Wild Boar Hunting ବାଇଗଣବୁଡ଼ ଜଙ୍ଗଲରେ ବାରହା ଶିକାର, ୩୫ କେଜି ମାଂସ ସହ ୨ ଦେଶୀ ବନ୍ଧୁକ ଜବତ, ଶିକାରୀ ଫେରାର୍‌

Aug 27, 2026 - 20:54
Wild Boar Hunting ବାଇଗଣବୁଡ଼ ଜଙ୍ଗଲରେ ବାରହା ଶିକାର, ୩୫ କେଜି ମାଂସ ସହ ୨ ଦେଶୀ ବନ୍ଧୁକ ଜବତ, ଶିକାରୀ ଫେରାର୍‌

"ଲଇକେରା (ଭରତ ପାତ୍ର):  ଲଇକେରା ବ୍ଲକ୍‌ ଅନ୍ତର୍ଗତ ବାଇଗଣବୁଡ଼ ଗ୍ରାମ୍ୟ ଜଙ୍ଗଲରେ ବାରହା ଶିକାର କରି ମାଂସ ଭାଗ କରାଯାଉଥିବା ବେଳେ ବନ ବିଭାଗ ଚଢ଼ାଉ କରି ପ୍ରାୟ ୩୫ କେଜି ବାରହା ମାଂସ ସହ ଦୁଇଟି ଦେଶୀ ବନ୍ଧୁକ ଜବତ କରିଛି ।

ତେବେ ବନ କର୍ମଚାରୀ ପହଞ୍ଚିବା ପୂର୍ବରୁ  ଶିକାରୀମାନେ ଜଙ୍ଗଲ ଭିତରକୁ ଖସି ପଳାଇଥିବା ଜଣାପଡ଼ିଛି।Advertisment Wild Animal Attacks ଜଙ୍ଗଲରୁ ଝପଟି ଆସିଲା "ଜନ୍ତୁ", ୪ ବର୍ଷର ଶିଶୁ କନ୍ୟାକୁ ଭିଡ଼ିନେ‌ଲା ରେଞ୍ଜର ବନ୍ଦନା ପଶାୟତଙ୍କ ସୂଚନା ଅନୁସାରେ, ବୁଧବାର ବାଇଗଣବୁଡ଼ ଗ୍ରାମ୍ୟ ଜଙ୍ଗଲ ଭିତରେ ଏକ ନାଳ ନିକଟରେ ବାରହା ଶିକାର ପରେ ମାଂସ ଭାଗବଣ୍ଟା ଚାଲିଥିବା ନେଇ ବନ ବିଭାଗକୁ ଖବର ମିଳିଥିଲା ।

ସୂଚନାନୁସାରେ, ରେଞ୍ଜରଙ୍କ ନିର୍ଦ୍ଦେଶରେ ଫରେଷ୍ଟର ମୁରାରି ପ୍ରସାଦ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ତୁରନ୍ତ ଘଟଣାସ୍ଥଳକୁ ଚଢ଼ାଉ ପାଇଁ ବାହାରିଥିଲା ।

ଶିକାରିମାନେ ସୁରକ୍ଷା ନିମନ୍ତେ କିଛି କୁକୁରଙ୍କୁ ମଧ୍ୟ ଜଗାଇ ରଖିଥିଲେ ।

ବନ କର୍ମଚାରୀଙ୍କୁ ଦେଖି କୁକୁରମାନେ ଜୋରରେ ଭୁକିବାରୁ ଶିକାରୀମାନେ ସତର୍କ ହୋଇ ଜଙ୍ଗଲକୁ ଖସି ପଳାଇଥିଲେ ।

Wild Boar Killed ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ଲାଗି ବାର୍‌ହା ମୃତ, ଜଣେ ଗିରଫ ଘଟଣାସ୍ଥଳରୁ ବିଭାଗୀୟ ଟିମ୍ ୩୫ କେଜି ବାରହା ମାଂସ ଓ ଦୁଇଟି ଦେଶୀ ବନ୍ଧୁକ ଜବତ କରିଥିଲା।

ଜବତ ମାଂସରୁ ନମୁନା ଲଇକେରା ପଶୁ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ପରୀକ୍ଷା ପାଇଁ ସଂରକ୍ଷିତ ରଖାଯାଇଛି।

ଶିକାରୀମାନେ ଘଟଣାସ୍ଥଳରୁ ଖସି ପଳାଇଥିବାରୁ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନେ କିଏ ଏବଂ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ନେଇ ତଦନ୍ତ ଜରୁରି ହୋଇପଡ଼ିଛି ।

ଜବତ ଦୁଇଟି ଦେଶୀ ବନ୍ଧୁକକୁ ବନ ବିଭାଗ ପକ୍ଷରୁ ଲଇକେରା ଥାନାରେ ଜିମା ଦିଆଯାଇଛି ।

ବନ୍ୟଜନ୍ତୁ ସୁରକ୍ଷା ପାଇଁ ଶିକାରୀଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ସହ ଜଙ୍ଗଲ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ଓ ନଜରଦାରୀ ବଢ଼ାଇବାକୁ ଦାବି ହେଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)