Subhadra Shakti: ସୁଭଦ୍ରା ଶକ୍ତି ପକ୍ଷରୁ ‘ପିଠା ଅନ୍‌ ହ୍ବିଲ୍‌’: ସହରରେ ବୁଲିବ ପିଠା ଗାଡ଼ି

Jun 12, 2026 - 11:04
Subhadra Shakti: ସୁଭଦ୍ରା ଶକ୍ତି ପକ୍ଷରୁ ‘ପିଠା ଅନ୍‌ ହ୍ବିଲ୍‌’: ସହରରେ ବୁଲିବ ପିଠା ଗାଡ଼ି

"ଭୁବନେଶ୍ୱର: ସହରର ଗଳିକନ୍ଦି, ଛକ ଓ ବଜାର ବୁଲିବ ପିଠା ଗାଡ଼ି।

ଘରେ ବସି ପିଠା ସହ ବିିଭିନ୍ନ ଜଳଖିଆର ମଜା ଉଠାଇପାରିବେ ସହରବାସୀ।

ଆଜି "ସୁଭଦ୍ରା ଶକ୍ତି ବଜାର" ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ରଜ ଉପଲକ୍ଷେ ୬ଟି ସ୍ୱତନ୍ତ୍ର ଗାଡ଼ି "ପିଠା ଅନ୍‌ ହ୍ବିଲ୍‌"ର ଶୁଭାରମ୍ଭ କରିଛନ୍ତି।

ରଜ  ଉପଲକ୍ଷେ ଏହି ଗାଡ଼ିଗୁଡ଼ିକ ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ସ୍ଥାନରେ ଜନସାଧାରଣଙ୍କୁ ଓଡ଼ିଶାର ପାରମ୍ପରିକ ପିଠା ସହିତ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇବ।

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଆରିସା, କାକରା, ମଣ୍ଡା, ଚକୁଳି, ପୋଡ଼ପିଠା ଆଦି ପାରମ୍ପରିକ ପିଠା ସହିତ ଦହିବରା, ବରା ଓ ଆଳୁଚପ୍ ଭଳି ବିଭିନ୍ନ ଜଳଖିଆ ସାମଗ୍ରୀ ପ୍ରସ୍ତୁତ ଓ ବିକ୍ରୟ କରିବେ।Advertisment Subhadra Scheme: ନବରଂଗପୁରରେ ସୁଭୁଦ୍ରାରୁ ବାଦ୍ ପଡିଲେ ୧୦,୭୨୯ ହିତାଧିକାରୀ ରଜ ପର୍ବ ଅବସରରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାରପ୍ରସାର ସହିତ ମହିଳା ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିସନ ଶକ୍ତି ବିଭାଗ ପକ୍ଷରୁ ଏହି "ପିଠା ଅନ୍‌ ହ୍ବିଲ୍‌" କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।ସେହିପରି ଜୁନ୍ ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଡେଲ୍‌ଟାଛକସ୍ଥିତ "ସୁଭଦ୍ରା ଶକ୍ତି ବଜାର"ରେ ହସ୍ତତନ୍ତ ସାମଗ୍ରୀ ଉପରେ ୨୦+୧୦ % ସ୍ୱତନ୍ତ୍ର ରିହାତି ରହିଛି।

ଏଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ, ହସ୍ତକଳା, ମିଲେଟ୍ ଓ ଜୈବିକ ଉତ୍ପାଦର ବିସ୍ତୃତ ସମ୍ଭାର ଉପଲବ୍ଧ ରହିଛି।

ରଜକୁ ଅଧିକ ଆକର୍ଷଣୀୟ ଓ ଉତ୍ସବମୁଖର କରିବା ନିମନ୍ତେ "ସୁଭଦ୍ରା ଶକ୍ତି ବଜାର"ରେ ବିଶ୍ବ ଦକ୍ଷତା କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ସ୍ବୟଂ ସହାୟକ ଗୋଷ୍ଠୀ କର୍ମୀଙ୍କ ଦ୍ୱାରା ଲଗା ହୋଇଥିବା ବିଭିନ୍ନ ଷ୍ଟଲ୍ ଯେମିତି ମେହେନ୍ଦି, ହେଆର୍ ଷ୍ଟାଇଲିଂ, ନେଲ୍ ଆର୍ଟ ଆଦି ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯଥା ଦୋଳି, ରଜ ପାନ ଓ ଲାଖ ଚୁଡ଼ିର ଭରପୂର ମଜା ନେଇପାରିବେ।

ଏଥିସହିତ ବିଭିନ୍ନ ପ୍ରକାର ପାରମ୍ପରିକ ପିଠାର ସ୍ୱାଦ ଉପଭୋଗ କରିପାରିବେ।

ମୁଣ୍ଡମୁହାଁଣକୁ ଝୁମେଇବେ ମଣ୍ଟୁ ଛୁରିଆଭୁବନେଶ୍ୱର: ରଜ ମହୋତ୍ସବକୁ ବିଶାଳ ଓ ସ୍ୱତନ୍ତ୍ର କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱତନ୍ତ୍ର ପ୍ରୟାସ କରାଯାଉଛି।

ଏହି କ୍ରମରେ ଗ୍ରାମେଶ୍ୱର ଦେବ ଯୁବ ପରିଷଦ ପକ୍ଷରୁ ଗ୍ରାମେଶ୍ୱର ଦେବ ମେଳଣ ପଡ଼ିଆ, ମୁଣ୍ଡମୁହାଁଣରେ ୭୦ଟି ପାରମ୍ପରିକ ଦୋଳି ପଡ଼ିବାକୁ ଯାଉଛି।

ଏଥି ସହିତ ମୀନାବଜାର, ରାମ ଦୋଳି ମଧ୍ୟ ପଡ଼ିବ।

ମଣ୍ଟୁ ଛୁରିଆ, ଅର୍ପିତା ଚୌଧୁରୀଙ୍କ ଭଳି କଣ୍ଠଶିଳ୍ପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଗ୍ରାମବାସୀ ନାଟକ ପରିବେଷଣ କରିବେ।

ପମ୍ପାଲୋରେ ପ୍ରଥମ ରଜ ମହୋତ୍ସବବାଲିପାଟଣା: ଚଳିତ ବର୍ଷ ସ୍ଥାନୀୟ ପମ୍ପାଲୋ ପଞ୍ଚାୟତ ନୀଳକଣ୍ଠେଶ୍ୱରଙ୍କ ପୀଠରେ ପ୍ରଥମ ରଜ ମହୋତ୍ସବ ଆୟୋଜନ କରାଯାଉଛି।

ଶ୍ରୀନୀଳକଣ୍ଠେଶ୍ୱର ସାଂସ୍କୃତିକ ପରିଷଦ ଓ ସିଦ୍ଧି ବିନାୟକ ଚାରିଟେବ୍‌ଲ ଟ୍ରଷ୍ଟ ମିଳିତ ଭାବେ ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଏହି ମହୋତ୍ସବ ଆୟୋଜନ କରିବେ।

ଆଜି ପରିଷଦର ସଦସ୍ୟବୃନ୍ଦ ଓ ଟ୍ରଷ୍ଟ ଅଧ୍ୟକ୍ଷ ସତ୍ୟପ୍ରିୟ ବେହେରାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯାଇଛି।

ରବିବାର ଦିନରୁ ଦୋଳି ଖେଳ ସହ ଲୁଡୁ, ତାସ ଆଦି ଖେଳରେ ପିଲାମାନେ ମଜା କରିବେ।

ସାନ୍ଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନେତ୍ରୀ ଜିନା ସାମଲ, ବିଦୁସ୍ମିତା ମନ୍ତ୍ରୀ ଓ  କମେଡିଆନ୍‌ ଗୁଲୁଆ ପ୍ରମୁଖ ସାମିଲ ହେବେ।

ସ୍ବେଛାସେବୀ ଅନୁଷ୍ଠାନ "ବର୍ଣ ଟୁ ହେଲ୍ପ ଅଲ୍" ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟସେବା ଓ ଔଷଧ ବଣ୍ଟନ ଶିବିର କରାଯାଉଛି।

ସୋମବାର ଖୋର୍ଦ୍ଧା ପାଇକ ଆଖଡ଼ା ପ୍ରଦର୍ଶନ ସାଙ୍ଗକୁ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଆୟୋଜିତ ହେବ।

ମଙ୍ଗଳବାର ଦିନ ବେଳା ମାଗଣା ଚକ୍ଷୁ ଶିବିର ଓ ଚଷମା ବଣ୍ଟନ ଓ ସନ୍ଧ୍ୟାରେ ସମ୍ବଲପୁରୀ ନୃତ୍ୟ ପରିବେଷିତ ହେବ।

Subhadra Shakti Mela: ନଭେମ୍ବର ପହିଲାରୁ ସୁଭଦ୍ରା ଶକ୍ତି ମେଳା: ପ୍ରଦର୍ଶନୀ ପଡ଼ିଆରେ ପ୍ରଦର୍ଶିତ ହେବ ବିଭିନ୍ନ ରାଜ୍ୟର ଉତ୍ପାଦ ୧୪ରେ ରଜ ମଉଜ, ବାଙ୍କବିହାରୀ ପରିବେଶ ସମ୍ମାନଭୁବନେଶ୍ୱର: "ସଂଭାବନା" ପକ୍ଷରୁ ଆସନ୍ତା ଜୁନ୍ ୧୪ ତାରିଖ ସନ୍ଧ୍ୟା ୫ଟାରେ ଜୟଦେବ ଭବନରେ ରଜ ମଉଜ ଅନୁଷ୍ଠିତ ହେବ।

ଏଥି ସହିତ ତୃତୀୟ ବାଙ୍କବିହାରୀ ପରିବେଶ ସମ୍ମାନ ପ୍ରଦାନ ମଧ୍ୟ ପ୍ରଦାନ କରାଯିବ।

ଚଳିତ ବର୍ଷ ବୃକ୍ଷ ମାନବ ବିଜୟ ଜେନାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ହରପ୍ରିୟା ସ୍ବାଇଁ, ସିଦ୍ଧାନ୍ତ ଶତପଥୀ ଓ ସୁନିତା ନାୟକଙ୍କ ସମେତ ଅନ୍ୟ ଶିଳ୍ପୀମାନେ ରଜ, ପ୍ରକୃତି, ପରିବେଶ ଓ ପରମ୍ପରା ଆଧାରିତ ସଂଗୀତ ପରିବେଷଣ କରିବେ।

ଏହା ସହ ଓଡ଼ିଆଣୀମାନେ ସମବେତ ସଂଗୀତ, ଦ୍ବୈତ ସଂଗୀତ ଓ ଲୋକନୃତ୍ୟ ମଧ୍ୟ ପରଷିବେ।

ରଜପାନ ଓ ପୋଡ଼ପିଠା ପ୍ରଦର୍ଶନ ମଧ୍ୟ ଅନୁଷ୍ଠିତ ହେବ।

ଓଡ଼ିଆ ଓ ସଂସ୍କୃତି ପ୍ରେମୀମାନେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ହୋଇ ଏଥିରେ ସାମିଲ ହେବା ପାଇଁ ଅନୁଷ୍ଠାନର ସଂପାଦକ ଦେବ ପ୍ରସାଦ ପରିଜା, ଟ୍ରଷ୍ଟି ସ୍ମୃତି ମହାନ୍ତି, ଓଡ଼ିଆଣୀ ସମିତିର ସଭାନେତ୍ରୀ ସୌଦାମିନୀ ସାମଲ, ସଂପାଦିକା ରେଖା ସାହୁ ଓ ଆଜୀବନ ସଭ୍ୟା ରାଜଶ୍ରୀ ଶତପଥୀ ଅନୁରୋଧ କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।