Women’s T20 World Cup: ଶୁକ୍ରବାରଠୁ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌; ଇଂଲଣ୍ଡରେ ଖେଳାଯିବ ମ୍ୟାଚ୍‌...

Jun 11, 2026 - 20:33
Women’s T20 World Cup: ଶୁକ୍ରବାରଠୁ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌; ଇଂଲଣ୍ଡରେ ଖେଳାଯିବ ମ୍ୟାଚ୍‌...

"ବମିଂହାମ୍‌, ୧୧/୬: ଗୁରୁବାର ମଧ୍ୟ ରାତ୍ରର ପୁରୁଷ ଫିଫା ବିଶ୍ବକପ୍‌ ଆରମ୍ଭ ହୋଇଥିଲା ବେଳେ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦଶମ ସଂସ୍କରଣ ଶୁକ୍ରବାରଠୁ ଇଂଲଣ୍ଡର ୭ଟି ଭେନ୍ୟୁରେ ଖେଳାଯିବ।

ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୨ ଦଳ ଅଂଶଗ୍ରହଣ କରୁଥିଲା ‌ବେଳେ ମୋଟ ୩୩ ମ୍ୟାଚ୍‌ ଖେଳାଯିବ।

୧୨ ଦଳକୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି।Advertisment ଆହୁରି ପଢ଼ନ୍ତୁ- BSF BGB standoff: ନୋ-ମ୍ୟାନ୍ସ ଲ୍ୟାଣ୍ଡରେ ଫସିଲେ ବାଂଲାଦେଶୀ ବୃଦ୍ଧ, ପରେ ସମାଧାନ ଫାଇନାଲ୍‌ ମ୍ୟାଚ୍‌ ଲର୍ଡ୍ସରେ ଆୟୋଜିତ ହେବ ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ନିଜ ନିଜ ଗ୍ରୁପ୍‌ରେ ପ୍ରତି ଦଳ ସହ ରାଉଣ୍ଡ ରବିନ୍‌ ଫର୍ମାଟ୍‌ରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ।

ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲ୍‌ ପହଞ୍ଚିବେ।

୨୦୦୯ରେ ଉଦ୍‌ଘାଟନୀ ସଂସ୍କରଣ ପରେ ଇଂଲଣ୍ଡ ଦ୍ବିତୀୟ ଥର ଏହି ପ୍ରତିଯୋଗିତାର ଆୟୋଜନ ଅଧିକାର ପାଇଛି।

ଏହି ପ୍ରତିଯୋଗିତାରେ ନେଦରଲାଣ୍ଡ୍‌ସ ପ୍ରଥମ ଥର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।

ୟୁଏଇରେ ଆୟୋଜିତ ୨୦୨୪ ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ନ୍ୟୁଜିଲାଣ୍ଡ ପ୍ରଥମ ଥର ଟ୍ରଫି ଜିତିବାର ସୌଭାଗ୍ୟ ପାଇଥିଲା।

ଅଷ୍ଟ୍ରେଲିଆ ସର୍ବାଧିକ ୬ ଥର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିଥିଲା ବେଳେ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍‌ ଓ ନ୍ୟୁଜିଲାଣ୍ଡ ଥରେ ଲେଖାଏଁ ଟ୍ରଫି ତୋଳି ଧରିଛନ୍ତି।

ଭାରତ କେବଳ ଥରେ (୨୦୨୦)ରେ ଫାଇନାଲ୍‌ ଖେଳିଥିଲା ବେଳେ ଅଷ୍ଟ୍ରେଲିଆଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।

ଏବେ ଭାରତ ଦିନିକିଆ ବିଶ୍ବକପ୍‌ ବିଜେତା ଥିବାରୁ ପ୍ରମୁଖ ଦାବିଦାର ତାଲିକାରେ ବିଜେତା ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଆୟୋଜକ ଇଂଲଣ୍ଡ ସହ ରହିଛି।

ଆହୁରି ପଢ଼ନ୍ତୁ- Rajasthan Delegation ଓଡ଼ିଶାରେ ରାଜସ୍ଥାନର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗ୍ରୁପ୍‌-ଏ"ରେ ଭାରତ ତା"ର ପ୍ରଥମ ମ୍ୟାଚ୍‌ ରବିବାର ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ବର୍ମିଂହାମରେ ଖେଳି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ।

ଏହାପରେ ୧୭ରେ ନେଦରଲାଣ୍ଡ୍‌ସ (ଲିଡ୍ସ), ୨୧ରେ ଦକ୍ଷିଣ ଆଫ୍ରିକା (ମାଞ୍ଚେଷ୍ଟର, ୨୫ରେ ବାଂଲାଦେଶ (ମାଞ୍ଚେଷ୍ଟର) ଓ ୨୮ରେ ଅଷ୍ଟ୍ରେଲିଆ (ଲର୍ଡ୍ସ) ବିପକ୍ଷରେ ଖେଳି ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିବ।

ଦ ଓଭାଲ୍‌ରେ ଜୁନ୍‌ ୩୦ ଓ ଜୁଲାଇ ୨ ତାରିଖରେ ଦୁଇଟି ଯାକ ସେମିଫାଇନାଲ୍‌ ଖେଳାଯିବ।

ଫାଇନାଲ୍‌ ମ୍ୟାଚ୍‌ ୫ ତାରିଖରେ ଐତିହାସିକ ଲର୍ଡ୍ସରେ ଆୟୋଜିତ ହେବ।

ଶୁକ୍ରବାର ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ବର୍ମିଂହାମ‌ରେ ଖେଳାଯିବ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।