Western Railway Clarifies: ଟ୍ରେନ୍ ଅଟକାଇ ସିଙ୍ଗଡ଼ା କିଣିବା ଘଟଣା; ଆସିଲା ରେଲୱେର ସ୍ପଷ୍ଟୀକରଣ
ଟ୍ରେନ୍ ଅଟକାଇ ଲୋକୋ ପାଇଲଟ୍ ସିଙ୍ଗଡ଼ା କିଣିବାକୁ ଯାଇଥିବା ଘଟଣାରେ ଆସିଲା ରେଲୱେର ସ୍ପଷ୍ଟୀକରଣ। ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ଏବଂ ଏହା ସହ ଜଡିତ ଦାବି ସଂପୂର୍ଣ୍ଣ ଭୁଲ ଓ ଭ୍ରମାତ୍ମକ। ଏନେଇ ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛି ୱେଷ୍ଟର୍ଣ୍ଣ ରେଲୱେ। ଯେଉଁଥିରେ ଉଲ୍ଲେଖ ରହିଛି, ସେହି ରୁଟରେ ଇଞ୍ଜିନିୟରିଂ କାମ ଚାଲିଥିବାରୁ RAU ହୋମ୍ ସିଗନାଲରେ ପୂର୍ବରୁ ଅଟକି ରହିଥିଲା ଟ୍ରେନ୍।
ଖାଦ୍ୟ କିଣିବା ପାଇଁ ଟ୍ରେନକୁ ଅଟକାଯାଇଥିଲା ବୋଲି ଯେଉଁ ଦାବି କରାଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ। ସେହିପରି ଭିଡିଓକୁ ଭୁଲ ଭାବରେ ଏକ ଯାତ୍ରୀବାହୀ DEMU ଟ୍ରେନ୍ ସହ ଯୋଡ଼ାଯାଇଛି। କିନ୍ତୁ ସେହି ଟ୍ରେନ୍ ଏକ ମାଲବାହୀ ଟ୍ରେନ୍ ଥିଲା। ତେଣୁ ଏପରି ଭ୍ରମାତ୍ମକ ତଥ୍ୟକୁ ବିଶ୍ୱାସ ଓ ପ୍ରଚାର ନକରିବାକୁ ଲୋକଙ୍କୁ ଅପିଲ୍ କରିଛି ଭାରତୀୟ ରେଲୱେ।
- ଟ୍ରେନ୍ ଅଟକାଇ ସିଙ୍ଗଡ଼ା କିଣିବା ଘଟଣା
- ଆସିଲା ରେଲୱେର ସ୍ପଷ୍ଟୀକରଣ
- ‘ଦାବି ସଂପୂର୍ଣ୍ଣ ଭୁଲ ଓ ଭ୍ରମାତ୍ମକ’
- ‘ହୋମ୍ ସିଗନାଲରେ ପୂର୍ବରୁ ଅଟକି ରହିଥିଲା ଟ୍ରେନ୍’
- ‘ଯାତ୍ରୀବାହୀ ନୁହେଁ ମାଲବାହୀ ଟ୍ରେନ୍ ଥିଲା’
- ‘ଖାଦ୍ୟ କିଣିବା ପାଇଁ ଟ୍ରେନ ଅଟକାଯାଇଥିବା ଭୁଲ’
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।