Where Did the Arun Stambha Come From?: କେଉଁଠୁ ଆସିଥିଲା ଅରୁଣ ସ୍ତମ୍ଭ ?
"ପୁରୀ ଶ୍ରୀମନ୍ଦିରର ସିଂହଦ୍ୱାର ସାମ୍ନାରେ ଠିଆ ହୋଇଥିବା ଅରୁଣ ସ୍ତମ୍ଭକୁ ଆପଣ ନିଶ୍ଚୟ ଦେଖିଥିବେ।
ହେଲେ କେବେ ଭାବିଛନ୍ତି କି ଏତେ ବଡ଼ ପଥର ସ୍ତମ୍ଭଟି ଆସିଲା କେଉଁଠୁ?
କିଏ ଏହାକୁ ପୁରୀକୁ ଆଣିଥିଲେ?
ଆଉ କାହିଁକି ଶ୍ରୀମନ୍ଦିରର ସିଂହଦ୍ୱାର ସାମ୍ନାରେ ହିଁ ଏହାକୁ ସ୍ଥାନ ଦିଆଗଲା ?
ଅରୁଣ ସ୍ତମ୍ଭର ଇତିହାସ ଯେତିକି ପୁରୁଣା ସେତିକି ରୋଚକ ମଧ୍ୟ।
କାରଣ ଏହି ସ୍ତମ୍ଭର ଇତିହାସ ସିଧାସଳଖ ଭାବେ ଓଡ଼ିଶାର ଆଉ ଏକ ବିଶ୍ୱପ୍ରସିଦ୍ଧ ଐତିହ୍ୟ, କୋଣାର୍କ ସୂର୍ଯ୍ୟମନ୍ଦିର ସହ ଜଡ଼ିତ।
ଏହି ସ୍ତମ୍ଭର ଶୀର୍ଷରେ ସୂର୍ଯ୍ୟଦେବଙ୍କ ସାରଥି ଅରୁଣଙ୍କ ମୂର୍ତ୍ତି ରହିଛି।
ଦିନେ କୋଣାର୍କ ସୂର୍ଯ୍ୟମନ୍ଦିରର ପ୍ରବେଶପଥ ସାମ୍ନାରେ ଠିଆ ହୋଇଥିଲା ଏହି ଅରୁଣ ସ୍ତମ୍ଭ।
ମାଦଳା ପାଞ୍ଜିର ବର୍ଣ୍ଣନା ଅନୁସାରେ ମରାଠା ସନ୍ନ୍ୟାସୀ ବ୍ରହ୍ମଚାରୀ ଗୋସାଇଁଙ୍କ ସହ ଏହି ସ୍ତମ୍ଭକୁ କୋଣାର୍କରୁ ପୁରୀ ଆଣିଥିଲେ ବୋଲି କୁହାଯାଏ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
