Worker Dies ତରଭା ଇଥାନଲ୍ କାରଖାନାରେ ପୁଣି ଶ୍ରମିକଙ୍କ ମୃତ୍ୟୁ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

Jul 08, 2026 - 17:28
Worker Dies ତରଭା ଇଥାନଲ୍ କାରଖାନାରେ ପୁଣି ଶ୍ରମିକଙ୍କ ମୃତ୍ୟୁ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

"ତରଭା :  ତରଭା ବ୍ଲକ ପାଣିମୁରା ସ୍ଥିତ ମାସ ବାୟୋଫୁଏଲ ଇଥାନଲ କାରଖାନାରେ ପୁଣି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ମୃତ ଶ୍ରମିକ ଜଣକ ଉତ୍ତରପ୍ରଦେଶ ରାଜ୍ୟର ବଳିଆ ଜିଲ୍ଲା ଗୱରା ଅଂଚଳର ଆଞ୍ଚଳ ରାଜଭର ବୋଲି ସୂଚନା ମିଳିଛି l Advertisment Ethanol: ଇନ୍ଧନ ପାଇଁ ଜଳବଳି: ଇଥାନଲ୍ ଯୋଗୁଁ ମରୁଭୂମି ପାଲଟିବ ସହର!

ମିଳିଥିବା ସୁଚନା ମୁତାବକ ତରଭା ବ୍ଲକ ବଡଭଁଇରୋ ପଞ୍ଚାୟତ ପାଣିମୁରା ସ୍ଥିତ ମାସ ବା୍ୟୋଫୁଏଲ ଇଥାନଲ କାରଖାନା ରେ  କାମକରୁଥିବା ବେଳେ ଶ୍ରମିକ ଜଣକ ମେସିନ ଉପରୁ ଖସି ପଡ଼ିଥିଲେ l ଆଞ୍ଚଲଙ୍କୁ ଉଦ୍ଧାର କରି କମ୍ପାନୀ କର୍ମଚାରୀମାନେ ତରଭା ଡାକ୍ତରଖାନାକୁ ଆଣିଥିଲେ।

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ପାଇଁ ସ୍ଥାନୀୟ ପୁଲିସ କମ୍ପାନୀରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ପରେ ଡିଭିଜନାଲ୍‌ ଶ୍ରମ ଆୟୁକ୍ତ ଡିଲେଶ୍ବର ଖାଖା ପହଞ୍ଚି ଶ୍ରମିକ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆାଲୋଚନା କରିଛନ୍ତି।

ତେବେ ମୃତଶରୀର ନିକଟରେ କମ୍ପାନୀର କୌଣସି ପ୍ରତିନିଧି ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାାଶ କରିଛନ୍ତି।

Ethanol-Blended Petrol: ୧ଏପ୍ରିଲରୁ ପେଟ୍ରୋଲ ପମ୍ପରେ ୨୦ପ୍ରତିଶତ ଇଥାନଲ୍ ମିଶ୍ରିତ ଇନ୍ଧନ ବାଧ୍ୟତାମୂଳକ ପୂର୍ବରୁ ମଧ୍ୟ ଏହି କାରଖାନାରେ ଅନେକ ଶ୍ରମିକ ମୃତ୍ୟୁ ଘଟିଥିବା ସୂଚନା ରହିଛିl ବାରମ୍ବାର ଶ୍ରମିକ ମୃତ୍ୟୁ ହଉଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଶ୍ରମିକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।