Women in Sports: ଗର୍ଭାବସ୍ଥାରେ ୭ଟି ମାରାଥନ୍ ଦୌଡ଼ିଲେ ଆମେରିକୀୟ ମହିଳା: ୩୪ ସପ୍ତାହର ଗର୍ଭବତୀ ଥାଇ ପୂରଣ କଲେ ସ୍ୱପ୍ନ

Nov 20, 2026 - 14:38
Women in Sports: ଗର୍ଭାବସ୍ଥାରେ ୭ଟି ମାରାଥନ୍ ଦୌଡ଼ିଲେ ଆମେରିକୀୟ ମହିଳା: ୩୪ ସପ୍ତାହର ଗର୍ଭବତୀ ଥାଇ ପୂରଣ କଲେ ସ୍ୱପ୍ନ

ଆମେରିକା: ମାରାଥନ୍‌ ଶେଷ କରିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଜୀବନର ଏକ ବଡ଼ ସଫଳତା ହୋଇଥାଏ।

କିନ୍ତୁ ନ୍ୟୁୟର୍କର ୩୮ ବର୍ଷୀୟା ନର୍ସ ପ୍ରାକ୍ଟିସନ୍‌ର ଓ ମ୍ୟାନେଜ୍‌ମେଣ୍ଟ୍‌ କନ୍‌ସଲଟାଣ୍ଟ୍‌ ଡେଇଡ୍ରେ କିନ୍‌ ଏପରି ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ଯାହା ସମଗ୍ର ବିଶ୍ବକୁ ଚକିତ କରିଛି।

ସେ ଗର୍ଭାବସ୍ଥାରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ମୋଟ ୭ଟି ମାରାଥନ୍ ଦୌଡ଼ି ଶେଷ କରିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସେ ଗର୍ଭାବସ୍ଥାର ତୃତୀୟ ତ୍ରୈମାସିକରେ ଥାଇ ନ୍ୟୁୟର୍କ ସିଟି ମାରାଥନ୍‌କୁ ମାତ୍ର ୪ ଘଣ୍ଟାରୁ ସାମାନ୍ୟ ଅଧିକ ସମୟ ମଧ୍ୟରେ ଅତିକ୍ରମ କରିଛନ୍ତି ଏବଂ ସମସ୍ତ ୱାର୍ଲ୍ଡ ମାରାଥନ୍ ମେଜର୍ସ ପୂରଣ କରିଛନ୍ତି।

Advertisment ଆହୁରି ପଢ଼ନ୍ତୁ: କାବେରୀ ଜଳ ବିବାଦ: ତାମିଲନାଡ଼ୁ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ, ୧୧ ଟିଏମ୍‌ସି ଜଳ ଦାବିକୁ ଖାରଜ ନ୍ୟୁୟର୍କ ସିଟି ମାରାଥନ୍‌ରେ ସେ ହାରାହାରି ପ୍ରତି ମାଇଲ୍ ୯ ମିନିଟ୍ ୨୬ ସେକେଣ୍ଡ ବେଗରେ ଦୌଡ଼ିଥିଲେ, ଯଦିଓ ୨୦୨୫ ମସିହାରେ ସେ ଏହି ସମାନ ଦୌଡ଼କୁ ୩ ଘଣ୍ଟାରୁ ସାମାନ୍ୟ ଅଧିକ ସମୟରେ ଶେଷ କରିଥିଲେ।

ଗର୍ଭାବସ୍ଥାରେ ଏଭଳି କଠିନ ଚ୍ୟାଲେଞ୍ଜ ଗ୍ରହଣ କରିବା ବିଷୟରେ କିନ୍ କହିଛନ୍ତି ଯେ ୩୪ ସପ୍ତାହର ଗର୍ଭବତୀ ଥାଇ ମାରାଥନ୍ ଦୌଡ଼ିବା ନିଶ୍ଚିତ ଭାବେ ଏକ ଅସାଧାରଣ କଥା ଥିଲା।

ତେବେ ସେ ନିଜ ଶରୀରର କ୍ଷମତା ବିଷୟରେ ଭଲ ଭାବେ ଅବଗତ ଥିଲେ ଏବଂ ଡାକ୍ତରଙ୍କ ସମ୍ପୂର୍ଣ୍ଣ ପରାମର୍ଶ ଓ ଅନୁମତି ନେବା ପରେ ହିଁ ଏହି ସାହସିକ ପଦକ୍ଷେପ ନେଇଥିଲେ।

ଗତ ବର୍ଷ ବିବାହ କରିବା ପରେ କିନ୍ ଏବଂ ତାଙ୍କ ସ୍ୱାମୀ ବ୍ରାୟନ୍ ପରିବାର ଆରମ୍ଭ କରିବାକୁ ଯୋଜନା କରିଥିଲେ।

ମାଆ ହେବା ପୂର୍ବରୁ ୨୦୨୬ ମସିହାରେ ନିଜର ସମସ୍ତ ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ସେ ୭ଟି ୱାର୍ଲ୍ଡ ମାରାଥନ୍ ମେଜର୍ସ, ଆୟର୍ଲାଣ୍ଡରେ ଏକ ଟ୍ରେଲ୍ ମାରାଥନ୍, ଦୁଇଟି ଅଲଟ୍ରାମାରାଥନ୍ ଏବଂ ଏକ ଆଇରନମ୍ୟାନ୍ ପ୍ରତିଯୋଗିତା ପାଇଁ ନାମ ପଞ୍ଜୀକରଣ କରିଥିଲେ।

ଏପ୍ରିଲ୍ ମାସରେ ଦୌଡ଼ିବା ସମୟରେ ନିଜର ବେଗ କମିଯାଉଥିବା ଅନୁଭବ କରିବାରୁ ସେ ଗର୍ଭଧାରଣ ପରୀକ୍ଷା କରିଥିଲେ ଏବଂ ରିପୋର୍ଟ ପଜିଟିଭ୍ ଆସିଥିଲା।

ପ୍ରଥମେ ତାଙ୍କ ସ୍ୱାମୀ ବ୍ରାୟନ୍ ଏନେଇ ଚିନ୍ତିତ ଥିଲେ ମଧ୍ୟ ଡାକ୍ତରଙ୍କ ସବୁଜ ସଙ୍କେତ ମିଳିବା ପରେ କିନ୍ ଗୋଟିଏ ପରେ ଗୋଟିଏ ମାରାଥନ୍ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ।

କିନ୍‌ଙ୍କ ଏହି ଅଦମ୍ୟ ସାହସ ଓ ଦୃଢ଼ ଇଚ୍ଛାଶକ୍ତି ପଛରେ ତାଙ୍କ ଦିବଙ୍ଗତ ପିତାଙ୍କ ପ୍ରେରଣା ରହିଛି।

କିନ୍‌ଙ୍କୁ ମାତ୍ର ୧୩ ବର୍ଷ ହୋଇଥିବା ବେଳେ କର୍କଟ ରୋଗରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା।

ତେବେ ଜୀବନର ଅନ୍ତିମ ମାସଗୁଡ଼ିକରେ ମଧ୍ୟ ତାଙ୍କ ପିତା ଦୌଡ଼ିବା ଛାଡ଼ିନଥିଲେ ଏବଂ ଟ୍ୟୁମର ଅସ୍ତ୍ରୋପଚାର ହେବାର ମାତ୍ର ଗୋଟିଏ ଦିନ ପୂର୍ବରୁ ସେ ନିଜର ଶେଷ ନ୍ୟୁୟର୍କ ସିଟି ମାରାଥନ୍ ଶେଷ କରିଥିଲେ।

ପିତାଙ୍କ ସେହି ସଂଘର୍ଷ ଓ ସାହସକୁ ମନେ ପକାଇ କିନ୍ ଗର୍ଭାବସ୍ଥାରେ ମଧ୍ୟ ନିଜ ସ୍ୱପ୍ନ ସହ କୌଣସି ସାଲିସ୍ କରିନଥିଲେ ଏବଂ ଏହି ଅବିଶ୍ୱସନୀୟ ସଫଳତା ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାୱଲପିଣ୍ଡି ଟେଷ୍ଟ୍‌ ସହ ଶୃଙ୍ଖଳା ଜିତିଲା ପାକିସ୍ତାନ; ୨ ବର୍ଷର ପ୍ରତୀକ୍ଷାର ଅନ୍ତ ଅଧିକ ଦେଖନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)