WhatsApp Introduces Username Feature: ‘ହ୍ୱାଟସଆପର ନୂଆ ଫିଚର; ଏଣିକି ତିଆରି କରି ହେବ ୟୁଜରନେମ୍, ଆଉ ଫୋନ ନମ୍ବର ଦେବାକୁ ପଡିବନି
ହ୍ୱାଟ୍ସଆପ୍ ଆରମ୍ଭ କରିଛି ଏହାର ନୂଆ ଫିଚର୍ ରୋଲ୍ ଆଉଟ୍ କରିବା । ଏବେ ହ୍ୱାଟ୍ସଆପ୍ ଖୋଲୁ ଖୋଲୁ ଆପଣଙ୍କୁ ଏକ ନୂଆ ୟୁଜରନେମ୍ ତିଆରି କରିବାକୁ କିଛି ନୋଟିଫିକେସନ୍ ଆସୁ ଥାଇପାରେ । ଅନେକଙ୍କ ହ୍ୱାଟ୍ସଆପରେ ଏବେ ଏମିତି ଫିଚର୍ ଆସିବା ଆରମ୍ଭ ହେଇଯାଇଛି ।
ତେବେ ଆସନ୍ତୁ ଜଣିବା କଣ ଏହି ୟୁଜରନେମ୍ ଫିଚର୍ । ଏବେ ଆପଣଙ୍କ ନିଜ ହ୍ୱାଟ୍ସଆପ୍ ପାଇଁ ଏକ ନୂଆ ୟୁଜରନେମ୍ ତିଆରି କରିପାରିବେ । ବର୍ତ୍ତମାନେ ପାଇଁ ଆପଣ ତାକୁ ରିଜର୍ଭ କରି ରଖିପାରିବେ । ଏବେ ଏହି ଫିଚର୍ ଲାଗୁ ହେବନି । ଏବର୍ଷ ଶେଷ ଆଡକୁ ହ୍ୱାଟ୍ସଆପ୍ ଏହାକୁ ଲାଗୁ କରିପାରେ ବୋଲି କୁହାଯାଉଛି ।
ଏହା ଫଳରେ ଆପଣଙ୍କୁ ଆଉ କାହାକୁ ଫୋନ୍ ନମ୍ବର ଦେବାକୁ ପଡ଼ିବନି । ବାସ୍ ୟୁଜରନେମ୍ ସେୟାର୍ କଲେ ଜଣେ ଆପଣଙ୍କ ସହ ହ୍ୱାଟ୍ସଆପରେ କନେକ୍ଟ ହୋଇପାରିବ । ପୂର୍ବରୁ ଟେଲିଗ୍ରାମ୍ ଭଳି ମେସେଜିଂ ଆପରେ ଏ ସୁବିଧା ଥିଲା, ଏବେ ମେଟା, ହ୍ୱାଟ୍ସଆପରେ ବି ଏହାକୁ ଲାଗୁ କରେଇବାର ପ୍ରକ୍ରିୟା ଆରମ୍ଭ କରିଛି ।
- ସୋସିଆଲ୍ ମିଡିଆ ଆପ୍ ହ୍ୱାଟସଆପର ନୂଆ ଫିଚର
- ଏଣିକି ହ୍ୱାଟସଆପରେ ତିଆରି କରି ହେବ ୟୁଜରନେମ୍
- ବର୍ଷ ଶେଷ ଆଡକୁ ହୋଇପାରେ ଲାଗୁ
- ଆଉ କାହାକୁ ଫୋନ ନମ୍ବର ଦେବାକୁ ପଡିବନି
- ୟୁଜରନେମ୍ ସେୟାର କଲେ ହ୍ୱାଟସଆପରେ କନେକ୍ଟ ହୋଇପାରିବେ