Wild Boar Rescued କୂଅରୁ ବାରହା ସୁରକ୍ଷିତ ଉଦ୍ଧାର

Sep 13, 2026 - 20:42
Wild Boar Rescued  କୂଅରୁ ବାରହା ସୁରକ୍ଷିତ ଉଦ୍ଧାର

"ଧଣ୍ଡାମୁଣ୍ଡା ( ସରୋଜ ମିଶ୍ର):  ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ୍ ପଞ୍ଚାୟତ ଦେଦର୍ହ ଗାଁ ମୁଣ୍ଡରେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ଜଙ୍ଗଲୀ ବାରହାକୁ ବନ ବିଭାଗ କର୍ମଚାରୀମାନେ ସୁରକ୍ଷିତ ଉଦ୍ଧାର କରିଛନ୍ତି।Advertisment Odisha Wildlife Crime ଗୁଳିବିଦ୍ଧ ବାରହା ସହ ୩ଟି ଦେଶୀ ବନ୍ଧୁକ ଜବତ, ୩ ଶିକାରୀ ଗିରଫ ସୂଚନା ଅନୁସାରେ, ରବିବାର ପୂର୍ବାହ୍‌ଣରେ ଏକ ଜଙ୍ଗଲୀ ବାରହା ଦେଦର୍ହ ଗାଁକୁ ପଶି ଆସିଥିଲା।

ଲୋକମାନେ ଦେଖି ଘଉଡ଼ାଇବାରୁ ବାରହାଟି ଦୌଡ଼ି ଗାଁ ମୁଣ୍ଡରେ ଥିବା ଏକ କୂଅରେ ପଡ଼ି ଯାଇଥିଲା।

ଏହା ଦେଖି ସ୍ଥାନୀୟ ଲୋକେ ବନ ବିଭାଗ କୁ ଖବର ଦେଇଥିଲେ।

Boars Rescued: ପରିତ୍ୟକ୍ତ କୂଅରୁ ଦୁଇ ବାରହା ସୁରକ୍ଷିତ ଉଦ୍ଧାରଧଣ୍ଡାମୁଣ୍ଡା ବନପାଳ ଇନ୍ଦ୍ରମଣୀ ବେହେରା, ଅଭିନାଶ ପ୍ରଧାନ, ଦେବାଶିଷ ଭୁଏଙ୍କୁ ନେଇ ଏକ ବନ୍ୟ ପ୍ରାଣୀ ସ୍କାର୍ଡ ଗାଁରେ ପହଞ୍ଚି ଜାଲ ପକାଇ ବାରହା ଟିକୁ ଉଦ୍ଧାର କରିଥିଲେ।

ବାରହାଟି ବାହାରକୁ ଆସିଲା ପରେ ଦୌଡ଼ି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା ବୋଲି ହରିଶଙ୍କର ରେଞ୍ଜ ଅଧିକାରୀ ଅରବିନ୍ଦ ନାଏକ ସୂଚନା ଦେଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)