Education: ତାମିଲନାଡ଼ୁ ସ୍କୁଲ୍‌ରେ ରାଜନୈତିକ କାର୍ଯ୍ୟକ୍ରମ ନିଷିଦ୍ଧ କଲେ ବିଜୟ

Jul 09, 2026 - 22:53
Education: ତାମିଲନାଡ଼ୁ ସ୍କୁଲ୍‌ରେ ରାଜନୈତିକ କାର୍ଯ୍ୟକ୍ରମ ନିଷିଦ୍ଧ କଲେ ବିଜୟ

"ଚେନ୍ନାଇ: ତାମିଲନାଡ଼ୁରେ ସମସ୍ତ ସରକାରୀ ସ୍କୁଲ୍‌ରେ ଆଗକୁ କୌଣସି ରାଜନୈତିକ କାର୍ଯ୍ୟକ୍ରମ ପରିଚାଳନା କରାଯିବନାହିଁ।

ତାମିଲନାଡ଼ୁ ସରକାର ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି।

ଗଣଶିକ୍ଷା ମନ୍ତ୍ରୀ ରାଜ ମୋହନ ଏହି ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ କେବଳ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ନିର୍ବାଚିତ ପ୍ରତିନିଧିମାନେ ସ୍କୁଲ୍‌ ଏବଂ ଶ୍ରେଣୀଗୃହରେ ପଶିବାପାଇଁ ଅନୁମତି ପାଇପାରିବେ।

Advertisment ବିଜ୍ଞପ୍ତିରେ ଏହା କୁହାଯାଇଛି ଯେ ଶ୍ରେଶୀଗୃହ ଗୁଡ଼ିକ ଶିକ୍ଷା ଗ୍ରହଣ ପାଇଁ ଉଦ୍ଦିଷ୍ଟ ଏବଂ ଏହାକୁ ରାଜନେତାମାନଙ୍କୁ ପ୍ରଶଂସା କରିବାପାଇଁ ବ୍ୟବହାର କରାଯିବନି। ‌ସେହିପରି ସ୍କୁଲ୍‌ ପରିସରରେ ରାଜନେତାମାନଙ୍କ ଜନ୍ମଦିନ ପାଳନକୁ ନିଷିଦ୍ଧ କରିବାପାଇଁ ବିଜ୍ଞପ୍ତିରେ କୁହାଯାଇଛି।

School: ସିଓଆର୍‌ ବିନା ଖୋଲିବନି ସ୍କୁଲ: ଗଣଶିକ୍ଷା ବିଭାଗର ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।