୋଲି ବିବେଚନା କରିଥାଆନ୍ତି।
ନନ୍ଦନକାନନରେ ବାଘଙ୍କର ସଫଳ ମିଳନ, ପ୍ରଜନନ ଓ ବଂଶବୃଦ୍ଧି ନେଇ ଅତୀତରେ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ସନ୍ତୋଷ ବ୍ୟକ୍ତ କରି ପ୍ରଭାବିତ ହୋଇଛନ୍ତି।
ତିନି ବର୍ଷ ତଳେ ତତ୍କାଳୀନ ରାଜ୍ୟ ସରକାର ନନ୍ଦନକାନନ ପଛକୁ ଲାଗିଥିବା ଚନ୍ଦକା ଜଙ୍ଗଲର ଚାରି ଶହ ଏକର ପରିମିତ ଜାଗାରେ ବାଘ ସଫାରି କରିବାକୁ ଯୋଜନା କରି ଜାଗା ଚିହ୍ନଟ କରିଥିଲେ।Advertisment Vedanta Aluminium: ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କଲା ବେଦାନ୍ତ ଆଲୁମିନିୟମ ହେଲେ ସେ ଯୋଜନା କେବଳ ଯୋଜନାରେ ରହିଯାଇଛି।
ପୁଣି ଦୁଇ ବର୍ଷ ହେଲାଣି ନନ୍ଦନକାନନର ବାଘମାନଙ୍କର ମିଳନ ବନ୍ଦ ରହିବା ଫଳରେ ସାମୟିକ ଭାବେ ପ୍ରଜନନ ମଧ୍ୟ ହୋଇନାହିଁ।
୨୦୨୫ ଜୁନ୍ ୭ ତାରିଖରେ ଧଳା ବାଘୁଣୀ ମୌସୁମୀ ଗର୍ଭରୁ ସାଧାରଣ ରଙ୍ଗର ରାଜେଶ ମିଳନରୁ ଦୁଇଟି ଶାବକ ଜନ୍ମ ନେଇଥିଲେ।
ମା"ର ଜନ୍ମ ପରବର୍ତ୍ତୀ ଯତ୍ନ ଅଭାବରୁ ସେ ମଧ୍ୟରୁ ଗୋଟିଏ ଧଳା ରଙ୍ଗର ଅଣ୍ଡିରା ଛୁଆର ମୃତ୍ୟୁ ହୋଇଥିଲା।
ଏହାପରେ ଶେଷ ଥର ପାଇଁ ୨୦୨୫ ଡିସେମ୍ବର ୨୭ରେ ୧୦୧ ଦିନର ଗର୍ଭଧାରଣ ପରେ ସାଧାରଣ ରଙ୍ଗର ବାଘୁଣୀ ଜୟଶ୍ରୀ ଗର୍ଭରୁ ମହାବଳ ଅଙ୍କିତ ମିଳନରୁ ଦୁଇଟି ଶାବକ ଜନ୍ମ ନେଇଥିଲେ।
ଏହା ପରେ ଆଜି ସୁଦ୍ଧା କୌଣସି ବାଘ ଓ ବାଘୁଣୀଙ୍କୁ ମିଳନର ସୁଯୋଗ ଦିଆଯାଇନାହିଁ।
ଫଳରେ ଏକଦା ୩୪ଟି ବାଘ ରହୁଥିବା ନନ୍ଦନକାନନରେ ବର୍ତ୍ତମାନ ମୋଟ ବାଘ ସଂଖ୍ୟା ୨୭ରେ ସୀମିତ ରହିଛି।
ଏହା ମଧ୍ୟରେ ସାଧାରଣ ରଙ୍ଗର ୧୮ଟି (୧୧ ବାଘୁଣୀ ଓ ୭ ମହାବଳ), ବିରଳ କଳା ରଙ୍ଗର ୫ଟି (୩ ବାଘୁଣୀ ଓ ୨ ମହାବଳ) ଓ ଧଳା ରଙ୍ଗର ୩ ବାଘୁଣୀ ଓ ୧ ମହାବଳ ଅଛନ୍ତି।
ମୋଟ ବାଘ ସଂଖ୍ୟାକୁ ଦେଖିଲେ ସାଧାରଣ ରଙ୍ଗର ବାଘରୁ ଧଳା ବାଘ ପ୍ରଜନନ କରାଇ ବଂଶ ବିସ୍ତାର କରିଥିବା ନନ୍ଦନକାନନ ଧଳା ବାଘ ବଂଶ ବିପଦର ପାଦଦେଶରେ ରହିଛି।
ଜନ୍ମ, ମୃତ୍ୟୁ ଓ ପ୍ରତିବଦଳ ସତ୍ତ୍ୱେ ଦିନ ଥିଲା ନନ୍ଦନକାନନରେ ଧଳା ବାଘ ସଂଖ୍ୟା ୧୨ ହୋଇଥିଲା।
ଏବେ ମାତ୍ର ୫ଟି ଧଳାବାଘ ଥିବା ବେଳେ ଏହା ମଧ୍ୟରେ ଏକମାତ୍ର ମହାବଳ ରହିଛି।
Air India: ଏୟାର ଇଣ୍ଡିଆକୁ ସୁଧାରିବା ପାଇଁ ଏକ ଦଶନ୍ଧି ଲାଗିବ ନନ୍ଦନକାନନରେ କାର୍ଯ୍ୟକ୍ରମ ପ୍ରସ୍ତୁତିବାରଙ୍ଗ: ବାଘ ବଂଶବୃଦ୍ଧି, ସୁରକ୍ଷା ଓ ସଂରକ୍ଷଣ ଲାଗି ସମଗ୍ର ବିଶ୍ୱରେ ପ୍ରତିବର୍ଷ ଜୁଲାଇ ୨୯ ତାରିଖକୁ ବିଶ୍ୱ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଇଆସୁଛି।
ଏହି ଦିବସ ପାଳନ ଅବସରରେ ବାଘ ବଂଶ ବୃଦ୍ଧି ଲାଗି ବିଶ୍ୱର ବିଭିନ୍ନ ସ୍ଥାନରେ ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥାଏ ।
ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତାକାଲି ବୁଧବାରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ବ୍ୟାଘ୍ର ଦିବସ ପାଳନ ଅବସରରେ ନନ୍ଦନକାନନରେ ପୂର୍ବାହ୍ଣରୁ ଅପରାହ୍ଣ ୩ଟା ୩୦ ପର୍ଯ୍ୟନ୍ତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ପ୍ରଥମ ପର୍ଯ୍ୟାୟ ପୂର୍ବାହ୍ଣ ୯ଟା ୩୦ରୁ କାର୍ଯ୍ୟକ୍ରମର ଉଦ୍ଘାଟନ କରାଯିବା ପରେ ପର୍ଯ୍ୟାୟକ୍ରମେ ଦସ୍ତଖତ ଅଭିଯାନ, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଓ ଠିକ୍ ଉତ୍ତରଦାତାଙ୍କୁ ପୁରସ୍କାର ପ୍ରଦାନ, ମୋବାଇଲ ସଚେତନତା ଅଭିଯାନ, ପିଲାମାନଙ୍କର ଚିତ୍ରାଙ୍କନ ପ୍ରତିଯୋଗିତା ଓ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ରଖାଯାଇଛି।
ଦ୍ୱିତୀୟ ପର୍ଯ୍ୟାୟରେ ପୂର୍ବାହ୍ଣ ୧୦ଟା ୩୦ ରୁ ପଥପ୍ରାନ୍ତ ନାଟକ, ଜନ୍ତୁରକ୍ଷକମାନଙ୍କ ସହ ବାଘମାନଙ୍କ ଯତ୍ନ ଓ ସଂରକ୍ଷଣ ବିଷୟରେ ଆଲୋଚନା ଆଦି କାର୍ଯ୍ୟକ୍ରମ ରହିଛି।
ତୃତୀୟ ପର୍ଯ୍ୟାୟ ଅପରାହ୍ଣ ୩ଟା ୩୦ରୁ ନନ୍ଦନକାନନ ସଭାଗୃହରେ ବାଘ ସଂରକ୍ଷଣ ଉପରେ ବିଶେଷଜ୍ଞଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରଖାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।