Woman Dies: ବିଦ୍ୟୁତ୍ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ
ବାଲିପାଟଣା: ବାଲିପାଟଣା ଥାନା ପମ୍ପାଲୋ ପଞ୍ଚାୟତ ତରବୋଇ ( ତଳସାହି ) ଗ୍ରାମ ବ୍ରଜ କିଶୋର ପ୍ରଧାନଙ୍କ ପତ୍ନୀ କଳ୍ପନା ପ୍ରଧାନ (୫୦)ଙ୍କର ବିଦ୍ୟୁତ୍ ଆଘାତରେ ଅକାଳ ମୃତ୍ୟୁ ଘଟିଛି | ଆଜି ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ କଳ୍ପନା ପାଣି ମଟର ସୁଇଚ୍ ମାରି ଗାଧୋଇବାକୁ ଯାଉଥିବା ଅବସ୍ଥାରେ ଅସାବଧାନତାବଶତଃ କରେଣ୍ଟ ସଂସ୍ପର୍ଶ ରେ ଆସିଥିଲେ | ବିଦ୍ୟୁତ୍ ଝଟକାରେ ଘର ଅଗଣାରେ ଟଳି ପଡ଼ିଥିଲେ ସେ | Advertisment ତାଙ୍କର ୧ ପୁଅ ଏବଂ ୨ ଝିଅ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ | ସେଠାରେ ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି | ବାଲିପାଟଣା ପୁଲିସ ଶବ ଜବତ କରିବା ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି | କଳ୍ପନାଙ୍କ ମୃତ୍ୟୁ ଖବର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି | ତାଙ୍କର ୧ ପୁଅ ଏବଂ ୨ ଝିଅ ଅଛନ୍ତି | ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି | President Droupadi Murmu: ଐତିହାସିକ କଟକ ବାଲିଯାତ୍ରାକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
