Kanakund Tragedy କନାକୁଣ୍ଡରେ ବୁଡ଼ି ମହିଳା ପର୍ଯ୍ୟଟକ ମୃତ

Sep 17, 2026 - 17:21
Kanakund Tragedy  କନାକୁଣ୍ଡରେ ବୁଡ଼ି ମହିଳା ପର୍ଯ୍ୟଟକ ମୃତ

"ସୁନ୍ଦରଗଡ଼: ରାଜ୍ୟର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଇବ୍‌ ନଦୀ ଉପତ୍ୟାକା କନାକୁଣ୍ଡରେ ଆଜି ପୁଣି ଏକ ଅଘଟଣ ଘଟିଛି।

ଗଭୀର ଜଳରେ ବୁଡ଼ି ଜଣେ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।

Advertisment କନାକୁଣ୍ଡ ଗ୍ରାଣ୍ଡ୍‌ କାନିଅନ୍‌: ଫାଇଲ୍‌ ଫଟୋ ସୂଚନାନୁସାରେ, ସୁନ୍ଦରଗଡ଼ ମହିଳା ମହାବିଦ୍ୟାଳୟ ସମ୍ମୁଖ ପଡ଼ାରେ ରହୁଥିବା ପ୍ରଜ୍ଞାଶ୍ରୀ ପରମିତା ପୁରୋହିତ ପଣ୍ଡା।

ପରିବାରର ୪ ଜଣଙ୍କ ସହ ଯାଇଥିଲେ।

ଉପରମୁଣ୍ଡରେ ବର୍ଷା ଯୋଗୁଁ କନାକୁଣ୍ଡରେ ଜଳର ସ୍ରୋତ ପ୍ରଖର ଥିଲା।

ଏଥିରେ ହଠାତ୍‌ ଗୋଡ଼ ଖସିଯାଇ ପ୍ରଜ୍ଞାଶ୍ରୀ ଭାସିଯାଇଥିଲେ।

ସୂଚନା ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ଖବର ଲେଖାଯିବା ବେଳକୁ ମହିଳାଙ୍କ ଉଦ୍ଧାର ହୋଇପାରିନଥିଲା।

ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଚମକିବ "କନାକୁଣ୍ଡ": ଆନନ୍ଦ ମହିନ୍ଦ୍ରାଙ୍କ ରି ଟ୍ବିଟ୍‌ ପରେ ସ୍ଥିତି ନିରୀକ୍ଷଣ କଲା ପର୍ଯ୍ୟଟନ ଟିମ୍‌ ଓଡ଼ଶାର ଗ୍ରାଣ୍ଡ୍‌ କାନିଅନ୍‌ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାର ଏହି ବିପଦସଂକୁଳ ପର୍ଯ୍ୟଟନସ୍ଥଳୀରେ ଗତ ୫ ବର୍ଷରେ ୧୦ ଜଣଙ୍କ ଜୀବନ ଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)