Woman Death: ଖୋଲା ପଡ଼ିଆରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
"ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଜଗନ୍ନାଥ ମନ୍ଦିର ଠାରୁ ଅନତିଦୂର ଶୁଖିଲାହାର ସାମିଲ ମହୁଲିଆ ଠାରେ ଖୋଲା ପଡ଼ିଆରେ ପଡ଼ିଥିବା ଜନୈକା ଅପରିଚିତା ବିବାହିତା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।
ଶନିବାର ସକାଳ ୯ଟାରେ ଶବ ଜବତ ପୂର୍ବକ ବେତନଟୀ ପୁଲିସ ତଦନ୍ତ ଆରମ୍ଭ କରିଛି।Advertisment ପରିଚୟ ଅସ୍ପଷ୍ଟ ସୂଚନା ମୁତାବକ, ଖୋଲା ପଡ଼ିଆରେ ଜନୈକା ବିବାହିତା ମହିଳାଙ୍କ ଗଳିତ ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ l ଖବରପାଇ ବେତନଟୀ ଥାନା ଆଇଆଇସି କ୍ରିଷ୍ଣା ପିଙ୍ଗୁଆ ଏବଂ ଏଏସଆଇ ପଞ୍ଚାନନ ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଥିଲେ l ମୃତଦେହଟି ଅତ୍ୟନ୍ତ ଗଳିତ ଅବସ୍ଥାରେ ଥିବା ଏବଂ ପୋକ ସାଲୁବାଲୁ କରୁଥିବାରୁ ପରିଚୟ ମିଳିପାରିନଥିବା ବେଳେ ବିବାହିତା ମହିଳାଙ୍କ ବୟସ ୪୦ରୁ ୪୫ବର୍ଷ ଭିତରେ ହୋଇଥିବାର ଅନୁମାନ କରାଯାଉଛି l ଏନେଇ ବେତନଟୀ ଥାନା ପକ୍ଷରୁ ସାଇଣ୍ଟିଫିକ ଟିମକୁ ଖବର ଦିଆଯାଇଥିବା ବେଳେ ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ଅଧିକ ତଦନ୍ତ ପୂର୍ବକ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି l ତେବେ ଏହା ଏକ ହତ୍ୟା ନା ଆଉ କିଛି ତାହା ଶବ ବ୍ୟବଚ୍ଛେଦ ପରେ ହିଁ ଜଣା ପଡିବ l Death: ସଡ଼କ ଦୁର୍ଘଟଣା: ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ, ବାଇକ୍ ଚାଳକ ଗୁରୁତର "