Win: ବ୍ରାଜିଲିଆନ୍‌ ଗ୍ରାଁ ପ୍ରି ଜିତିଲେ ନୋରିସ୍‌‌‌; ମର୍ସିଡିଜ୍‌କୁ ‘କନ୍‌ଷ୍ଟ୍ରକ୍‌ଟର୍ସ’ ମୁକୁଟ

Nov 09, 2026 - 13:24
Win: ବ୍ରାଜିଲିଆନ୍‌ ଗ୍ରାଁ ପ୍ରି ଜିତିଲେ ନୋରିସ୍‌‌‌; ମର୍ସିଡିଜ୍‌କୁ ‘କନ୍‌ଷ୍ଟ୍ରକ୍‌ଟର୍ସ’ ମୁକୁଟ

ସାଓ ପାଓଲୋ: ମ୍ୟାକ୍‌ଲରେନ୍‌ ଚାଳକ ଲାଣ୍ଡୋ ନୋରିସ୍‌ ଏଠାରେ ଆୟୋଜିତ ବ୍ରାଜିଲିଆନ୍‌ ଗ୍ରାଁ ପ୍ରିରେ ବିଜେତା ହୋଇଛନ୍ତି।

ରବିବାର ସ୍ଥାନୀୟ ଇଣ୍ଟରଲାଗୋସ୍‌ ସର୍କିଟ୍‌ରେ ପୋଲ୍‌ ପୋଜିସନ୍‌ରୁ ରେସ୍‌ ଆରମ୍ଭ କରିଥିବା ନୋରିିସ (୧:୩୫:୨୩.୫୦୪ ସେକେଣ୍ଡ) ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ତାଙ୍କ ପଛକୁ ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ସ୍ତାପେନ ଓ ଈସାକ ହାଜାର ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ପୋଡିୟମ୍‌ ଫିନିସ୍‌ କରିଥିଲେ।

Advertisment Badminton: ଋତାପର୍ଣ୍ଣାଙ୍କୁ ଲାଗାତାର କାଂସ୍ୟ ଗତ ସପ୍ତାହରେ ଚଳିତ ଋତୁର ଫର୍ମୁଲା ୱାନ୍‌ ଡ୍ରାଇଭର୍‌ ମୁକୁଟ ନିଶ୍ଚିତ କରିଥିବା ମର୍ସିଡଜ୍‌ର କିମି ଆ‌ଣ୍ଟୋନିଲ ପଞ୍ଚମ ଓ ତାଙ୍କ ସାଥୀ ଜର୍ଜ ରସେଲ୍‌ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।

ଅନ୍ୟପକ୍ଷରେ ମର୍ସିଡିଜ୍‌ (୬୫୨ ପଏଣ୍ଟ୍‌) ୨୦୨୧ ପରେ ପ୍ରଥମ ଏବଂ ମୋଟ ଉପରେ ନବମ ଥର ଲାଗି ଫର୍ମୁଲା ୱାନ୍‌ 'କନ୍‌ଷ୍ଟ୍ରକ୍‌ଟର୍ସ' ମୁକୁଟ କରାୟତ୍ତ କରିଥିଲା।

ଫେରାରି (୫୧୦ ପଏଣ୍ଟ୍‌) ଦ୍ବିତୀୟ ସ୍ଥାନରେ ରହିଛି।

ସୂଚନାଯୋଗ୍ୟ ‌‌ଯେ ଏହି ପ୍ରତିଯୋଗିତାକୁ ବ୍ରାଜିଲର ଫୁଟ୍‌ବଲ୍‌ ତାରକା ନେମାର ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ।

ପରବର୍ତ୍ତୀ ଗ୍ରାଁ ପ୍ରି ୨୧ ତାରିଖରେ ଲାସ୍‌ ଭେଗାସରେ ଆୟୋଜିତ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)