Onion sale: ୩୫ ଟଙ୍କାରେ ପିଆଜ ବିକିଲା କେନ୍ଦ୍ର
"ନୂଆଦିଲ୍ଲୀ: ବଜାରରେ ପିଆଜ ଦର ବଢ଼ିଯିବା ପରେ କେନ୍ଦ୍ର ସରକାର ଗ୍ରାହକଙ୍କୁ ଆଜିଠାରୁ କିଲୋଗ୍ରାମ ପିଛା ୩୫ ଟଙ୍କାରେ ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି।
ବଫର୍ ଷ୍ଟକ୍ରୁ ପିଆଜ କଢ଼ାଯାଇ ଦିଲ୍ଲୀ ଗ୍ରାହକଙ୍କୁ ଏହା ବିକ୍ରି କରାଯାଇଛି।
ବଜାର ଦର କିଲୋପିଛା ୬୨ ଟଙ୍କା ରହିଛି।
ଏହି ଦରଠାରୁ ୪୪ ପ୍ରତିଶତ କମ୍ରେ ଗ୍ରାହକଙ୍କୁ ସରକାର ପିଆଜ ଯୋଗାଇ ଦେଇଛନ୍ତି।
Advertisment ନିକଟରେ କେନ୍ଦ୍ର ଖାଉଟି ବ୍ୟାପାର ସଚିବ ନିଧି ଖାରେ କହିଥିଲେ କଳାବଜାର, ମହଜୁଦ ଏବଂ ଲାଭଖୋର ମନୋବୃତ୍ତି ଯୋଗୁ ପିଆଜ ଦର ଏବେ ଦେଶରେ ବଢ଼ିଛି।
ତେବେ ପାର୍ବଣରେ ଚାହିଦା ମେଣ୍ଟାଇବା ପାଇଁ ଦେଶରେ ପର୍ଯ୍ୟାପ୍ତ ପିଆଜ ରହିଛି ବୋଲି ସେ ମତ ଦେଇଥିଲେ।
କେନ୍ଦ୍ର ସରକାର ନାଫେଡ, ଏନ୍ସିସିଏଫ୍ ଓ କେନ୍ଦ୍ରୀୟ ଭଣ୍ଡାର ଭଳି ୩ଟି ଏଜେନ୍ସି ଜରିଆରେ ପିଆଜ ବିକ୍ରି କରିବେ।
ମଦର ଡାଏରି ମଧ୍ୟ ଏହାର ସଫଲ ଷ୍ଟୋର ଜରିଆରେ ପିଆଜ ବିକ୍ରି କରୁଛି।
Rising Prices: ଆଚ୍ଛେ ଦିନ୍ର ମହଙ୍ଗା ମାଡ଼: ପିଆଜ, ଚିନି ଏବଂ ତେଲ ଦର ନେଇ ବର୍ଷିଲେ ଖାର୍ଗେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତକାଲି କୁହାଯାଇଥିଲା ଯେ ଆଗାମୀ ମାସଗୁଡ଼ିକରେ ଚାହିଦା ମେଣ୍ଟାଇବା ପାଇଁ ଦେଶରେ ଯଥେଷ୍ଟ ପିଆଜ ଉପଲବ୍ଧ ରହିଛି।
୨୦୨୫-୨୬ରେ ଦେଶରେ ୩୦୭.୩୭ ଲକ୍ଷ ଟନ୍ ପିଆଜ ଉତ୍ପାଦନ ହେବା ନେଇ ଆକଳନ କରାଯାଇଛି, ଯାହାକି ପୂର୍ବବର୍ଷ ତୁଳନାରେ ସାମାନ୍ୟ କମ୍।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
