Witchcraft Suspicion ଗୁଣି ଗାରେଡ଼ି ସନ୍ଦେହରେ ପିଟିପିଟି ମାରିଦେ‌ଇଥିଲେ,  ୧୫ ଦିନ ପରେ ୧୨ ଅଭିଯୁକ୍ତ ଗିରଫ

Sep 17, 2026 - 17:05
Witchcraft Suspicion ଗୁଣି ଗାରେଡ଼ି ସନ୍ଦେହରେ ପିଟିପିଟି ମାରିଦେ‌ଇଥିଲେ,  ୧୫ ଦିନ ପରେ ୧୨ ଅଭିଯୁକ୍ତ ଗିରଫ

"ଗୁଣପୁର(ଦେବୀ ପ୍ରସାଦ ମିଶ୍ର):  ଗୁଣପୁର ବ୍ଲକ୍ ଜଗନ୍ନାଥପୂର ପଞ୍ଚାୟତର ନୂଆଲବା ଗ୍ରାମକୁ ସଂଯୋଗ ହୋଇଥିବା ମାଟି ରାସ୍ତା ପାର୍ଶ୍ୱରେ ଥିବା ଏକ ଖାଲରେ ୫୬ ବର୍ଷୀୟ ପାତିକା ମାତିଆଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା।

ନିକଟରେ ତାଙ୍କ ବାଇକ୍ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା।

ପ୍ରାଥମିକ ଅନୁସନ୍ଧାନରେ ଏହା ଏକ ହତ୍ୟା ବୋଲି ଜଣାପଡ଼ିଥିଲା।

୧୫ ଦିନ ପରେ ଏହି ଘଟଣାର ପରଦାଫାସ୍‌ ହୋଇଛି।

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ହୋଇଥିବା ସ୍ପଷ୍ଟ ହୋଇଛି।

ଏହି ମାମଲାରେ ୧୨ଜଣଙ୍କୁ ଗିରଫ କରାଯାଇଛି।

Advertisment ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା: ଅଭିଯୁକ୍ତ ଘନଶ୍ୟାମକୁ ଆଜୀବନ ଜେଲ ସୂଚନାନୁସାରେ, ଗୁଣପୁର ବ୍ଲକ୍ ଗୋଠଳ ପଦର ପଞ୍ଚାୟତ ଅନ୍ତର୍ଗତ କାକିତରା ଗ୍ରାମର ପାତିକା ମାତିଆଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମର ୧୨ ଜଣ ଯୁବକ ସଂଘ ବଦ୍ଧ ଭାବେ ଆକ୍ରମଣ କରିଥିଲେ।

ଠେଙ୍ଗାରେ ପିଟିପିଟି ମାରିଦେବା ପରେ ଗ୍ରାମ ନିକଟ ଏକ ମାଟି ରାସ୍ତା ପାର୍ଶ୍ୱରେ ଥିବା ଖାଲ ଭିତରକୁ ବାଇକ୍ ସହ ଶବକୁ ଫୋପାଡ଼ି ଦେଇଥିଲେ।

ମୃତକଙ୍କ ଝିଅ ସାଇଲାଜା ପାତିକା ଓ ତାଙ୍କ ସ୍ତ୍ରୀ ଗତ ଦୁଇ ତାରିଖ ସନ୍ଧ୍ୟା ସମୟରୁ ପାତିକା ମାତିଆ ଘରକୁ ଫେରି ନଥିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ।

ଗ୍ରାମ ନିକଟ ଏକ ପୋଖରୀ ଖାଲରେ ଶବ ସହ ବାଇକ୍ ପଡ଼ିଥିବା ଦେଖିବାକୁ ପାଇଥିଲେ।

Blind Belief: ୫ ବର୍ଷରେ ଗୁଣିଗାରେଡ଼ି ସନ୍ଦେହରୁ ଗଡ଼ିଲାଣି ୭ ମୁଣ୍ଡ ମୃତକଙ୍କ ପରିବାର ସେପ୍ଟେମ୍ବର ୩ରେ ଗୁଣପୁର ଥାନାରେ ଅଭିଯୋଗ କରିଥିଲେ।

ଗୁଣପୁର ଥାନ ଅଧିକାରୀ କେକେ ବିକେ କଅଁର  ନେତୃତ୍ବରେ ତଦନ୍ତ ଆରମ୍ଭ ହୋଇଥିଲା।

ଘଟଣା ସ୍ଥଳେ ଫରେନ୍‌ସିକ୍‌ ଟିମ୍‌ ସହ ସନ୍ଧାନୀ କୁକୁର ପହଞ୍ଚି ଆବଶ୍ୟକ ନମୁନା ସଂଗ୍ରହ କରିଥିଲା।

Black magic incident: ଗୁଣିଗାରେଡ଼ି ସନ୍ଦେହରେ ଜଘନ୍ୟକାଣ୍ଡ: ଯୁବକଙ୍କୁ ମାରି ପୋଡ଼ିଦେଲେ, ୨୫ ଜଣ ଗିରଫ ଏହି ଘଟଣାରେ ପୁଲିସ ଆଜି ୧୨ଜଣଙ୍କୁ ଗିରଫ କରିଛି।

ଥାନା ପରିସରରେ ୧୨ ଅଭିଯୁକ୍ତ ଗିରଫ ବ୍ୟକ୍ତିମାନେ ହେଲେ କାକିତାରା ଗ୍ରାମର ବିଡିକା ରାମ ଚନ୍ଦ୍ର (୨୨) ବିଡିକା ରମେଶ (୨୩) ବିଡିକା ସନ୍ତୋଷ (୨୧), ଲିଙ୍ଗରାଜ ମାଣ୍ଡାଙ୍ଗି(୨୪), ପାତିକା ମୋଜେଶ(୩୦), ପାତିକା ଯୋଗେନ୍ଦ୍ର(୨୦), ନିମାଲା କୁମାରୁ(୨୧), ବିଡିକା ବଡ଼ମା (୨୦), ରବି ବିଡିକା(୨୫), ବିଡିକା କୈଳାଶ (୨୨), ରାମଦାସ ବି ଡିକା (୨୦),ମଣ୍ଡାଙ୍ଗି କେଶବ(୩୫)।

ମାମଲାର ତଦନ୍ତ ଅଧିକାରୀ କହିଛନ୍ତି, ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସେମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ସରଞ୍ଜାମ ସହ ଠେଙ୍ଗାଙ୍କୁ ଜବତ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)