Women’s Hockey World Cup: ମହିଳା ହକି ବିଶ୍ବକପ୍: ଭାରତୀୟ ଦଳର ୟୁରୋପ ଗସ୍ତ...
"ନୂଆଦିଲ୍ଲୀ, ୨୯/୭: ବେଲ୍ଜିୟମ ଓ ନେଦରଲାଣ୍ଡ୍ସରେ ଅଗଷ୍ଟ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏଫ୍ଆଇଏଚ୍ ହକି ବିଶ୍ବକପ୍ ଲାଗି ଭାରତୀୟ ମହିଳା ଦଳର ଗସ୍ତ ଆରମ୍ଭ ହୋଇଛି।
ବୁଧବାର ସକାଳେ ଏହି ଦଳ ୟୁରୋପ ବାହାରି ପଡ଼ିଛି।
ବିଶ୍ବକପ୍ ପୂର୍ବରୁ ଶେଷ ପ୍ରସ୍ତୁତ ପାଇଁ ଦଳ ବେଙ୍ଗାଲରୁରୁ ମୁମ୍ବାଇ ଦେଇ ଜର୍ମାନୀର ଫ୍ରାଙ୍କ୍ଫୁର୍ତ ଯାଇଛି।Advertisment ଆହୁରି ପଢ଼ନ୍ତୁ- Asian Games: ଏସୀୟ କ୍ରୀଡ଼ା: ଭାରତୀୟ ପୁରୁଷ ହକି ଦଳ ଘୋଷିତ; ଓଡ଼ିଶାରୁ ଅମିତ, ଶିଳାନନ୍ଦ ଫ୍ରାଙ୍କପୁର୍ତରେ ଭାରତୀୟ ଦଳ ଦୁଇଟି ଅଭ୍ୟାସ ମ୍ୟାଚ୍ ଜୁଲାଇ ୩୧ ଓ ଅଗଷ୍ଟ ୧ ତାରିଖରେ ଜର୍ମାନୀ ବିପକ୍ଷରେ ଖେଳି ୟୁରୋପୀୟ ପରିବେଶକୁ ପରଖିବ।
ଏହି ତାଲିମ ଶିବର ପରେ ଦଳ ଅଗଷ୍ଟ ୨ରେ ଆମଷ୍ଟରଡାମ୍ ଗସ୍ତ କରି ବିଶ୍ବକପ୍ ଲାଗି ନେଦରଲାଣ୍ଡ୍ସରେ ପ୍ରସ୍ତୁତ ହେବ।
ପୁଲ୍-ଡି"ରେ ଭାରତ ଅଗଷ୍ଟ ୧୬ରେ ଚୀନ୍ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ।
ଏହାପରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ବିପକ୍ଷରେ ଖେଳି ପୁଲ୍ ପର୍ଯ୍ୟାୟ ଶେଷ କରିବ।
ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।