Winter session: ଡିସେମ୍ବର ୧୫ରୁ ବସିପାରେ ଶୀତ ଅଧିବେଶନ: ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଣିବାକୁ ସରକାରଙ୍କ ଲକ୍ଷ୍ୟ
ନୂଆଦିଲ୍ଲୀ: ସୀମା ପୁନଃନିର୍ଦ୍ଧାରଣ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଆଇନକୁ ପାରିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆସନ୍ତା ଡିସେମ୍ବର ୧୫ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଡାକିବା ସମ୍ଭାବନା ରହିଛି ।
ସରକାର ସୀମା ନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ସହ ସମ୍ପୃକ୍ତ ଏକ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିବାକୁ ଯୋଜନା କରୁଛନ୍ତି ।
ଏହି ପ୍ରସ୍ତାବିତ ବିଲ୍ ମାଧ୍ୟମରେ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଲୋକସଭା ଆସନ ସଂଖ୍ୟାକୁ ୫୪୩ରୁ ସର୍ବାଧିକ ୮୫୦କୁ ବୃଦ୍ଧି କରିବା ଏବଂ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବା ପାଇଁ ଗୃହରେ ଦୁଇ-ତୃତୀୟାଂଶ ବହୁମତ ଅର୍ଥାତ୍ ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ୩୬୧ଟି ଭୋଟର ଆବଶ୍ୟକତା ରହିଛି ।
Advertisment Protest: ଅନ୍ବେଷାରେ ୧୧ବର୍ଷ କାମ ପରେ ଅଚାନକ ଚାକିରିରୁ ବିଦା ଅନ୍ୟପକ୍ଷରେ ଶାସକ ଏନଡିଏ ମେଣ୍ଟ ସପକ୍ଷରେ ବର୍ତ୍ତମାନ ୩୨୦ ଜଣ ସଦସ୍ୟ ଅଛନ୍ତି ।
ପୂର୍ବରୁ ଏହି ବିଲ୍ ପାରିତ କରିବା ପାଇଁ ହୋଇଥିବା ପ୍ରୟାସ ବିଫଳ ହୋଇଥିବାରୁ ଏଥର ବିଲ୍ ପାରିତ କରିବା ନିମନ୍ତେ ବିରୋଧୀ ଦଳଗୁଡ଼ିକର ସମର୍ଥନ ଅପରିହାର୍ଯ୍ୟ ହୋଇପଡ଼ିଛି ।
ସୂଚନାଯୋଗ୍ୟ, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ( ଏସ୍ଆଇଆର୍ )କୁ ନେଇ ବିରୋଧୀଙ୍କ ପ୍ରବଳ ପ୍ରତିବାଦ ଏବଂ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ମଧ୍ୟରେ ଅଗଷ୍ଟ ୧୩ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିବା ମୌସୁମୀ ଅଧିବେଶନ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ସମାପ୍ତି ଘୋଷଣା ହୋଇନାହିଁ।
Demad: ଏକାଧିକ ଦାବି ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
