Youth Rescued ଯୁବକଙ୍କୁ ମାଡ଼ମାରି କୂଅରେ ଫିଙ୍ଗିଥିଲେ, ୪ ଦିନ ପରେ ଉଦ୍ଧାର ହେଲେ
"ବିଜେପୁର (ସୁନୀଲ ମିଶ୍ର): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ଅନ୍ତର୍ଗତ ସମଲାଇପଦର ନର୍ସରୀ ଅଞ୍ଚଳର ଏକ ପରିତ୍ୟକ୍ତ କୂଅରୁ ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।Advertisment ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ରବିବାର (୭ ଜୁନ୍) ପୂର୍ବାହ୍ନ ପ୍ରାୟ ୩ଟା ସମୟରେ ପାଞ୍ଚଜଣ ବ୍ୟକ୍ତି ତାଙ୍କୁ ମାଡ଼ ମାରିଥିଲେ।
ସେ ଅଚେତ ହୋଇପଡ଼ିବାରୁ ତାଙ୍କୁ ମୃତ ବୋଲି ଭାବି ତାଙ୍କୁ କୁଅ ମଧ୍ୟରେ ଫିଙ୍ଗିଦେଇ ଚାଲିଯାଇଥିଲେ।
କୂଅରେ ଅଳ୍ପ ପାଣିଥିଲା।
ଏହା ଭିତରେ ସେ ଚାରି ଦିନ ଧରି ଭୋକ ଓ ଉପବାସରେ ପଡ଼ିରହିଥିଲେ।
ତେବେ କେହି ତାଙ୍କୁ ଦେଖି ବଞ୍ଚାଇବ ବୋଲି ଆଶାରେ ଜୀବନ ସହ ସଂଘର୍ଷ କରୁଥିଲେ।
ବୁଧବାର, ସମଲାଇପଦର ଗ୍ରାମର ଜଣେ ବ୍ୟକ୍ତି ଜଙ୍ଗଲ ଅଞ୍ଚଳକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ କୁଅ ଭିତରୁ ଜଣେ ଲୋକଙ୍କ ଚିତ୍କାର ଶୁଣିଥିଲେ।
ସେ ତୁରନ୍ତ ଗ୍ରାମକୁ ଫେରି ଏହି ସମ୍ପର୍କରେ ଅନ୍ୟମାନଙ୍କୁ ଜଣାଇଥିଲେ।
ଖବର ପାଇ ଗ୍ରାମବାସୀମାନେ ଘଟଣାସ୍ଥଳକୁ ପହଞ୍ଚି ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।
ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ବହୁ ପ୍ରୟାସ ପରେ କୁଅ ଭିତରୁ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।
ପରେ ତାଙ୍କୁ ଚିକିତ୍ସା ପାଇଁ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ ପଦ୍ମପୁର ଅଞ୍ଚଳର ଏକ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି।
ତେବେ ତାଙ୍କର ପରିଚୟ ଓ ଘଟଣାର ସମ୍ପୂର୍ଣ୍ଣ ସତ୍ୟତା ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।