Wife behind husband's murder: ସ୍ୱାମୀ ହତ୍ୟା ପଛରେ ସ୍ତ୍ରୀ! ପ୍ରେମିକଙ୍କ ହାତରେ ଗୁଳି ଖୁଆଇଲେ, ନିଜେ ଦେଇଥିଲେ ଏତଲା

Nov 21, 2026 - 04:33
Wife behind husband's murder: ସ୍ୱାମୀ ହତ୍ୟା ପଛରେ ସ୍ତ୍ରୀ! ପ୍ରେମିକଙ୍କ ହାତରେ ଗୁଳି ଖୁଆଇଲେ, ନିଜେ ଦେଇଥିଲେ ଏତଲା

ସୋନପୁର/ଡୁଙ୍ଗୁରିପାଲି: ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ରଚିଥିଲେ ଷଡ଼ଯନ୍ତ୍ର।

ପ୍ରେମିକଙ୍କୁ ଦେଇଥିଲେ ନିଜର ସୁନା ମଙ୍ଗଳସୂତ୍ର, ଯାହାକୁ ବନ୍ଧକ ରଖି ଯୋଗାଡ଼ ହୋଇଥିଲା ୪୫ ହଜାର ଟଙ୍କା।

ସ୍ୱାମୀଙ୍କ ଗତିବିଧି ଉପରେ ନଜର ରଖି ତାଙ୍କ ଗତିପଥର ସୂଚନା ଦେଉଥିଲେ ସ୍ତ୍ରୀ।

ଶେଷରେ ରାସ୍ତାରେ ଛକି ପ୍ରେମିକ ଦେଶୀ ପିସ୍ତଲରୁ ଦୁଇ ରାଉଣ୍ଡ ଗୁଳି ଚଳାଇଲା।

ସ୍ବାମୀଙ୍କ ହତ୍ୟା ପରେ କିନ୍ତୁ ନିଜକୁ ନିର୍ଦ୍ଦୋଷ ଦର୍ଶାଇ ଥାନାରେ ଅଜଣା ଆତତାୟୀଙ୍କ ନାଁରେ ଏତଲା ଦେଇଥିଲେ ସ୍ତ୍ରୀ।

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ସମଲେଇଚୁଆଁ ପଞ୍ଚାୟତ ପାଙ୍କେଲ ଛକରେ ୱେଲଡିଂ ଦୋକାନୀ ସୁଦାମ ନାଗଙ୍କ ହତ୍ୟା ଘଟଣାର ତଦନ୍ତରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି।

ଏହି ଘଟଣାରେ ପୁଲିସ ମୃତକଙ୍କ ପତ୍ନୀ କବିତା ନାଗଙ୍କ ସମେତ ଦୁଇ ଅଭିଯୁକ୍ତ ତ୍ରିଲୋଚନ ବାଗ ଓ ଯୁବରାଜ ସାହୁଙ୍କୁ ଗିରଫ କରିଥିବା ସୁବର୍ଣ୍ଣପୁର ଏସ୍‌ପି ନାରାୟଣ ନାୟକ ଓ ଅତିରିକ୍ତ ଏସ୍‌ପି କେ.କେ.

ହରିପ୍ରସାଦ ସୂଚନା ଦେଇଛନ୍ତି।

Advertisment Judgement: ଦୋଷୀର ମୃତ୍ୟୁଦଣ୍ଡାଦେଶ କାଏମ୍ ରଖିଲେ କଲିକତା ହାଇକୋର୍ଟ ପୁଲିସ ସୂଚନା ଅନୁଯାୟୀ, ଗତ ୧୭ ତାରିଖ ରାତିରେ ପାଙ୍କେଲ ଛକରେ ସୁଦାମ ନାଗଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ପତ୍ନୀ କବିତା ନାଗ ଏ ନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଥିଲେ ଯେ ଅଜଣା ଆତତାୟୀଙ୍କ ଗୁଳିରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଛି।

ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଲିଖିତ ଭାବେ ନିବେଦନ କରିଥିଲେ।

ତାଙ୍କ ଅଭିଯୋଗ ଆଧାରରେ ଡୁଙ୍ଗୁରିପାଲି ପୁଲିସ କେସ୍ ନମ୍ବର ୨୫୦ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ମାମଲାର ତଦନ୍ତ ଭାର ଆଇଆଇସି ରୋଜାଲିନ ପଟେଲ ନେଇଥିଲେ।

ସ୍ତ୍ରୀ ସହ ୨ ଜଣଙ୍କୁ ବାନ୍ଧିଲା ପୁଲିସ ପିସ୍ତଲ, ବାଇକ୍‌ ଓ ମୋବାଇଲ ଜବତ ବୈଷୟିକ ତଥ୍ୟର ବିଶ୍ଳେଷଣ ଓ ଗୁଇନ୍ଦା ସୂଚନା ଆଧାରରେ ପୁଲିସ ତ୍ରିଲୋଚନ ଓରଫ୍‌ ଟିଙ୍କୁ ଓରଫ୍‌ ନିକେଚାନ୍ଦ ବାଗଙ୍କ ସମ୍ପୃକ୍ତି ସମ୍ପର୍କରେ ଜାଣିବାକୁ ପାଇଥିଲା।

ତଦନ୍ତ ବେଳେ ଜଣାପଡ଼ିଥିଲା ଯେ କବିତାଙ୍କ ସହ ତ୍ରିଲୋଚନଙ୍କର ପ୍ରାୟ ଏକ ବର୍ଷ ଧରି ଅନୈତିକ ସମ୍ପର୍କ ରହିଥିଲା।

ସେହିପରି ଅନ୍ୟ ଅଭିଯୁକ୍ତ ଯୁବରାଜ ସାହୁଙ୍କ ସହ କବିତାଙ୍କର ଦୀର୍ଘ ୧୨ ବର୍ଷ ଧରି ବନ୍ଧୁତା ଥିଲା।

ସୁଦାମ ନିଜ ପତ୍ନୀ ଓ ତ୍ରିଲୋଚନଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ତ୍ରିଲୋଚନଙ୍କୁ ଘରକୁ ନ ଆସିବା ପାଇଁ ବାରଣ କରିଥିଲେ।

ଏହାକୁ କେନ୍ଦ୍ର କରି ସୁଦାମଙ୍କୁ ହତ୍ୟା କରିବା ଲାଗି କବିତା, ତ୍ରିଲୋଚନ ଓ ଯୁବରାଜ ମିଶି ଆପରାଧିକ ଷଡ଼ଯନ୍ତ୍ର ରଚିଥିବା ତଦନ୍ତରୁ ଜାଣିବାକୁ ପାଇଥିଲା ପୁଲିସ।

ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କବିତା ନିଜର ସୁନା ମଙ୍ଗଳସୂତ୍ର ତ୍ରିଲୋଚନଙ୍କୁ ଦେଇଥିଲେ।

ତ୍ରିଲୋଚନ ଏହାକୁ ଜଣେ ବଣିଆଙ୍କ ପାଖରେ ୪୫ ହଜାର ଟଙ୍କାରେ ବନ୍ଧକ ରଖିଥିଲା ଏବଂ ପରେ ଏହି ଟଙ୍କାରେ ସେ ରାଉରକେଲାର ଜଣେ ବ୍ୟକ୍ତିଙ୍କଠାରୁ ଦେଶୀ ପିସ୍ତଲ ଓ କିଛି ଗୁଳି କିଣିଥିଲା।

ଏଥିପାଇଁ ଫୋନ୍‌ପେ' ଓ ନଗଦ ଟଙ୍କା ମାଧ୍ୟମରେ ଅତିରିକ୍ତ ଅର୍ଥ ଦିଆଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

Judgement: ରକ୍ତ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ଉପରେ ଆଇନ ଆଣିବା ପ୍ରସଙ୍ଗ: କେନ୍ଦ୍ରର ଜବାବ ଲୋଡ଼ିଲେ ସୁପ୍ରିମ୍‌କୋର୍ଟ ଗତ ୧୭ ତାରିଖ ସନ୍ଧ୍ୟାରେ ସୁଦାମ ନିଜ ମୋଟରସାଇକେଲ ମରାମତି କରିବା ପାଇଁ ଡୁଙ୍ଗୁରିପାଲି ଆସିଥିଲେ।

ଘରକୁ ଫେରିବା ସମୟରେ କବିତା ତ୍ରିଲୋଚନଙ୍କ ସହ ନିରନ୍ତର ଫୋନ୍‌ରେ ଯୋଗାଯୋଗ କରି ସୁଦାମଙ୍କ ଗତିପଥ ବିଷୟରେ ସୂଚନା ଦେଉଥିଲେ।

ଏହି ସୂଚନା ଆଧାରରେ ତ୍ରିଲୋଚନ ସାଲେପାଲି-ଅଇଁଲାସାରୀ ରାସ୍ତାର ପାଙ୍କେଲ ଛକରେ ଜଗି ରହିଥିଲା ଏବଂ ସୁଦାମ ସେଠାରେ ପହଞ୍ଚିବା ପରେ ତାଙ୍କୁ ଅଟକାଇ ପିସ୍ତଲରୁ ଦୁଇ ରାଉଣ୍ଡ ଗୁଳି ଚଳାଇବା ଫଳରେ ସୁଦାମଙ୍କ ମୃତ୍ୟୁ ହୋଇଥିଲା।

ପୁଲିସ ଅଭିଯୁକ୍ତଙ୍କଠାରୁ ଦେଶୀ ପିସ୍ତଲ, ଚାରିଟି ଖୋକା, ଓଡି୩୧-୧୮୩୫ ଓ ଓଡି୩୧-ଏଚ୍‌-୯୧୭୩ ନମ୍ବର ବିଶିଷ୍ଟ ଦୁଇଟି ମୋଟରସାଇକେଲ, ପାଞ୍ଚଟି ମୋବାଇଲ ଫୋନ୍‌ ଏବଂ ନଗଦ ୧,୪୬୦ ଟଙ୍କା ଜବତ କରିଛି।

ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)